KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ। ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଭଦ୍ରକ ବାସୁଦେବପୁର ଅଂଚଳର ଏ... The post KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ appeared first on .

KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ। ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଭଦ୍ରକ ବାସୁଦେବପୁର ଅଂଚଳର ଏ ଘଟଣା। ଷ୍ଟେଟ ବ୍ୟାଙ୍କ ଶାଖା ସାମନାରେ ଶହ ଶରହ ସଂଖ୍ୟାରେ ଲୋକଙ୍କ ଗହଳି ଲାଗିଛି। ସକାଳଠାରୁ ଅପରାହ୍ନ  ପର୍ଯ୍ୟନ୍ତ ଲାଗୁଛି ଲମ୍ବା ଧାଡ଼ି।ସୁଭଦ୍ରା ଯୋଜନାର ଟଙ୍କା ଆସିବା ପରେ ଟଙ୍କା ଉଠାଇବାକୁ କରୁଛନ୍ତି KYC ଅପଡେଟ। ଲୋକଙ୍କ ମଧ୍ୟରେ ଠେଲାପେଲାରୁ ଜଣେ ଯୁବକ ଆହତ ହୋଇଥଲେ। ଅଲେଖ ନାୟକ ନାମକ ଯୁବକ ଜଣକ ସଂଜ୍ଞାହୀନ ହୋଇ ମେଡିକାଲ ଯିବାକୁ ପଡିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ସହରରେ ଥିବା ସମସ୍ତ ବ୍ୟାଙ୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବର୍ଷବର୍ଷ ଧରି ବ୍ୟାଙ୍କ ଜମା ଖାତା ଅଚଳ ପଡିଥିବାରୁ KYC ପାଇଁ ଭିଡ ଲାଗୁଛି ବୋଲି ବ୍ୟାଙ୍କ କର୍ତ୍ତୃପ୍‌କ୍ଷ କହିଛନ୍ତି।

The post KYC ଅପଡେଟ୍ କରିବାକୁ ଆସି ହନ୍ତସନ୍ତ appeared first on .