ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଓ୍ବେବସାଇଟ୍‌ରେ ଲାଗିଲା  ସରକାରଙ୍କ ଲୋଗୋ

ଭୁବନେଶ୍ୱର,୧୭।୩ : ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଗୁଡ଼ିକ ହଟାଇ ଦିଆଯାଇଛି । ରାଜଧାନୀ ଭୁବନେଶରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼େଇ ଦିଆଯାଇଥିବା ଦେଖିବାକୁ ମିଳୁଛି । ଏହି ସମୟରେ କୌଣସି ସରକାରୀ ଯୋଜନା କିମ୍ବା ଭୋଟରଙ୍କୁ ପ୍ରଭାବିତ କରୁଥିବା ବିଜ୍ଞାପନ ଉପରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ କଟକଣା ଲଗାଇବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ […] The post ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଓ୍ବେବସାଇଟ୍‌ରେ ଲାଗିଲା  ସରକାରଙ୍କ ଲୋଗୋ appeared first on Dharitri Odia News.

ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଓ୍ବେବସାଇଟ୍‌ରେ ଲାଗିଲା  ସରକାରଙ୍କ ଲୋଗୋ
ଭୁବନେଶ୍ୱର,୧୭।୩ : ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଯୋଜନା ବିଜ୍ଞାପନ ହୋର୍ଡିଂ ଗୁଡ଼ିକ ହଟାଇ ଦିଆଯାଇଛି । ରାଜଧାନୀ ଭୁବନେଶରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ଲାଗିଥିବା ବିଜ୍ଞାପନ ହୋର୍ଡିଂକୁ ଘୋଡ଼େଇ ଦିଆଯାଇଥିବା ଦେଖିବାକୁ ମିଳୁଛି ।
ଏହି ସମୟରେ କୌଣସି ସରକାରୀ ଯୋଜନା କିମ୍ବା ଭୋଟରଙ୍କୁ ପ୍ରଭାବିତ କରୁଥିବା ବିଜ୍ଞାପନ ଉପରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ କଟକଣା ଲଗାଇବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଏହି କ୍ରମରେ ରାଜଧାନୀର ବିଭିନ୍ନ ଛକ ବଜାର ରାସ୍ତାଘାଟରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂ ଗୁଡ଼ିକ ଘୋଡେଇ ଦିଆଯାଇଥିବା ଦେଖିବାକୁ ମିଲିଛି।
ଅନ୍ୟପକ୍ଷେ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଏହା ଲାଗୁ ହେବା ପରେ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗୀୟ ଓ୍ବେବସାଇଟ ସହ ସରକାରୀ ଓ୍ବେବସାଇଟ୍‌ରେ ରହିଛି ସବୁଠି ଓଡ଼ିଶା ସରକାରଙ୍କ ଲୋଗୋ ରହିଛି।

The post ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଓ୍ବେବସାଇଟ୍‌ରେ ଲାଗିଲା  ସରକାରଙ୍କ ଲୋଗୋ appeared first on Dharitri Odia News.