ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ... The post ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ appeared first on .
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ପିସି କାରବାର ସହିତ ବିଭିନ୍ନ ବେଆଇନ ଉତ୍ସରୁ ସେ ଏହି ଟଙ୍କା ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି। ନଗଦ ୧.୩୨ ଲକ୍ଷ ଟଙ୍କା ସହିତ ଧରାପଡ଼ିବା ପରେ ଏମ୍ଭିଆଇ ବିଜୟ କୁମାର ବେହୁରିଆଙ୍କର ୫ଟି ଠିକଣାର ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
The post ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ appeared first on .