ISIS ଇଣ୍ଡିଆ ହେଡ ସାକିବ ନାଚନର ମୃତ୍ୟୁ, ସଫଦରଜଙ୍ଗ ହସ୍ପିଟାଲରେ ହେଉଥିଲା ଚିକିତ୍ସା
ନୂଆଦିଲ୍ଲୀ ୨୮।୬: ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଆଇଏସଆଇଏସ୍ ଭାରତ ମୁଖ୍ୟ ସାକିବ ନାଚନର ମୃତ୍ୟୁ ହୋଇଛି। ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ସାକିବକୁ ଏନଆଇଏ ଗିରଫ କରିଥିଲା ଓ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିଲା। ସାକିବ ଷ୍ଟୁଡେଣ୍ଟ ଇସ୍ଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ ( ସିମି)ର ପୂର୍ବତନ ପଦାଧିକାରୀ ମଧ୍ୟ ଥିଲା। ଜନୈକ ଅଧିକାରୀଙ୍କ ଅନୁସାରେ ସାକିବର ବ୍ରେନ ହାମରେଜ ହୋଇଥିଲା ଓ ତାକୁ ଚିକିତ୍ସା ପାଇଁ ଦିଲ୍ଲୀ ସପଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୨୩ ମସିହାରେ ଏନଆଇଏ ସାରା ଦେଶରେ ଆଇଏସଆଇଏସ ବିରୋଧରେ ହାତକୁ ନେଇଥିବା କାର୍ଯ୍ୟାନୁଷ୍ଠାନରେ ମହାରାଷ୍ଟ୍ର ପଡଘାରେ ତଲାସୀ କାଳରେ ନାଚନ ସମେତ ଅନେକ ଲୋକଙ୍କୁ ଗିରଫ କରା ଯାଇଥିଲା। ନାଚନକୁ ଦିଲ୍ଲୀ ତିହାର ଜେଲରେ ରଖା ଯାଇଥିଲା। ତେବେ ୨୪ ଜୁନ ମଙ୍ଗଳବାର ଜେଲରେ ନାଚନର ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା। ତାକୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାର ମୃତ୍ୟୁ ହୋଇଛି। ହସ୍ପିଟାଲରେ ଡାକ୍ତର ତାର ବ୍ରେନ ହାମରେଜ ହୋଇଥିବାର କହିଥିଲେ। ସେହି ଅନୁସାରେ ଚିକିତ୍ସା କରାଯାଉଥିଲା। ତେବେ ଶନିବାର ମଧ୍ୟାହ୍ନରେ ତାର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ୧୨ଟା ୧୦ ମିନିଟରେ ତାର ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ ୨୮।୬: ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଆଇଏସଆଇଏସ୍ ଭାରତ ମୁଖ୍ୟ ସାକିବ ନାଚନର ମୃତ୍ୟୁ ହୋଇଛି। ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ସାକିବକୁ ଏନଆଇଏ ଗିରଫ କରିଥିଲା ଓ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିଲା। ସାକିବ ଷ୍ଟୁଡେଣ୍ଟ ଇସ୍ଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ ( ସିମି)ର ପୂର୍ବତନ ପଦାଧିକାରୀ ମଧ୍ୟ ଥିଲା।
ଜନୈକ ଅଧିକାରୀଙ୍କ ଅନୁସାରେ ସାକିବର ବ୍ରେନ ହାମରେଜ ହୋଇଥିଲା ଓ ତାକୁ ଚିକିତ୍ସା ପାଇଁ ଦିଲ୍ଲୀ ସପଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୨୩ ମସିହାରେ ଏନଆଇଏ ସାରା ଦେଶରେ ଆଇଏସଆଇଏସ ବିରୋଧରେ ହାତକୁ ନେଇଥିବା କାର୍ଯ୍ୟାନୁଷ୍ଠାନରେ ମହାରାଷ୍ଟ୍ର ପଡଘାରେ ତଲାସୀ କାଳରେ ନାଚନ ସମେତ ଅନେକ ଲୋକଙ୍କୁ ଗିରଫ କରା ଯାଇଥିଲା। ନାଚନକୁ ଦିଲ୍ଲୀ ତିହାର ଜେଲରେ ରଖା ଯାଇଥିଲା।
ତେବେ ୨୪ ଜୁନ ମଙ୍ଗଳବାର ଜେଲରେ ନାଚନର ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା। ତାକୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାର ମୃତ୍ୟୁ ହୋଇଛି। ହସ୍ପିଟାଲରେ ଡାକ୍ତର ତାର ବ୍ରେନ ହାମରେଜ ହୋଇଥିବାର କହିଥିଲେ। ସେହି ଅନୁସାରେ ଚିକିତ୍ସା କରାଯାଉଥିଲା। ତେବେ ଶନିବାର ମଧ୍ୟାହ୍ନରେ ତାର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ୧୨ଟା ୧୦ ମିନିଟରେ ତାର ମୃତ୍ୟୁ ହୋଇଛି।