ସ୍ବାସ୍ଥ୍ୟ ବୀମା ନିୟମରେ ବଡ ପରିବର୍ତ୍ତନ, ଏଣିକି ୬୫ରୁ ଅଧିକ ବର୍ଷ ବୟସ୍କ ମଧ୍ୟ ପାଇବେ ସୁବିଧା
ନୂଆଦିଲ୍ଲୀ : ବୀମା ନିୟାମକ ଇରଡାଇ(IRDAI) ସ୍ବାସ୍ଥ୍ୟ ବୀମା କ୍ରୟ ସମ୍ବନ୍ଧିତ ନିୟମରେ ବଡ ପରିବର୍ତ୍ତନ କରିଛି । ଏଥିରେ ପଲିସି କ୍ରେତାଙ୍କ ପୂର୍ବରୁ ଥିବା ବୟସ ସୀମା ନିୟମ ହଟାଯାଇଛି । ପୂର୍ବରୁ କେବଳ ୬୫ ବର୍ଷ କିମ୍ବା ତାଠୁ କମ୍ ବୟସ୍କ ହିଁ ସ୍ବାସ୍ଥ୍ୟ ବୀମା କ୍ରୟ କରିପାରୁଥିଲେ । ସୂଚନା ଅନୁସାରେ ସ୍ବାସ୍ଥ୍ୟ ବୀମା କ୍ରୟ ଉପରେ ସର୍ବାଧିକ ବୟସ୍କ କଟକଣା ସମାପ୍ତ କରି ଇରଡାଇ ଏହି ସୁବିଧା ସମସ୍ତଙ୍କୁ ଯୋଗାଇ ଦେବାକୁ […]

ନୂଆଦିଲ୍ଲୀ : ବୀମା ନିୟାମକ ଇରଡାଇ(IRDAI) ସ୍ବାସ୍ଥ୍ୟ ବୀମା କ୍ରୟ ସମ୍ବନ୍ଧିତ ନିୟମରେ ବଡ ପରିବର୍ତ୍ତନ କରିଛି । ଏଥିରେ ପଲିସି କ୍ରେତାଙ୍କ ପୂର୍ବରୁ ଥିବା ବୟସ ସୀମା ନିୟମ ହଟାଯାଇଛି । ପୂର୍ବରୁ କେବଳ ୬୫ ବର୍ଷ କିମ୍ବା ତାଠୁ କମ୍ ବୟସ୍କ ହିଁ ସ୍ବାସ୍ଥ୍ୟ ବୀମା କ୍ରୟ କରିପାରୁଥିଲେ ।
ସୂଚନା ଅନୁସାରେ ସ୍ବାସ୍ଥ୍ୟ ବୀମା କ୍ରୟ ଉପରେ ସର୍ବାଧିକ ବୟସ୍କ କଟକଣା ସମାପ୍ତ କରି ଇରଡାଇ ଏହି ସୁବିଧା ସମସ୍ତଙ୍କୁ ଯୋଗାଇ ଦେବାକୁ ଚାହୁଁଛି । ଏହା ଫଳରେ ଅଧିକ ହିତାଧିକାରୀ ସ୍ବାସ୍ଥ୍ୟ ବୀମା ପାଇପାରିବେ । ଏହି ନିୟମକୁ ପିଛିଲା ଭାବେ ୧ ଏପ୍ରିଲ ୨୦୨୪ରୁ ଲାଗୁ କରିଦିଆଯାଇଛି । ଅର୍ଥାତ୍ ଏଣିକି କୌଣସି ବର୍ଷ ବୟସ୍କ ମଧ୍ୟ ନୂଆ ସ୍ବାସ୍ଥ୍ୟ ବୀମା ନେଇପାରିବେ ।
ଇରଡାଇ ସର୍ବାଧିକ ବୟସ ସୀମା ନିୟମକୁ ସମାପ୍ତ କରି ଏକ ସର୍କୁଲାରରେ କହିଛି କି ସମସ୍ତ ବୀମା କମ୍ପାନୀ ଏହା ସୁନିଶ୍ଚିତ କରନ୍ତୁ କି ସେମାନଙ୍କ ପାଖରେ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଉତ୍ପାଦ ଉପଲବ୍ଧ ହେବ । ଏହା ସହ ସମସ୍ତ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ରହିଛି କି ବରିଷ୍ଠ ନାଗରିକ ନିଜ ହିସାବରେ ଯେଭଳି ବୀମା ନେଇପାରିବେ ଏବଂ ଏହି ବୀମା କ୍ଲେମ୍ ସମୟରେ ମଧ୍ୟ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ବୀମା କମ୍ପାନୀମାନେ ଧ୍ୟାନ ଦେବେ ।