ଅପହୃତ ଜାହାଜ ଏମଭି ଅବଦୁଲ୍ଲାହ – ପରିସ୍ଥିତି ନିୟନ୍ତ୍ରଣରେ ଅଛି

ଡେସ୍କ: ବାଂଲାଦେଶର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଖାଲିଦ ମହମ୍ମଦ ଚୌଧୁରୀ ଆଜି ଆଶା ବ୍ୟକ୍ତ କରିଛନ୍ତି ଯେ ଅପହୃତ ଜାହାଜ ଏମଭି ଅବଦୁଲ୍ଲାହର ସମସ୍ତ ୨୩ ଜଣ କର୍ମଚାରୀଙ୍କୁ ଚଳିତ ମାସରେ ଉଦ୍ଧାର କରାଯିବ। ଶ୍ରୀ ଚୌଧୁରୀ ଢାକାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସେ କହିଛନ୍ତି ଯେ ଜାହାଜ ଚଳାଚଳ ବିଭାଗ କ୍ରୁ ସଦସ୍ୟଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସେମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ […]

ଅପହୃତ ଜାହାଜ ଏମଭି ଅବଦୁଲ୍ଲାହ – ପରିସ୍ଥିତି ନିୟନ୍ତ୍ରଣରେ ଅଛି

ଡେସ୍କ: ବାଂଲାଦେଶର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଖାଲିଦ ମହମ୍ମଦ ଚୌଧୁରୀ ଆଜି ଆଶା ବ୍ୟକ୍ତ କରିଛନ୍ତି ଯେ ଅପହୃତ ଜାହାଜ ଏମଭି ଅବଦୁଲ୍ଲାହର ସମସ୍ତ ୨୩ ଜଣ କର୍ମଚାରୀଙ୍କୁ ଚଳିତ ମାସରେ ଉଦ୍ଧାର କରାଯିବ। ଶ୍ରୀ ଚୌଧୁରୀ ଢାକାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ସେ କହିଛନ୍ତି ଯେ ଜାହାଜ ଚଳାଚଳ ବିଭାଗ କ୍ରୁ ସଦସ୍ୟଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ସେମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ମାର୍ଚ୍ଚ ୧୨ ତାରିଖରେ ଏହି ଜାହାଜକୁ ସୋମାଲି ଡକାୟତମାନେ ଅପହରଣ କରି ନେଇଥିଲେ। ଜାହାଜଟି ମୋଜାମ୍ବିକର ମାପୁଟୋରୁ ସଂଯୁକ୍ତ ଆରବ ଏମିରେଟ୍ସର ଅଲ୍ ହମରିଆ ଅଭିମୁଖେ ଯାଉଥିଲା। ଏଥିରେ ୫୮ ହଜାର ଟନ୍ କୋଇଲା ଭର୍ତ୍ତି ହୋଇଛି।