KIIT କଲେଜ୍ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀରେ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ। କିଟ୍ କଲେଜ ବସ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ମହିଳାଙ୍କ ପଛପଟୁ କିଟ୍ ବିଶ୍ୱବିଦ୍ୟାଳୟ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଘଟିଛି। ମହିଳା ଜଣକ ରାସ୍ତାରେ ଯିବା ସମୟରେ ପଛପଟୁ କିଟ୍ କଲେଜ୍ ବସ୍ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣଙ୍କ ଆଖି ବୁଜି ଦେଇଥିଲେ। […]

ଭୁବନେଶ୍ୱର: ରାଜଧାନୀରେ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ। କିଟ୍ କଲେଜ ବସ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ମହିଳାଙ୍କ ପଛପଟୁ କିଟ୍ ବିଶ୍ୱବିଦ୍ୟାଳୟ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଘଟିଛି। ମହିଳା ଜଣକ ରାସ୍ତାରେ ଯିବା ସମୟରେ ପଛପଟୁ କିଟ୍ କଲେଜ୍ ବସ୍ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣଙ୍କ ଆଖି ବୁଜି ଦେଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବିଶ୍ୱ ବିଦ୍ୟାଳୟ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ। ହେଲେ ଏବେସୁଦ୍ଧା କିଟ୍ କର୍ତ୍ତୃପକ୍ଷ କିମ୍ୱା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।