ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌

ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍ସେସନ ତଥା ୟୁଟ୍ୟୁବର କିଲି ପଲ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍‌ ପ୍ରେମର ପ୍ରମାଣ ଦେଇଛନ୍ତି। ୟୁଜର୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। କିଲି ପଲ୍‌ ଓଡ଼ିଆ ଗୀତ ‘ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମୋତେ ଛୋଟ’ ଗୀତରେ ଲିପ୍ସିଂ କରୁଛନ୍ତି।   View this post on Instagram   A post shared by Kili […] The post ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌ appeared first on Dharitri Odia News.

ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌

ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍ସେସନ ତଥା ୟୁଟ୍ୟୁବର କିଲି ପଲ୍‌ ପୁଣି ଥରେ
ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍‌ ପ୍ରେମର ପ୍ରମାଣ ଦେଇଛନ୍ତି। ୟୁଜର୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। କିଲି ପଲ୍‌ ଓଡ଼ିଆ ଗୀତ ‘ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମୋତେ ଛୋଟ’ ଗୀତରେ ଲିପ୍ସିଂ କରୁଛନ୍ତି।

 

View this post on Instagram

 

A post shared by Kili Paul (@kili_paul)

ଯେଉଁଥିରେ ଲୋକମାନେ ରିଲ କରୁଛନ୍ତି। ଏବେ କିଲି ଏହି ଗୀତରେ ଲିପ୍ସିଂ ଦେବା ସହ ଗୋଟିଏ ସ୍ଥାନରେ ବସି ଅଭିନୟ କରିଛନ୍ତି। ତାଙ୍କର ଏହି ଲିପ୍ସିଂ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ କରାଯାଇଛି। ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୬୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଯଦିଓ କିଲି ଭାରତୀୟ ନୁହନ୍ତି, ତଥାପି ସେ ସବୁ ଭାଷାରେ ଗୀତ ଗାଇବା ସହ ଡ୍ୟାନ୍ସ ଏବଂ ଲିପ୍ସିଂ କରନ୍ତି। ସେ ହିନ୍ଦୀ, ବେଙ୍ଗଲୀ, ପଞ୍ଜାବୀ, ଛତିଶଗଡ଼, ମାଲାୟାଲାମ, ତାମିଲ, କନ୍ନଡ ଗୀତରେ ମଧ୍ୟ ଛୋଟ ଭିଡିଓ ଏବଂ ରିଲ୍‌ ତିଆରି କରୁଥିବା ଦେଖିବାକୁ ମିଳିଥାଏ।

କିଲିଙ୍କ ୟୁଟ୍ୟୁବଠାରୁ ଆରମ୍ଭ କରି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଠି ଜଲ୍‌ଓ୍ବା ଦେଖାଉଛନ୍ତି। ୟୁଜରମାନେ ମଧ୍ୟ ତାଙ୍କ ଗୀତ ଚୟନ ଏବଂ ଡ୍ୟାନ୍ସ ଷ୍ଟାଇଲ୍‌କୁ ଖୁବ ପସନ୍ଦ କରନ୍ତି। ସେ ସବୁବେଳେ ତାଙ୍କର ପାରମ୍ପରିକ ପୋଷାକରେ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଥାନ୍ତି।

The post ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌ appeared first on Dharitri Odia News.