ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା
ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି, ଯେଉଁଥିରେ ଭାଜପା ଅଡୁଆରେ ପଡିଛି। ଶିନ୍ଦେ କିଛିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସାଇଲେଣ୍ଟ ଓ୍ବାର କରୁଥିଲେ ମଧ୍ୟ ଖୋଲାଖୋଲି କିଛି କହି ନାହାନ୍ତି। କିନ୍ତୁ ଆଜି ସେ ସ୍ବୀକାର କରିଛନ୍ତି କି, ଯଦି ସେ ମୁଖ୍ୟମନ୍ତ୍ରୀ ହେଉ ନାହାନ୍ତି ତେବେ ତାଙ୍କର କିଛି ସର୍ତ୍ତ ରହିଛି। ଯାହାକୁ ନେଇ […] The post ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା appeared first on Dharitri Odia News.
ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି, ଯେଉଁଥିରେ ଭାଜପା ଅଡୁଆରେ ପଡିଛି। ଶିନ୍ଦେ କିଛିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସାଇଲେଣ୍ଟ ଓ୍ବାର କରୁଥିଲେ ମଧ୍ୟ ଖୋଲାଖୋଲି କିଛି କହି ନାହାନ୍ତି। କିନ୍ତୁ ଆଜି ସେ ସ୍ବୀକାର କରିଛନ୍ତି କି, ଯଦି ସେ ମୁଖ୍ୟମନ୍ତ୍ରୀ ହେଉ ନାହାନ୍ତି ତେବେ ତାଙ୍କର କିଛି ସର୍ତ୍ତ ରହିଛି। ଯାହାକୁ ନେଇ ଭାଜପା ଅଡୁଆରେ ପଡିଛି।
ହରଡଘଣାରେ ଭାଜପା। ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଝା ଲାଗି ରହିଛି। ଏହାରି ଭିତରେ ଶିନ୍ଦେ ଭାଜପା ଆଗରେ ରଖିଛନ୍ତି ବଡ଼ ସର୍ତ୍ତ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଜୋର ଧରିଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, ଶିନ୍ଦେ ତାଙ୍କ ନେତା ଓ କର୍ମୀଙ୍କୁ ମହାରାଷ୍ଟ୍ରର ସିଏମ ପଦବୀ ଦାବିରୁ ଓହରିବାକୁ କହିଛନ୍ତି। ସୂଚନାନୁସାରେ, ସିଏମ ପଦବୀ ବଦଳରେ ଶିନ୍ଦେ ମହାୟୁତି ସରକାରରେ ଏକ ବଡ଼ ଦାବି କରିଛନ୍ତି। ଯଦି ସେ ସିଏମ ନ ହୁଅନ୍ତି ତେବେ ଗୃହ ବିଭାଗକୁ ସିନ୍ଦେ କ୍ୟାମ୍ପକୁ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅର୍ଥାତ ମଙ୍ଗଳବାର ରାତିରେ ଶିନ୍ଦେ କ୍ୟାମ୍ପର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବାକୁ ଯାଇଥିଲେ। ସିନ୍ଦେ କ୍ୟାମ୍ପ ଦାବି କରିଛି ଯେ ଯଦି ଏକନାଥ ଶିନ୍ଦେ ସିଏମ ନ ହୁଅନ୍ତି, ତେବେ ତାଙ୍କୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ମିଳିବା ଉଚିତ।
ଏନେଇ କେନ୍ଦ୍ର ମନ୍ତ୍ରୀ ଅଠାୱାଲେ କହିଛନ୍ତି ଯେ, ଯେତେବେଳେ ଏକନାଥ ଶିନ୍ଦେ ଜାଣିବାକୁ ପାଇଲେ ଯେ ଭାଜପା ହାଇକମାଣ୍ଡ, ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ (ମହାରାଷ୍ଟ୍ରର) ଭାବରେ ମନୋନୀତ କରିଛନ୍ତି, ସେତେବେଳେ ସେ ଟିକେ ଅସନ୍ତୁଷ୍ଟ ଥିଲେ। ଯାହା ମୁଁ ବୁଝିପାରୁଛି। କିନ୍ତୁ ଭାଜପାକୁ ୧୩୨ଟି ଆସନ ମିଳିଛି ଏବଂ ତେଣୁ ମୁଁ ଭାବୁଛି କିଛି ଉପାୟ ବାହାର କରାଯିବା ଉଚିତ। ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ କରାଯିବା ଉଚିତ। ଏକନାଥ ଶିନ୍ଦେ ଡେପୁଟି ସିଏମ ଭାବରେ ଦାୟିତ୍ୱ ଗ୍ରହଣ କରିପାରିବେ। ଯଦି ସେ ଡେପୁଟି ସିଏମ ହେବାକୁ ଆଗ୍ରହୀ ନୁହଁନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ କରାଯାଇପାରିବ। ମହାରାଷ୍ଟ୍ରର ଲୋକମାନେ ଚାହୁଁଛନ୍ତି ଯେ ଦେବେନ୍ଦ୍ର ଫଡନାଭିସ ସିଏମ ହୁଅନ୍ତୁ।
The post ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା appeared first on Dharitri Odia News.