ଏହି ସବୁ ସହରକୁ ଭିକାରି ମୁକ୍ତ କରିବା ପ୍ରସ୍ତୁତିରେ କେନ୍ଦ୍ର, ଲିଷ୍ଟରେ ସାମିଲ ୩୦ ନାଁ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭିକାରି ମୁକ୍ତ ଭାରତ ଲକ୍ଷ୍ୟ ହାସଲ ପାଇଁ କାମ କରିବା ଆରମ୍ଭ କରିଛନ୍ତି । ସରକାର ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭିକ୍ଷାବୃତ୍ତି କରୁଥିବା ବୟସ୍କ, ବିଶେଷକରି ମହିଳା ଏବଂ ପିଲାଙ୍କ ସର୍ଭେକ୍ଷଣ ଏବଂ ପୁନର୍ବାସ ପାଇଁ ଧାର୍ମିକ, ଐତିହ୍ୟ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୦ ସହରକୁ ଚିହ୍ନଟ କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଲକ୍ଷ୍ୟ ହଟସ୍ପଟ ଚିହ୍ନଟ କରି ୨୦୨୬ ସୁଦ୍ଧା ଏହି ସ୍ଥାନକୁ ଭିକ୍ଷାବୃତ୍ତି ମୁକ୍ତ କରିବାରେ ଜିଲ୍ଲା ଏବଂ ନଗର ନିଗମ ଅଧିକାରୀଙ୍କୁ ସହଯୋଗ କରିବା । ଭିକ୍ଷାବୃତ୍ତି ମୁକ୍ତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଫେବ୍ରୁଆରୀ ମଧ୍ୟ ସୁଦ୍ଧା ଏକ ରାଷ୍ଟ୍ରୀୟ ପୋର୍ଟାଲ ଏବଂ ଏକ ମୋବାଇଲ ଆପ୍ ଲଞ୍ଚ କରାଯାଇପାରେ । ଏହି ଆପରେ ଭିକ୍ଷାବୃତ୍ତିରେ ଲିପ୍ତ ଲୋକଙ୍କୁ ଚିହ୍ନଟ କରି ଏହାକୁ ଅପଡେଟ୍ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ ଗୁରୁତ୍ୱ ଥିବା ଯେଉଁ ୧୦ ସ୍ଥାନରେ ଭିକାରୀଙ୍କ ପୁନର୍ବାସ ଉପରେ ଧ୍ୟାନ ଦିଆଯିବ ସେଥିରେ ଅଯୋଧ୍ୟା, ଓଁକାରେଶ୍ୱର, କାଙ୍ଗଡ଼ା, ସୋମନାଥ, ଉଜୈନ, ବୋଧଗୟା, ତ୍ରୈୟମ୍ୱକେଶ୍ୱର, ପାଭାଗଡ଼, ମୁଦୈର ଏବଂ ଗୌହାଟି ସାମିଲ ଅଛି । ନିର୍ଦ୍ଦେଶ ଅନୁସାରେ ସମ୍ୱର୍ଦ୍ଧିତ ଧର୍ମିକ ଟ୍ରଷ୍ଟ ଏବଂ ବୋର୍ଡ ଏହି ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭିକାରି ମୁକ୍ତ ଭାରତ ଲକ୍ଷ୍ୟ ହାସଲ ପାଇଁ କାମ କରିବା ଆରମ୍ଭ କରିଛନ୍ତି । ସରକାର ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭିକ୍ଷାବୃତ୍ତି କରୁଥିବା ବୟସ୍କ, ବିଶେଷକରି ମହିଳା ଏବଂ ପିଲାଙ୍କ ସର୍ଭେକ୍ଷଣ ଏବଂ ପୁନର୍ବାସ ପାଇଁ ଧାର୍ମିକ, ଐତିହ୍ୟ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୦ ସହରକୁ ଚିହ୍ନଟ କରାଯାଇଛି ।
ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଲକ୍ଷ୍ୟ ହଟସ୍ପଟ ଚିହ୍ନଟ କରି ୨୦୨୬ ସୁଦ୍ଧା ଏହି ସ୍ଥାନକୁ ଭିକ୍ଷାବୃତ୍ତି ମୁକ୍ତ କରିବାରେ ଜିଲ୍ଲା ଏବଂ ନଗର ନିଗମ ଅଧିକାରୀଙ୍କୁ ସହଯୋଗ କରିବା । ଭିକ୍ଷାବୃତ୍ତି ମୁକ୍ତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଫେବ୍ରୁଆରୀ ମଧ୍ୟ ସୁଦ୍ଧା ଏକ ରାଷ୍ଟ୍ରୀୟ ପୋର୍ଟାଲ ଏବଂ ଏକ ମୋବାଇଲ ଆପ୍ ଲଞ୍ଚ କରାଯାଇପାରେ । ଏହି ଆପରେ ଭିକ୍ଷାବୃତ୍ତିରେ ଲିପ୍ତ ଲୋକଙ୍କୁ ଚିହ୍ନଟ କରି ଏହାକୁ ଅପଡେଟ୍ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ଧାର୍ମିକ ଗୁରୁତ୍ୱ ଥିବା ଯେଉଁ ୧୦ ସ୍ଥାନରେ ଭିକାରୀଙ୍କ ପୁନର୍ବାସ ଉପରେ ଧ୍ୟାନ ଦିଆଯିବ ସେଥିରେ ଅଯୋଧ୍ୟା, ଓଁକାରେଶ୍ୱର, କାଙ୍ଗଡ଼ା, ସୋମନାଥ, ଉଜୈନ, ବୋଧଗୟା, ତ୍ରୈୟମ୍ୱକେଶ୍ୱର, ପାଭାଗଡ଼, ମୁଦୈର ଏବଂ ଗୌହାଟି ସାମିଲ ଅଛି । ନିର୍ଦ୍ଦେଶ ଅନୁସାରେ ସମ୍ୱର୍ଦ୍ଧିତ ଧର୍ମିକ ଟ୍ରଷ୍ଟ ଏବଂ ବୋର୍ଡ ଏହି ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପୁନଃଥଇଥାନରେ ସାମିଲ ହେବେ ।
ପଢନ୍ତୁ: ଆଇଫୋନ୍ କିଣିବାକୁ ଦୋକାନରେ ପହଞ୍ଚିଲା ଭିକାରି, ଢାଳି ଦେଲା ଖୁଚୁରା ଭର୍ତ୍ତି ବସ୍ତା ,ଗଣି ଗଣି ଥକିଲେ ଦୋକାନୀ
ଏହାବ୍ୟତୀତ ପର୍ଯ୍ୟଟନସ୍ଥଳୀରେ ଜୈସଲମେର, ଥିରୁଅନନ୍ତପୁରମ, ବିଜୟୱାଡା, କୁଶୀନଗର, ସାଞ୍ଚି, କେୱଡିଆ, ଶ୍ରୀନଗର, ନାମସାଇ, ଖଜୁରାହୋ ଏବଂ ପୁଡ଼ୁଚେରୀ ସାମିଲ ରହିଛି । ସେହିପରି ୱାରଙ୍ଗଲ, ତେଜପୁର, କୋଝିକୋଡ, ଅମୃତସର, ଉଦୟପୁର, କଟକ, ଇନ୍ଦୋର, ମହୀଶୁର, ପଞ୍ଚକୁଲା, ଶିମଲା, ତେଜପୁର ସାମିଲ ରହିଛି ।
The post ଏହି ସବୁ ସହରକୁ ଭିକାରି ମୁକ୍ତ କରିବା ପ୍ରସ୍ତୁତିରେ କେନ୍ଦ୍ର, ଲିଷ୍ଟରେ ସାମିଲ ୩୦ ନାଁ appeared first on Prameya News7.