Kanguva 2nd Trailer Release: ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଦ୍ୱିତୀୟ ଟ୍ରେଲର୍‌; ଥରେଇଲା ସୂର୍ଯ୍ୟାଙ୍କ ଗର୍ଜନ

ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ୩ ଦିନ ପୂର୍ବରୁ ଏହାର ଏକ ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି, ଯାହା ସୂର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଦମଦାର ମନୋରଞ୍ଜନ ଏବଂ ଆକ୍ସନ୍ ଦେଖେଇବାର ପ୍ରମାଣ ଦେଇଛି।

Kanguva 2nd Trailer Release: ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଦ୍ୱିତୀୟ ଟ୍ରେଲର୍‌; ଥରେଇଲା ସୂର୍ଯ୍ୟାଙ୍କ ଗର୍ଜନ

ଏହି ସପ୍ତାହ ଶେଷ ଅର୍ଥାତ୍ ୧୪ ନଭେମ୍ବରରେ, ଦୁଇ ସାଉଥ୍ ଏବଂ ବଲିଉଡ ସୁପରଷ୍ଟାର ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ୩ ଦିନ ପୂର୍ବରୁ ଏହାର ଏକ ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି, ଯାହା ସୂର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଦମଦାର ମନୋରଞ୍ଜନ ଏବଂ ଆକ୍ସନ୍ ଦେଖେଇବାର ପ୍ରମାଣ ଦେଇଛି।

ଅଧିକ ପଢ଼ନ୍ତୁ: Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

ଏଥିରେ ସୁପର୍‌ଷ୍ଟା୍‌ରଙ୍କ ଏକ ଅନନ୍ୟ ଲୁକ୍‌ ଦେଖିବାକୁ ମିଳେ, ଯେତେବେଳେ ସେ ହାତୀ ଉପରେ ବସି ଗର୍ଜନ କରୁଛନ୍ତି। ଏହି ଟ୍ରେଲର୍‌ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ସାଉଁଟିବାରେ ଲାଗିଛି ଏବଂ ସେମାନେ କହିଛନ୍ତି ଯେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଫିଲ୍ମଟି ୩୫୦ କୋଟି ଟଙ୍କା ବଜେଟ୍‌ ଫେରସ୍ତ ପାଇଯିବ ଏବଂ ବକ୍ସ ଅଫିସ୍‌ରେ ଧମାକା କରିବ।

ଅଧିକ ପଢ଼ନ୍ତୁ: Anupam Kher: ଆସିଲା ଅନୁପମ ଖେର୍‌ଙ୍କ 'ବିଜୟ ୬୯'ର ଦମଦାର ଟ୍ରେଲର୍; ଦେଖନ୍ତୁ ହସ ଏବଂ ସଂଘର୍ଷର ଝଲକ

 
 
 
 
 
 
 
 
 
 
 
 
 
 
 

A post shared by Kanguva (@kanguvathemovie)

ନୂଆ ଟ୍ରେଲର୍‌:

ନୂଆ ରିଲିଜ୍ ହୋଇଥିବା ଏହି ଟ୍ରେଲର୍‌ରେ ସୂର୍ଯ୍ୟାଙ୍କୁ ଦୁଇଟି ଭିନ୍ନ ଅବତାରରେ ଦେଖିବାକୁ ମିଳେ। ଗୋଟିଏରେ, ସେ ଆଧୁନିକ ଯୁଗରେ ଥିବାବେଳେ ତାଙ୍କର ଷ୍ଟାଇଲିସ୍ ଲୁକ୍ ଏବଂ ହେୟାର୍‌କଟ୍‌ରେ ଦେଖାଯାଏ। ଦ୍ୱିତୀୟ ଅବତାରରେ ସେ ପୁରୁଣାକାଳିଆ ମଣିଷଙ୍କ ଭୂମିକାରେ ଦେଖିବାକୁ ମିଳନ୍ତି ଯାହା ପୂର୍ବରୁ ବିଭିନ୍ନ ପୋଷ୍ଟର, ଟିଜର୍‌ ଏବଂ ଟ୍ରେଲରରେ ଆମେ ଦେଖିଛୁ।

ବବି ଦେଓଲଙ୍କ ଭିଲେନ୍ ଚରିତ୍ର ମଧ୍ୟ ଏହି କ୍ଲିପ୍‌ରେ ଦେଖିବାକୁ ମିଳେ, ଯିଏ 'ବଡ ଖଳନାୟକ' ଭୂମିକାରେ ଅଭିନୟ କରିଛନ୍ତି।

ପ୍ରଥମ ଟ୍ରେଲର୍:

ପୂର୍ବରୁ ଏହାର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଥିଲା। ଏହା ମଧ୍ୟ ପ୍ରଶଂସକମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଟ୍ରେଲର୍‌ ରିଲିଜ୍‌ କରିବା ସହିତ ନିର୍ମାତା ନିର୍ଦ୍ଦେଶକ ଶିବାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ, "ମାଷ୍ଟର ଷ୍ଟୋରୀ ଟେଲର୍ ତଥା ସିନେମାଟିକ୍ ଅନୁଭୂତିର ଉସ୍ତାଦ୍‌ଙ୍କୁ ଜନ୍ମଦିନର ଶୁଭକାମନା। ଆମର #DirectorSiva ସାର୍‌ଙ୍କ ପାଇଁ ଏକ ବ୍ଲକବଷ୍ଟର ବର୍ଷ ଏବଂ ଅନେକ ସଫଳତା କାମନା କରୁଛି। ଟିମ୍ #Kanguva ତରଫରୁ ଶୁଭକାମନା।"

ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର:

ତେବେ ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କଙ୍ଗୁଭା’ ଚଳିତ ବର୍ଷର ସବୁଠାରୁ ବଡ ତଥା ମହଙ୍ଗା ଚଳଚ୍ଚିତ୍ର ଭାବରେ ପରିଗଣିତ ହେଉଛି। ଆନୁମାନିକ ବଜେଟ୍ ୩୫୦ କୋଟି ଟଙ୍କାରୁ ଅଧିକ। ବଜେଟ୍ ମାମଲାରେ ଏହା ପୁଷ୍ପା, ସିଙ୍ଘମ୍ ଏଗେନ୍ ଏବଂ ଅନ୍ୟାନ୍ୟ ବଡ ବଡ ଫିଳ୍ମକୁ ବି ପଛରେ ପକେଇ ଦେଇଛି।

ସାତୋଟି ଦେଶରେ ସୁଟିଂ:

ଏହି ଫିଲ୍ମଟି ବିଭିନ୍ନ ମହାଦେଶର ସାତୋଟି ଦେଶରେ ସୁଟିଂ କରାଯାଇଛି। କେବଳ ଏତିକି ନୁହେଁ, ଏହି ଫିଲ୍ମରେ ୧,୫୦୦ ବର୍ଷ ପୂର୍ବର କିଛି ଅଂଶ ରହିଛି ବୋଲି କୁହାଯାଏ। ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟା ଓ ବବି ଦେଓଲଙ୍କ ବ୍ୟତୀତ ଦିଶା ପାଟନୀ, ନଟରାଜନ୍ ସୁବ୍ରମଣ୍ୟମ୍, ଜଗପତି ବାବୁ, ଯୋଗୀ ବାବୁ, ରେଡିନ୍‌ କିଙ୍ଗ୍ସଲେ, କୋଭଇ ସରଲା, ଆନନ୍ଦ ଏବଂ ଅନ୍ୟାନ୍ୟ କଳାକାରମାନେ ଅଭିନୟ କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Kanguva (@kanguvathemovie)

୧୦ ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ:

ସବୁଠାରୁ ବଡ କଥା ହେଲା ‘କଙ୍ଗୁଭା’ ସମଗ୍ର ବିଶ୍ୱରେ ୧୦ ହଜାର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଭଳି ତାରକାଙ୍କ ଅଭିନୀତ ଏହି ଫିଲ୍ମଟି ଜବାନ, ଆର୍‌ଆର୍‌ଆର୍‌ ଏବଂ କେଜିଏଫ୍ ଚାପ୍ଟର ୨ ଭଳି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ର ତାଲିକାରେ ଯୋଗ ଦେଉଛି।

ଏହାର ମେଗା ପ୍ରଡକ୍ସନ୍, ଚମତ୍କାର ଭିଜୁଆଲ୍ ଏବଂ ଦମଦାର କାହାଣୀ ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଉତ୍ସାହିତ କରିସାରିଛି। ‘କଙ୍ଗୁଭା’ ହେଉଛି ଚଳିତ ବର୍ଷର ସବୁଠାରୁ ବଡ ଏବଂ ମହଙ୍ଗା ଫିଲ୍ମ।

 
 
 
 
 
 
 
 
 
 
 
 
 
 
 

A post shared by Kanguva (@kanguvathemovie)

ପୁରୁଣା ସମୟକୁ ଦେଖାଇବାକୁ ଚେଷ୍ଟା:

ଏହି ଫିଲ୍ମ ମାଧ୍ୟମରେ ପୁରୁଣା ସମୟକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ନିର୍ମାତା ଆକ୍ସନ୍ ଏବଂ ସିନେମାଟୋଗ୍ରାଫି ପାଇଁ ହଲିଉଡ୍ ଏକ୍ସପର୍ଟମାନଙ୍କ ସାହାଯ୍ୟ ମଧ୍ୟ ନେଇଛନ୍ତି। ଫିଲ୍ମ 'କଙ୍ଗୁଭା' ୧୪ ନଭେମ୍ବରରେ ମୁକ୍ତିଲାଭ କରିବ। ‘କଙ୍ଗୁଭା’ରେ ୧୦ ହଜାରରୁ ଅଧିକ ଲୋକ କାମ କରିଛନ୍ତି। ଏହାର ସବୁଠାରୁ ପ୍ରମୁଖ ପ୍ରସଙ୍ଗ ହେଉଛି ସିକ୍ୱେନ୍ସ। କେବଳ ଏତିକି ନୁହେଁ, ଷ୍ଟୁଡିଓ ଗ୍ରୀନ୍ ମଧ୍ୟ ଟପ୍ ଡିଷ୍ଟ୍ରୀବ୍ୟୁସନ ହାଉସ୍ ସହିତ ହାତ ମିଳେଇଛି, ଯାହାଫଳରେ ଫିଲ୍ମଟି ବିଶ୍ୱବ୍ୟାପୀ ବହୁ ପରିମାଣରେ ମୁକ୍ତିଲାଭ କରିପାରିବ।

ଅଧିକ ପଢ଼ନ୍ତୁ: Rajnikanth: ‘କଙ୍ଗୁଭା’ ସୂର୍ଯ୍ୟାଙ୍କ ପାଇଁ ନୁହେଁ, ମୋ ପାଇଁ ତିଆରି ହୋଇଥିଲା: ରଜନୀକାନ୍ତ