KIIT University: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍
ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେଇ କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଘଟଣାକୁ ନେଇ ଯିଏ ବି ଚାହିଁବେ ଟିମ୍କୁ ଭେଟି ତଥ୍ୟ ରଖି ପାରିବେ ।