Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି। ଏଥିରେ ଫିଲ୍ମ ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ଦେଖାଯାଉଛନ୍ତି ବବି ଦେଓଲ୍।

Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଫିଲ୍ମ ‘ଆନିମଲ୍‌’ରେ ଅବରାର ଭୂମିକା ସହିତ ହଇଚଇ ସୃଷ୍ଟି କରିବା ପରେ ପ୍ରଶଂସକମାନେ ବବି ଦେଓଲଙ୍କ ଆଗାମୀ ଫିଲ୍ମ ଉପରେ ନଜର ରଖିଛନ୍ତି। ସେବେଠାରୁ ସେ ସାଉଥ୍ ସୁପର୍‌ଷ୍ଟାର୍‌ ସୂର୍ଯ୍ୟାଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘କଙ୍ଗୁଭା’ରେ ଉଧିରନଙ୍କ ଭୂମିକାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏଥିରେ ତାଙ୍କର ଭୂମିକା କ’ଣ ହେବାକୁ ଯାଉଛି ତାହା ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Bobby Deol (@iambobbydeol)

ନିକଟରେ ଏହାର ଟ୍ରେଲର ରିଲିଜ୍ ତାରିଖ ପ୍ରକାଶ ପାଇଥିଲା, ଯାହା ୧୨ ଅଗଷ୍ଟ ଥିଲା। ଏହା ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଥିଲା। ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି।

ଚଳିତ ବର୍ଷର ବଡ଼ ଚଳଚ୍ଚିତ୍ର:

ଷ୍ଟୁଡିଓ ଗ୍ରୀନ୍ ଦ୍ୱାରା ନିର୍ମିତ, ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଅଭିନୀତ ଏବଂ ଶିବାଙ୍କ ନିର୍ଦ୍ଦେଶିତ 'କଙ୍ଗୁଭା' ଚଳିତ ବର୍ଷର ଏକ ବଡ଼ ଚଳଚ୍ଚିତ୍ର। ଆକର୍ଷଣୀୟ ପୋଷ୍ଟର ଏବଂ ରୋମାଞ୍ଚକର 'ପାୟର ସଙ୍ଗ' ସହିତ ଧ୍ୟାନ ଆକର୍ଷଣ କରିବା ପରେ ନିର୍ମାତା ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ କରିଛନ୍ତି।

'କଙ୍ଗୁଭା' ହେଉଛି ଚଳିତ ବର୍ଷର ସବୁଠାରୁ ବଡ ତଥା ମହଙ୍ଗା ଚଳଚ୍ଚିତ୍ର, ଯାହାର ବଜେଟ୍ ୩୫୦କୋଟିରୁ ଅଧିକ ବୋଲି କୁହାଯାଉଛି, ଯାହା 'ପୁଷ୍ପା', 'ସିଙ୍ଘମ' ଏବଂ ଅନ୍ୟାନ୍ୟ ବଡ ବଡ ଚଳଚ୍ଚିତ୍ରଠାରୁ ବି ବଡ ଅଟେ।

ଦେଖିବାକୁ ମିଳିବ ପ୍ରାଚୀନ ଇତିହାସର ଘଟଣାବଳୀ:

ଏହି ଫିଲ୍ମଟି ୭ଟି ଦେଶରେ ସୁଟିଂ କରାଯାଇଛି। ଏହା ପ୍ରାଚୀନ ଇତିହାସର ଘଟଣାବଳୀକୁ ନେଇ ନିର୍ମିତ ହୋଇଥିବା ଏକ ଅନନ୍ୟ ଫିଲ୍ମ ହେବାକୁ ଯାଉଛି। ନିର୍ମାତା ଆକ୍ସନ ଏବଂ ସିନେମାଟୋଗ୍ରାଫି ପରି ବୈଷୟିକ ବିଭାଗ ପାଇଁ ହଲିଉଡ୍‌ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଇଛନ୍ତି।

୧୦ ହଜାରରୁ ଅଧିକ ଲୋକଙ୍କ ସହ ସୁଟିଂ:

ଏହି ଫିଲ୍ମଟି ମୋଟ ୧୦ ହଜାରରୁ ଅଧିକ ଲୋକଙ୍କ ସହ ସୁଟିଂ କରାଯାଇଛି ଏବଂ ଏଥିରେ ସର୍ବବୃହତ ୱାର୍ ସିକ୍ୱେନ୍ସ ମଧ୍ୟ ରହିଛି। କେବଳ ଏତିକି ନୁହେଁ, ଷ୍ଟୁଡିଓ ଗ୍ରୀନ୍ ଟପ୍ ଡିଷ୍ଟ୍ରିବ୍ୟୁସନ୍ ହାଉସେସ୍ ସହିତ ହାତ ଯୋଡିଛି, ଯାହାଫଳରେ ଫିଲ୍ମଟି ବିଶ୍ୱବ୍ୟାପୀ ବହୁ ପରିମାଣରେ ମୁକ୍ତିଲାଭ କରିପାରିବ। ଏହି ଫିଲ୍ମ ୧୦ ଅକ୍ଟୋବର ୨୦୨୪ରେ ମୁକ୍ତିଲାଭ କରିବାକୁ ଯାଉଛି।

ଟ୍ରେଲର୍‌ ସହିତ ନିର୍ଦ୍ଦେଶକଙ୍କୁ ଜନ୍ମଦିନରେ ଶୁଭେଚ୍ଛା:

ଟ୍ରେଲର୍‌ ରିଲିଜ କରିବା ସହିତ ନିର୍ମାତା ନିର୍ଦ୍ଦେଶକ ଶିବାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ମାଷ୍ଟର ଷ୍ଟୋରୀ ଟେଲର୍ ତଥା ସିନେମାଟିକ୍ ଅନୁଭୂତିର ଉସ୍ତାଦ୍‌ଙ୍କୁ ତାଙ୍କ ଫିଲ୍ମ ପରି ସ୍ମରଣୀୟ ଜନ୍ମଦିନର ଶୁଭକାମନା। ଆମର #DirectorSiva ସାର୍‌ଙ୍କ ପାଇଁ ଏକ ବ୍ଲକବଷ୍ଟର ବର୍ଷ ଏବଂ ଅନେକ ସଫଳତା କାମନା କରୁଛି। ଟିମ୍ #Kanguva ତରଫରୁ ଶୁଭକାମନା।"