ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା
ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ଜାତିସଂଘର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୟୁନାଇଟେଡ୍ ନେଶନ୍ସ ଡେଭେଲପ୍ମେଣ୍ଟ ପ୍ରୋଗ୍ରାମ (ୟୁଏନ୍ଡିପି) ଏବଂ ଅକ୍ସଫୋର୍ଡ ପ୍ରଭର୍ଟି ଆଣ୍ଡ ହ୍ୟୁମ୍ୟାନ ଡେଭେଲପ୍ମେଣ୍ଟ ଇନିସିଏଟିଭ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟ ‘ଗ୍ଲୋବାଲ ମଲ୍ଟିଡାଇମେନ୍ଶନାଲ ପ୍ରଭର୍ଟି ଇଣ୍ଡେକ୍ସ’ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱରେ ମୋଟ ୧୧୦ […] The post ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା appeared first on Dharitri Odia News.
ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ଜାତିସଂଘର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୟୁନାଇଟେଡ୍ ନେଶନ୍ସ ଡେଭେଲପ୍ମେଣ୍ଟ ପ୍ରୋଗ୍ରାମ (ୟୁଏନ୍ଡିପି) ଏବଂ ଅକ୍ସଫୋର୍ଡ ପ୍ରଭର୍ଟି ଆଣ୍ଡ ହ୍ୟୁମ୍ୟାନ ଡେଭେଲପ୍ମେଣ୍ଟ ଇନିସିଏଟିଭ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟ ‘ଗ୍ଲୋବାଲ ମଲ୍ଟିଡାଇମେନ୍ଶନାଲ ପ୍ରଭର୍ଟି ଇଣ୍ଡେକ୍ସ’ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱରେ ମୋଟ ୧୧୦ କୋଟି ଲୋକ ଅତି ଦରିଦ୍ର। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଏଭଳି ଦେଶଗୁଡ଼ିକରେ ରହୁଛନ୍ତି, ଯେଉଁଠି ଯୁଦ୍ଧ, ଶାନ୍ତିଭଙ୍ଗ ଏବଂ/କିମ୍ବା କମ୍ ଶାନ୍ତି ରହିଛି।
ଭାରତର ୨୩୪ ନିୟୁତ ଲୋକ ଦରିଦ୍ର। ଅଧିକ ଦରିଦ୍ର ବସବାସ କରୁଥିବା ଅନ୍ୟ ୪ ରାଷ୍ଟ୍ର ହେଲା ପାକିସ୍ତାନ (୯୩ ନିୟୁତ), ଇଥିଓପିଆ (୮୬ ନିୟୁତ), ନାଇଜେରିଆ (୭୪ ନିୟୁତ) ଏବଂ କଙ୍ଗୋ ସାଧାରଣତନ୍ତ୍ର (୬୬ ନିୟୁତ)। ଏହି ୫ ଦେଶରେ ବିଶ୍ୱର ମୋଟ ଦରିଦ୍ରଙ୍କ ପ୍ରାୟ ଅଧା ଅର୍ଥାତ୍ ୪୮.୧ ପ୍ରତିଶତ ରହିଛନ୍ତି।
The post ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା appeared first on Dharitri Odia News.