IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି। IPS Reshuffle: ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି […] The post IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP appeared first on Dharitri Odia News.

IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି।

Image

IPS Reshuffle: ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏସ୍‌.ଏମ୍‌. ନରୱାଣେ। ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ରହିଛନ୍ତି ଦୀପକ କୁମାର। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି। ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ DIG ଦାୟିତ୍ବ। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ DIG ହେଲେ ଅଖିଳେଶ୍ବର ସିଂ। ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି।

IPS Reshuffle:CB-CIDର ଡିଆଇଜି ହେଲେ ବି. ଗଙ୍ଗାଧର। କଳାହାଣ୍ଡି SP ଅଭିଳାଷ ଜିଙ୍କୁ ବଲାଙ୍ଗିର SP ଭାବେ ବଦଳି। ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP। କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି। ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ। ଯତୀନ୍ଦ୍ର କୁମାର କୋଏଲ ହେଲେ ଏଡିଜି HRPC।କେନ୍ଦ୍ରାଞ୍ଚଳ ଆଇଜି ହେଲେ ଏସ୍‌. ପ୍ରବୀଣ କୁମାର।ନୂଆପଡା SDPO ଅମ୍ରିତ ପାଲ ସିଂ ହେଲେ ଖୋର୍ଦ୍ଧା ଅତିରିକ୍ତ SP।

The post IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP appeared first on Dharitri Odia News.