L&T ଅଧ୍ୟକ୍ଷଙ୍କ ପରେ ଏବେ ଗୁଗଲ ନିଜ କର୍ମଚାରୀଙ୍କୁ ଦେଲା ପରାମର୍ଶ, କହିଲା- ୬୦ ଘଣ୍ଟା କାମ କର

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସିର ପ୍ରତିଦ୍ୱନ୍ଦ୍ୱୀତାରେ ଗୁଗଲ କାହାଠୁ ପଛରେ ରହିବା ପାଇଁ ଚାହୁଁନାହିଁ । ଏହି ଚିନ୍ତାରେ କମ୍ପାନିର ସହପ୍ରତିଷ୍ଠାତା ସର୍ଗି ବ୍ରିନ୍ ନିଜ କର୍ମଚାରୀଙ୍କୁ ସପ୍ତାହରେ ୬୦ ଘଣ୍ଟା କାମ କରିବା ଓ ପ୍ରତିଦିନ ଅଫିସ୍ ଆସିବା ପାଇଁ କହିଛନ୍ତି । ବ୍ରିନ୍ ଏକ୍ ଇଣ୍ଟରନାଲ୍ ମେମୋରେ କହିଛନ୍ତି ଯେ ଗୁଗଲ୍ ଏଆଇ ରେସ୍‌ରେ ବି ବିଜୟୀ ହୋଇପାରିବ, କିନ୍ତୁ ଏଥିପାଇଁ କର୍ମଚାରୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ ୭୦ ଘଣ୍ଟା କାମ କରିବା ନେଇ ମତ ରଖିଥିଲେ । ତାଙ୍କ ପରେ ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍‌ଏନ୍ ସୁବ୍ରମଣ୍ୟନ ୯୦ ଘଣ୍ଟା କାମ କରିବା କଥା କହିଥିଲେ । ଏହି ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ବି ବଡ଼ ବିତର୍କ ହୋଇଥିଲା । ଏବେ ଗୁଗଲ୍ ନିଜ କର୍ମଚାରୀଙ୍କୁ ୬୦ ଘଣ୍ଟା କାମ କରିବା ପାଇଁ ପରାମର୍ଶ ଦେଇଛି ।Also Read: ସପ୍ତାହରେ ୮୦-୯୦ ଘଣ୍ଟା କାମ କରିବାକୁ ପଡ଼ିବ, ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତଙ୍କ ବୟାନରୁ ନୂଆ ବିତର୍କବ୍ରିନ୍ ନିଜ କର୍ମଚାରୀଙ୍କୁ କହିଛନ୍ତି ଯେ ସବୁ ୱାର୍କିଂ ଦିନରେ ଅଫିସ୍ ଆସିବେ ଏବଂ ନିଜର ଉତ୍ପାଦତା ବୃଦ୍ଧି କରିବେ । ସେ କହିଛନ୍ତି ଯେ ସବୁ କର୍ମଚାରୀ ଅତି କମରେ ୬୦ ଘଣ୍ଟା କାମ କରିବାକୁ ପଡ଼ିବ । କିନ୍ତୁ ଯଦି ଏଠାରୁ ଅଧିକ କରିବେ ତେବେ ବର୍ନଆଉଟ୍ ହୋଇପାରେ । ବ୍ରିନ୍ କ

L&T ଅଧ୍ୟକ୍ଷଙ୍କ ପରେ ଏବେ ଗୁଗଲ ନିଜ କର୍ମଚାରୀଙ୍କୁ ଦେଲା ପରାମର୍ଶ, କହିଲା- ୬୦ ଘଣ୍ଟା କାମ କର

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସିର ପ୍ରତିଦ୍ୱନ୍ଦ୍ୱୀତାରେ ଗୁଗଲ କାହାଠୁ ପଛରେ ରହିବା ପାଇଁ ଚାହୁଁନାହିଁ । ଏହି ଚିନ୍ତାରେ କମ୍ପାନିର ସହପ୍ରତିଷ୍ଠାତା ସର୍ଗି ବ୍ରିନ୍ ନିଜ କର୍ମଚାରୀଙ୍କୁ ସପ୍ତାହରେ ୬୦ ଘଣ୍ଟା କାମ କରିବା ଓ ପ୍ରତିଦିନ ଅଫିସ୍ ଆସିବା ପାଇଁ କହିଛନ୍ତି । ବ୍ରିନ୍ ଏକ୍ ଇଣ୍ଟରନାଲ୍ ମେମୋରେ କହିଛନ୍ତି ଯେ ଗୁଗଲ୍ ଏଆଇ ରେସ୍‌ରେ ବି ବିଜୟୀ ହୋଇପାରିବ, କିନ୍ତୁ ଏଥିପାଇଁ କର୍ମଚାରୀଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ ୭୦ ଘଣ୍ଟା କାମ କରିବା ନେଇ ମତ ରଖିଥିଲେ । ତାଙ୍କ ପରେ ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍‌ଏନ୍ ସୁବ୍ରମଣ୍ୟନ ୯୦ ଘଣ୍ଟା କାମ କରିବା କଥା କହିଥିଲେ । ଏହି ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ବି ବଡ଼ ବିତର୍କ ହୋଇଥିଲା । ଏବେ ଗୁଗଲ୍ ନିଜ କର୍ମଚାରୀଙ୍କୁ ୬୦ ଘଣ୍ଟା କାମ କରିବା ପାଇଁ ପରାମର୍ଶ ଦେଇଛି ।

Also Read: ସପ୍ତାହରେ ୮୦-୯୦ ଘଣ୍ଟା କାମ କରିବାକୁ ପଡ଼ିବ, ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତଙ୍କ ବୟାନରୁ ନୂଆ ବିତର୍କ

ବ୍ରିନ୍ ନିଜ କର୍ମଚାରୀଙ୍କୁ କହିଛନ୍ତି ଯେ ସବୁ ୱାର୍କିଂ ଦିନରେ ଅଫିସ୍ ଆସିବେ ଏବଂ ନିଜର ଉତ୍ପାଦତା ବୃଦ୍ଧି କରିବେ । ସେ କହିଛନ୍ତି ଯେ ସବୁ କର୍ମଚାରୀ ଅତି କମରେ ୬୦ ଘଣ୍ଟା କାମ କରିବାକୁ ପଡ଼ିବ । କିନ୍ତୁ ଯଦି ଏଠାରୁ ଅଧିକ କରିବେ ତେବେ ବର୍ନଆଉଟ୍ ହୋଇପାରେ । ବ୍ରିନ୍ କହିଛନ୍ତି ଯେ କିଛି କର୍ମଚାରୀ କମ କାମ କରୁଛନ୍ତି, ଯାହାଦ୍ୱାରା ଅନ୍ୟ ଟିମ୍‌ର ମନୋବଳ ଉପରେ ବି ଏହାର ପ୍ରଭାବ ପଡ଼ୁଛି । ଏହା ଟିମ୍ ପାଇଁ ଆଦୌ ଭଲ ଅଭ୍ୟାସ ନୁହେଁ ।

ଗୁଗଲ୍ ଏତେବଡ଼ ନିଷ୍ପତ୍ତି ନେବା ପଛର କାରଣ ହେଉଛି ଗୁଗଲ ଏଜିଆଇ ଟିମ୍ ଜେମିନି ଏଆଇ ଉପରେ କାମ କରୁଛି । ବ୍ରିନ୍‌ଙ୍କ ମତରେ, ଯଦି କର୍ମଚାରୀ ନିଜଆଡ଼ୁ ଅଧିକ ପରିଶ୍ରମ କରିବେ, ତେବେ ଗୁଗଲ ଏଆଇ ୱାର୍ଲଡକୁ ଲିଡ୍ କରିପାରିବ । AGIକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇସାରିଛି, ଯାହାକୁ ଜିତିବା ପାଇଁ ଗୁଗଲ ପୂରା ଉଦ୍ୟମ କରୁଛି ।