KBCରେ ପ୍ରତିଯୋଗୀଙ୍କ ଅଜବ ଡିମାଣ୍ଡ, ବିଗ୍ ବିଙ୍କ ଦାଢି ଛୁଇଁବାକୁ ମାଗିଲେ ଅନୁମତି
ମୁମ୍ଵାଇ ୨୮।୦୮: କୌନ ବନେଗା କରୋଡପତି ୧୬'। ସୋନି ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ମଧ୍ୟରୁ ଅନ୍ୟତମ। ଏହି ସୋ’ର ହୋଷ୍ଟ ଅମିତାଭ ବଚ୍ଚନ । ସେ ପ୍ରତିଯୋଗୀମାନଙ୍କ ସହିତ କୌତୁହଳପୂର୍ଣ୍ଣ କଥାବାର୍ତ୍ତା ସହ ଦୟାଳୁ ମନୋଭାବ ପାଇଁ ବେଶ ଜଣାଶୁଣା । ହଟ୍ ସିଟ୍ ଉପରେ ବସିଥିବା ପ୍ରତିଯୋଗୀମାନଙ୍କୁ ସ୍ବାଭାବିକ ଅନୁଭବ କରାଇବା ପାଇଁ ବିଗ୍ ବି ପ୍ରାୟତଃ ମଜାଳିଆ କଥା କରିଥାଆନ୍ତି। ଅନେକ ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ବିଗବିଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଯାଇଆନ୍ତି। ଅନ୍ୟ ସମୟରେ ପ୍ରତିଯୋଗୀଙ୍କ ସଂଘର୍ଷଭରା କାହାଣୀ ଶୁଣି ଅମିତାଭଙ୍କ ଆଖିରେ ଲୁହ ଆସି ଯାଇଥାଏ।View this post on InstagramA post shared by Sony Entertainment Television (@sonytvofficial)ଅମିତାଭଙ୍କ ‘କୌନ ବନେଗା କରୋଡ଼ପତି ସିଜନ-୧୬’ରେ ପ୍ରତିଯୋଗୀ ଅଲକା ସିଂ ହଟ ସିଟରେ ବସିବାର ସୁଯୋଗ ପାଇଥିଲେ। ୨୪ବର୍ଷୀୟ ଅଲକା ପୋଷ୍ଟ ଅଫିସ୍ରେ ପୋଷ୍ଟମାଷ୍ଟର ଭାବରେ କାମ କରନ୍ତି । ସୋ’ରେ ଅଲକା ଖୁବ ସୁନ୍ଦର ଖେଳ ଖେଳି ୩,୨୦,୦୦୦ ଟଙ୍କାରେ ପହଞ୍ଚିଥିଲେ। ଅଲକା ସିଂ ଯେତେବେଳେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ, ସେତେବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ। ବିଗ୍ ବି ଏହା ଦେଖି ତାଙ୍କୁ କିଛି ଟିସୁ ବଢ଼ାଇ ଦେଇଥିଲେ।ଅଲକା କହିଥିଲେ, ‘ମୁଁ ଏତେ ବି କାନ୍ଦି ନାହିଁ।’ ଏହାପରେ ବିଗ ବି ଅଲକାଙ୍କ
ମୁମ୍ଵାଇ ୨୮।୦୮: କୌନ ବନେଗା କରୋଡପତି ୧୬'। ସୋନି ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ମଧ୍ୟରୁ ଅନ୍ୟତମ। ଏହି ସୋ’ର ହୋଷ୍ଟ ଅମିତାଭ ବଚ୍ଚନ । ସେ ପ୍ରତିଯୋଗୀମାନଙ୍କ ସହିତ କୌତୁହଳପୂର୍ଣ୍ଣ କଥାବାର୍ତ୍ତା ସହ ଦୟାଳୁ ମନୋଭାବ ପାଇଁ ବେଶ ଜଣାଶୁଣା । ହଟ୍ ସିଟ୍ ଉପରେ ବସିଥିବା ପ୍ରତିଯୋଗୀମାନଙ୍କୁ ସ୍ବାଭାବିକ ଅନୁଭବ କରାଇବା ପାଇଁ ବିଗ୍ ବି ପ୍ରାୟତଃ ମଜାଳିଆ କଥା କରିଥାଆନ୍ତି। ଅନେକ ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ବିଗବିଙ୍କୁ ଦେଖିବା ପରେ ଭାବପ୍ରବଣ ହୋଇଯାଇଆନ୍ତି। ଅନ୍ୟ ସମୟରେ ପ୍ରତିଯୋଗୀଙ୍କ ସଂଘର୍ଷଭରା କାହାଣୀ ଶୁଣି ଅମିତାଭଙ୍କ ଆଖିରେ ଲୁହ ଆସି ଯାଇଥାଏ।
ଅମିତାଭଙ୍କ ‘କୌନ ବନେଗା କରୋଡ଼ପତି ସିଜନ-୧୬’ରେ ପ୍ରତିଯୋଗୀ ଅଲକା ସିଂ ହଟ ସିଟରେ ବସିବାର ସୁଯୋଗ ପାଇଥିଲେ। ୨୪ବର୍ଷୀୟ ଅଲକା ପୋଷ୍ଟ ଅଫିସ୍ରେ ପୋଷ୍ଟମାଷ୍ଟର ଭାବରେ କାମ କରନ୍ତି । ସୋ’ରେ ଅଲକା ଖୁବ ସୁନ୍ଦର ଖେଳ ଖେଳି ୩,୨୦,୦୦୦ ଟଙ୍କାରେ ପହଞ୍ଚିଥିଲେ। ଅଲକା ସିଂ ଯେତେବେଳେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ, ସେତେବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ। ବିଗ୍ ବି ଏହା ଦେଖି ତାଙ୍କୁ କିଛି ଟିସୁ ବଢ଼ାଇ ଦେଇଥିଲେ।ଅଲକା କହିଥିଲେ, ‘ମୁଁ ଏତେ ବି କାନ୍ଦି ନାହିଁ।’ ଏହାପରେ ବିଗ ବି ଅଲକାଙ୍କୁ ମଜାଳିଆ ଢଙ୍ଗରେ କହିଥିଲେ କ୍ଷମା ମାଗିଥିଲେ। ଅଲକା କହିଥିଲେ ଗୁଡ ବଏ। ଖେଳର କିଛି ସମୟ ପରେ ଅଲକା ବଗ୍ ବିଙ୍କ ଅଜବ ଦବି କରିଥିଲେ । ଯାହା ଶୁଣି ବିଗ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅଲକା ଅମିତାଭଙ୍କ ଦାଢି ଛୁଇଁ ପାରିବେ କି ବୋଲି ଅନୁରୋଧ କରିଥିଲେ। ଅଲକାଙ୍କ ଏହି ଇଚ୍ଛାକୁ ସମ୍ମାନ ସହ ବିଗ ବିଙ୍କୁ କହିଥିଲେ, ‘ତୁମେ ତୁମର ଭାଇ କି ବାପାଙ୍କ ଦାଢ଼ି ସ୍ପର୍ଶ କରି ନାହଁ କି? ପ୍ରତିଯୋଗୀ କହିଥିଲେ, ‘ବାପା କି ଭାଇ କେବେ ଦାଢ଼ି ରଖନ୍ତି ନାହିଁ।’ ଏହାପରେ ଅମିତାବଭ ବଚ୍ଚନ କହିଥିଲେ ତେବେ ସୋ’ ଶେଷ ପରେ ତୁମେ ମୋର ଦାଢ଼ି ଛୁଇଁ ପାରିବ। ଏହା ଶୋ’ର ଏକ ମଜାଳିଆ ମୁହୂର୍ତ୍ତ ଥିଲା। ଯାହା ସମସ୍ତଙ୍କୁ ହସିବାକୁ ବାଧ୍ୟ କରିଥିଲା ।