KKRରେ ଗମ୍ଭୀରଙ୍କ ସ୍ଥାନ ନେବେ ଏହି ବ୍ୟକ୍ତି, ସାମ୍ନାକୁ ଆସିଲା ମେଣ୍ଟରଙ୍କ ନାଁ
ନୂଆଦିଲ୍ଲୀ ୦୬।୦୯: ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ନୂଆ କୋଚ୍ । ଏହାପରେ ଛାଡିଛନ୍ତି ଶାହାରୁଖଙ୍କ ଟିମ୍ର ସାଥ୍ । KKR ମେଣ୍ଟର ପଦକୁ କହିଛନ୍ତି ବାଏ ବାଏ । ତାଙ୍କ ମେଣ୍ଟରସିପ୍ରେ ୩ୟ ଥର ଆଇପିଏଲ୍ ଚାମ୍ପିୟନ ହୋଇଛି କେକେଆର । ଗମ୍ଭୀରଙ୍କ ପରେ ଟିମ୍ ଖୋଜୁଥିଲା ନୂଆ ମେଣ୍ଟର । ଏବେ ମିଳିଛନ୍ତି ଗମ୍ଭୀରଙ୍କ ବିକଳ୍ପ । ରିପୋର୍ଟ ଅନୁଯାୟୀ କୁମାର ସାଙ୍ଗାକାର ନେଇପାରନ୍ତି ଗୌତମ ଗମ୍ଭୀରଙ୍କ ସ୍ଥାନ । ଏଥିପାଇଁ ଶାହରୁଖଙ୍କ ଟିମ୍ ସାଙ୍ଗାକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି । ଆଗାମୀ କିଛି ଦିନରେ ଏହାର ଘୋଷଣା ମଧ୍ୟ ହୋଇପାରେ । କୁମାର ସାଙ୍ଗାକାର ୨୦୨୧ରୁ ରାଜସ୍ଥାନ ରୟାଲ୍ସ ସହ ଯୋଡି ହୋଇ ରହିଛନ୍ତି । ସେ ରାଜସ୍ଥାନ ଫ୍ରାଞ୍ଚାଇଜର ଡାୟରେକ୍ଟର ଥିଲେ । ଏହାସହିତ ସେ ହେଡକୋଚ୍ର ପଦ ମଧ୍ୟ ସମ୍ଭାଳୁଥିଲେ । ନିକଟରେ ରାଜସ୍ଥାନର ହେଡ୍ କୋଚ୍ ହୋଇଛନ୍ତି ରାହୁଲ ଦ୍ରାବିଡ । ଅନ୍ୟପଟେ ବିକ୍ରମ ରାଠୋର ଆସିଷ୍ଟାଣ୍ଟ କୋଚ୍ ହୋଇପାରନ୍ତି । ଖବର ଅନୁଯାୟୀ ସାଙ୍ଗାକାରଙ୍କୁ ଫ୍ରାଞ୍ଚାଇଜ୍ ଅନ୍ୟ ଲିଗ୍ରେ ଟିମ୍କୁ ସମ୍ଭାଳିବାକୁ ଦାୟିତ୍ବ ଦେଇଥିଲା । କିନ୍ତୁ ବର୍ତ୍ତମାନ ସାଙ୍ଗାକାର ଫ୍ରାଞ୍ଚାଇଜ୍ଠାରୁ ନିଜ ସମ୍ପର୍କକୁ ବିରାମ ଦେବାକୁ ନେଇଛନ୍ତି ନିଷ୍ପତ୍ତି । ଆଇପିଏଲରେ କୋଲକତା ନାଇଟ ରାଇଡର୍ସର ହେଡ୍କୋଚର ପଦ ସମ୍ଭାଳୁଛନ୍ତି ଭାରତର ପୂର୍ବତନ କ୍ରିକେଟର ଚନ୍ଦ୍ରକାନ୍ତ ପଣ୍ଡିତ । ଅନ୍ୟପଟେ ଭାରତର ପୂର୍ବ ବୋଲି
ନୂଆଦିଲ୍ଲୀ ୦୬।୦୯: ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ନୂଆ କୋଚ୍ । ଏହାପରେ ଛାଡିଛନ୍ତି ଶାହାରୁଖଙ୍କ ଟିମ୍ର ସାଥ୍ । KKR ମେଣ୍ଟର ପଦକୁ କହିଛନ୍ତି ବାଏ ବାଏ । ତାଙ୍କ ମେଣ୍ଟରସିପ୍ରେ ୩ୟ ଥର ଆଇପିଏଲ୍ ଚାମ୍ପିୟନ ହୋଇଛି କେକେଆର । ଗମ୍ଭୀରଙ୍କ ପରେ ଟିମ୍ ଖୋଜୁଥିଲା ନୂଆ ମେଣ୍ଟର । ଏବେ ମିଳିଛନ୍ତି ଗମ୍ଭୀରଙ୍କ ବିକଳ୍ପ । ରିପୋର୍ଟ ଅନୁଯାୟୀ କୁମାର ସାଙ୍ଗାକାର ନେଇପାରନ୍ତି ଗୌତମ ଗମ୍ଭୀରଙ୍କ ସ୍ଥାନ । ଏଥିପାଇଁ ଶାହରୁଖଙ୍କ ଟିମ୍ ସାଙ୍ଗାକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି । ଆଗାମୀ କିଛି ଦିନରେ ଏହାର ଘୋଷଣା ମଧ୍ୟ ହୋଇପାରେ ।

କୁମାର ସାଙ୍ଗାକାର ୨୦୨୧ରୁ ରାଜସ୍ଥାନ ରୟାଲ୍ସ ସହ ଯୋଡି ହୋଇ ରହିଛନ୍ତି । ସେ ରାଜସ୍ଥାନ ଫ୍ରାଞ୍ଚାଇଜର ଡାୟରେକ୍ଟର ଥିଲେ । ଏହାସହିତ ସେ ହେଡକୋଚ୍ର ପଦ ମଧ୍ୟ ସମ୍ଭାଳୁଥିଲେ । ନିକଟରେ ରାଜସ୍ଥାନର ହେଡ୍ କୋଚ୍ ହୋଇଛନ୍ତି ରାହୁଲ ଦ୍ରାବିଡ । ଅନ୍ୟପଟେ ବିକ୍ରମ ରାଠୋର ଆସିଷ୍ଟାଣ୍ଟ କୋଚ୍ ହୋଇପାରନ୍ତି । ଖବର ଅନୁଯାୟୀ ସାଙ୍ଗାକାରଙ୍କୁ ଫ୍ରାଞ୍ଚାଇଜ୍ ଅନ୍ୟ ଲିଗ୍ରେ ଟିମ୍କୁ ସମ୍ଭାଳିବାକୁ ଦାୟିତ୍ବ ଦେଇଥିଲା । କିନ୍ତୁ ବର୍ତ୍ତମାନ ସାଙ୍ଗାକାର ଫ୍ରାଞ୍ଚାଇଜ୍ଠାରୁ ନିଜ ସମ୍ପର୍କକୁ ବିରାମ ଦେବାକୁ ନେଇଛନ୍ତି ନିଷ୍ପତ୍ତି ।

ଆଇପିଏଲରେ କୋଲକତା ନାଇଟ ରାଇଡର୍ସର ହେଡ୍କୋଚର ପଦ ସମ୍ଭାଳୁଛନ୍ତି ଭାରତର ପୂର୍ବତନ କ୍ରିକେଟର ଚନ୍ଦ୍ରକାନ୍ତ ପଣ୍ଡିତ । ଅନ୍ୟପଟେ ଭାରତର ପୂର୍ବ ବୋଲିଂ କୋଚ୍ ଭରତ ଅରୁଣଙ୍କୁ ଟିମ୍ ଦେଇଛି ବୋଲିଂ କୋଚ୍ ଦାୟିତ୍ବ । ଯେତେବେଳେ କି ଗୌତମ ଗମ୍ଭୀର,ରିୟାନ ଟେନ୍ ଡେଶକୋଟେ ଏବଂ ଅଭିଷେକ ନାୟରଙ୍କ ଯିବା ପରେ ମେଣ୍ଟର, ଫିଲ୍ଡି ଏବଂ ବ୍ୟାଟିଂ କୋଚ ପଦ ଖାଲି ପଡିଛି ।

ତେବେ ଶାହରୁଖଙ୍କ ଟିମ୍ ବର୍ତ୍ତମାନ ମେଣ୍ଟର ଖୋଜିବାରେ ଲାଗିଛି । ଆଉ ଫ୍ରାଞ୍ଚାଇଜ୍ ସାଙ୍ଗାକାରଙ୍କ ସହ କଥା ହୋଇଛି । ଅନ୍ୟପଟେ ସାଙ୍ଗାକାରଙ୍କୁ ଆଇପିଏଲର ଅନ୍ୟ ଟିମ୍ରୁ ମଧ୍ୟ ଅଫର ମିଳିଛି । କିଛି ଦିନରେ ସେ ନିଷ୍ପତ୍ତି ନେବେ କି କେଉଁ ଟିମ୍ରେ କରିବେ ଜଏନ୍ ।

କୁମାର ସାଙ୍ଗାକାର ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ଲିଷ୍ଟର ଦ୍ବିତୀୟରେ ରହିଛନ୍ତି । କିଛି ଦିନ ପୂର୍ବରୁ ତ ଇଂଲଣ୍ଡ କ୍ରିକେଟ ଟିମର ହ୍ବାଇଟ ବଲ୍ର ହେଡ୍ କୋଚ୍ ହେବା ରେସ୍ରେ ମଧ୍ୟ ସାମିଲ ରହିଥିଲେ । ଯଦିଓ ଇଂଲଣ୍ଡ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ହେଡକୋଚ୍ ଭାବେ ଚୟନ କରିଥିଲା, ଆଉ ସାଙ୍ଗାକାର ରେସ୍ରୁ ହୋଇଥିଲେ ବାହାର ।

ଯଦି ଆଇପିଏଲ୍ ବିଷୟରେ କଥା ହେବା ତେବେ ସାଙ୍ଗାକାର ୨୦୨୧ରେ ରାଜସ୍ଥାନ ଜଏନ କରିବା ପରେ ଭଲ କାମ କରିଛନ୍ତି । ତାଙ୍କ ତତ୍ବାବଧାନରେ ଟିମ୍ ୨୦୨୨ରେ ଫାଇନାଲରେ ପହଞ୍ଚିବାରେ ହୋଇଥିଲା ସଫଳ । ଏହାବ୍ୟତୀତ ୨୦୨୪ ସିଜିନରେ ପ୍ଲେଅଫ୍ରେ କ୍ୟାଲିଫାଏ କରିଥିଲା ଏବଂ ତୃତୀୟ ସ୍ଥାନରେ ରହିଥିଲା । ତେବେ ଅପେକ୍ଷା କୁମାର ସାଙ୍ଗାକାରଙ୍କ ଫାଇନାଲ୍ ନିଷ୍ପତ୍ତିକୁ ...