ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ଟଳିଲେ ୭ ମାଓବାଦୀ

ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି।

ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ଟଳିଲେ ୭ ମାଓବାଦୀ

ତେଲଙ୍ଗାନା ପୁଲିସକୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ। ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି। ମୁଲୁଗୁ ଏସ୍‌ପି ଡକ୍ଟର ସବାରିଶ ଏହି ସୂଚନା ଦେଇଛନ୍ତି।

ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଏହି ଏନ୍‌କାଉଣ୍ଟର ହୋଇଛି। ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ମଣ୍ଡଳର ଚଲପାକା ଜଙ୍ଗଲରେ ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍‌ପେଟ୍‌ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

କହିରଖୁ ଯେ, ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ। ସେହିପରି ଦୁଇ ଜଣ ପୁଲିସକର୍ମୀ ଆହତ ମଧ୍ୟ ହୋଇଥିଲେ।