JNU ଛାତ୍ର ସଂସଦ ନିର୍ବାଚନରେ ବାମପନ୍ଥୀଙ୍କ ବାଜିମାତ୍, AISA ର ଧନଞ୍ଜୟ JNUSU ଅଧ୍ୟକ୍ଷ ନିର୍ବାଚିତ, ABVP ନିରାଶ
ନୂଆଦିଲ୍ଲୀ ୨୫।୩: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ୨୦୨୪ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସି ଯାଇଛି। ରବିବାର ବିଳମ୍ବିତ ରାତ୍ରିରେ ଘୋଷିତ ନିର୍ବାଚନ ଫଳାଫଳରେ ବାମପନ୍ଥୀ ଛାତ୍ରସଂଘ ଅଖିଳ ଭାରତୀୟ ଛାତ୍ର ସଂଘ (ଏଆଇଏସଏ)ର ଧନଞ୍ଜୟ ଜବାହାରଲାଲ ନହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁଏସୟୁ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ବାମପନ୍ଥୀ ଛାତ୍ର ସଂଘ ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ଅଭିଜିତ ଘୋଷ ଉପାଧ୍ୟକ୍ଷ ହୋଇଛନ୍ତି। ପାଖାପାଖି ୪ ବର୍ଷ ପରେ ଶୁକ୍ରବାର ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ୭୩ ପ୍ରତିଶତ ଭୋଟିଂ ହୋଇଥିଲା। ଯାହା ଗତ ୧୨ ବର୍ଷରେ ସବୁଠୁ ଅଧିକ ବୋଲି କୁହାଯାଇଛି। ୪ ବର୍ଷର ଅନ୍ତରାଳରେ ଭୋଟିଂ ହୋଇଥିବା ବେଳେ ୭,୭୦୦ ଅଧିକ ପଞ୍ଜିକୃତ ମତଦାତା ସିକ୍ରେଟ୍ ଭୋଟିଂ ଜରିଆରେ ସେମାନଙ୍କ ମତଦାନ କରିଥିଲେ। ଏଥର ଭୋଟିଂ ସମୟରେ ଡଫଲିର ଥାପ ସହିତ ‘ଜୟ ଭୀମ’, ଭାରତ ମାତାକି ଜୟ ଓ ଲାଲ ସଲାମ ସ୍ଲୋଗାନରେ କ୍ୟାମ୍ପସ ମୁଖରିତ ହୋଇଥିଲା। ଜେଏନୟୁ କେନ୍ଦ୍ରୀୟ ପାନେଲରେ ପଦ ନିମନ୍ତେ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ମିଳିତ ବାମପନ୍ଥୀ ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମେତ ୪ ପ୍ରମୁଖ ପଦରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଛାତ୍ର ସଂଘ ଉପରେ କର୍ତ୍ତୃତ ରଖୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ନିରାଶ ହେବାକୁ ପଡିଛି। ୟୁନାଇଟେଡ ଲେଫ୍ଟରେ ଅଲ ଇ
ନୂଆଦିଲ୍ଲୀ ୨୫।୩: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ୨୦୨୪ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସି ଯାଇଛି। ରବିବାର ବିଳମ୍ବିତ ରାତ୍ରିରେ ଘୋଷିତ ନିର୍ବାଚନ ଫଳାଫଳରେ ବାମପନ୍ଥୀ ଛାତ୍ରସଂଘ ଅଖିଳ ଭାରତୀୟ ଛାତ୍ର ସଂଘ (ଏଆଇଏସଏ)ର ଧନଞ୍ଜୟ ଜବାହାରଲାଲ ନହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁଏସୟୁ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ବାମପନ୍ଥୀ ଛାତ୍ର ସଂଘ ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ଅଭିଜିତ ଘୋଷ ଉପାଧ୍ୟକ୍ଷ ହୋଇଛନ୍ତି।
ପାଖାପାଖି ୪ ବର୍ଷ ପରେ ଶୁକ୍ରବାର ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ୭୩ ପ୍ରତିଶତ ଭୋଟିଂ ହୋଇଥିଲା। ଯାହା ଗତ ୧୨ ବର୍ଷରେ ସବୁଠୁ ଅଧିକ ବୋଲି କୁହାଯାଇଛି। ୪ ବର୍ଷର ଅନ୍ତରାଳରେ ଭୋଟିଂ ହୋଇଥିବା ବେଳେ ୭,୭୦୦ ଅଧିକ ପଞ୍ଜିକୃତ ମତଦାତା ସିକ୍ରେଟ୍ ଭୋଟିଂ ଜରିଆରେ ସେମାନଙ୍କ ମତଦାନ କରିଥିଲେ। ଏଥର ଭୋଟିଂ ସମୟରେ ଡଫଲିର ଥାପ ସହିତ ‘ଜୟ ଭୀମ’, ଭାରତ ମାତାକି ଜୟ ଓ ଲାଲ ସଲାମ ସ୍ଲୋଗାନରେ କ୍ୟାମ୍ପସ ମୁଖରିତ ହୋଇଥିଲା।
ଜେଏନୟୁ କେନ୍ଦ୍ରୀୟ ପାନେଲରେ ପଦ ନିମନ୍ତେ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ମିଳିତ ବାମପନ୍ଥୀ ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମେତ ୪ ପ୍ରମୁଖ ପଦରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଛାତ୍ର ସଂଘ ଉପରେ କର୍ତ୍ତୃତ ରଖୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ନିରାଶ ହେବାକୁ ପଡିଛି। ୟୁନାଇଟେଡ ଲେଫ୍ଟରେ ଅଲ ଇଣ୍ଡିଆ

ଷ୍ଟୁଡେଣ୍ଟସ ଆସୋସିଏସନ (ଏଆଇଏସଏ), ଡେମୋକ୍ରାଟିକ ଷ୍ଟୁଡେଣ୍ଟସ୍ ଫେଡେରେସନ (ଡିଏସଏଫ), ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ) ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ (ଏଆଇଏସଏଫ) ମିଳିତ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ ଅଧ୍ୟକ୍ଷ ପଦ ନିମନ୍ତେ ଧନଞ୍ଜୟ, ଉପାଧ୍ୟକ୍ଷ ପଦବୀ ନିମନ୍ତେ ଅଭିଜିତ ଘୋଷ ଓ ଯୁଗ୍ମ ସମ୍ପାଦକ ରୂପେ ମହମ୍ମଦ ସାଜିଦଙ୍କୁ ପ୍ରାର୍ଥୀ ହୋଇଥିଲେ।
ଏଆଇଏସଏର ଧନଞ୍ଜୟ ସର୍ବାଧିକ ୨,୫୯୮ଟି ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଏବିଭିପିର ଉମେଶ ଚନ୍ଦ୍ର ଅଜମିରା ୧,୬୭୬ଟି ଭୋଟ ପାଇ ପରାଜିତ ହୋଇଛନ୍ତି। ସେହିପରି ଉପାଧ୍ୟକ୍ଷ ପଦରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଏସଏଫଆଇର ଅଭିଜିତ ଘୋଷ ୨,୪୦୯ଟି ଭୋଟ ମିଳିଥିବା ବେଳେ ଏବିଭିପି ପ୍ରାର୍ଥୀ ଦୀପିକା ଶର୍ମାଙ୍କୁ ୧୪୮୨ଟି ଭୋଟ ପାଇ ପରାସ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦରେ ବାମ ସମର୍ଥିତ ବିଏପିଏସଏ ପ୍ରାର୍ଥୀ ପ୍ରିୟାଂଶୀ ଆର୍ଯ୍ୟଙ୍କୁ ୨,୮୮୭ଟି ଭୋଟ ମିଳିଥିବା ବେଳେ ଏବିଭିପି ପ୍ରାର୍ଥୀ ଅର୍ଜୁନ ଆନନ୍ଦଙ୍କୁ ୧୯୬୧ଟି ଭୋଟ ମିଳିଛି। ଯୁଗ୍ମ ସଚିବ ପଦରେ ଲେଫ୍ଟର ମୋହମ୍ମଦ ସାଜିଦଙ୍କୁ ୨,୫୭୪ଟି ଭୋଟ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଏବିଭିପିର ଗୋବିନ୍ଦ ଡାଙ୍ଗୀଙ୍କୁ ୨,୦୬୬ଟି ଭୋଟ ମିଳିଛି।