‘KGF’ ମେକର୍ସଙ୍କ ସହ କାମ କରିବେ ହ୍ରିତିକ

ମୁମ୍ୱାଇ: ‘KGF 1’, ‘KGF 2’, ‘Salaar Part 1’ ଏବଂ ‘Kantara’ ଭଳି ଫିଲ୍ମ ତିଆରି କରିଥିବା Hombale Films, ଏବେ ହ୍ରିତିକ ରୋଶନଙ୍କ ସହିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ହେବ, ଯାହା ଅନେକ ଭାଷାରେ ରିଲିଜ୍ ହେବ। ହ୍ରିତିକ ରୋଶନ ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ଥିବା ଜଣାପଡିଛି। Hombale Films ପ୍ରତିଷ୍ଠାତା ବିଜୟ କିରଗାଣ୍ଡୁର କହିଛନ୍ତି, ‘ଆମେ ଏହି ସହଭାଗୀତା ସହିତ […] The post ‘KGF’ ମେକର୍ସଙ୍କ ସହ କାମ କରିବେ ହ୍ରିତିକ appeared first on Odisha.News.

‘KGF’ ମେକର୍ସଙ୍କ ସହ କାମ କରିବେ ହ୍ରିତିକ

ମୁମ୍ୱାଇ: ‘KGF 1’, ‘KGF 2’, ‘Salaar Part 1’ ଏବଂ ‘Kantara’ ଭଳି ଫିଲ୍ମ ତିଆରି କରିଥିବା Hombale Films, ଏବେ ହ୍ରିତିକ ରୋଶନଙ୍କ ସହିତ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ହେବ, ଯାହା ଅନେକ ଭାଷାରେ ରିଲିଜ୍ ହେବ।

ହ୍ରିତିକ ରୋଶନ ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ଥିବା ଜଣାପଡିଛି। Hombale Films ପ୍ରତିଷ୍ଠାତା ବିଜୟ କିରଗାଣ୍ଡୁର କହିଛନ୍ତି, ‘ଆମେ ଏହି ସହଭାଗୀତା ସହିତ ବହୁତ ଖୁସି। Hombale Films ରେ, ଆମର ଲକ୍ଷ୍ୟ ହେଉଛି ପ୍ରେରଣାଦାୟକ କାହାଣୀ ଉପସ୍ଥାପନ କରିବା। ହ୍ରିତିକ ରୋଶନଙ୍କ ସହିତ ଯୋଗଦାନ ଆମର ସମାନ ଦୃଷ୍ଟିକୋଣ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମର ଲକ୍ଷ୍ୟ ହେଉଛି ଏପରି ଏକ ଫିଲ୍ମ ତିଆରି କରିବା ଯେଉଁଠାରେ ଇଣ୍ଟେଶିଟୀ, ଇମାଜିନେସନ ଏକ ବଡ଼ ସ୍ତରରେ ମିଶିଥାଏ। ଆମେ ଦର୍ଶକଙ୍କୁ ଏକ ଶକ୍ତିଶାଳୀ ଏବଂ ସ୍ମରଣୀୟ ଅଭିଜ୍ଞତା ଦେବାକୁ ପ୍ରତିବଦ୍ଧ।

ହ୍ରିତିକ ରୋଶନ ମଧ୍ୟ କୁହନ୍ତି, ‘Hombale ଗତ କିଛି ବର୍ଷ ଧରି କିଛି ଭିନ୍ନ କାହାଣୀ ଉପରେ ଫିଲ୍ମ ତିଆରି କରୁଛି। ମୁଁ ସେମାନଙ୍କ ସହିତ ଯୋଗ ଦେବାକୁ ବହୁତ ଉତ୍ସାହିତ। ଆମେ ବଡ଼ ସ୍ୱପ୍ନ ଦେଖୁଛୁ ଏବଂ ଏହି ଦୃଷ୍ଟିକୋଣକୁ ଜୀବନ୍ତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।

ତେବେ ହ୍ରିତିକ ସାମିଲ ହେଉଥିବା ନେଇ Hombale Films ଦ୍ୱାରା ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି।

The post ‘KGF’ ମେକର୍ସଙ୍କ ସହ କାମ କରିବେ ହ୍ରିତିକ appeared first on Odisha.News.