ମଣିପାଲ ହସ୍ପିଟାଲରେ ନବଜାତ ଶିଶୁ ସପ୍ତାହ

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ବିଶ୍ୱ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ୱ ପ୍ରିମାଚ୍ୟୁର ଦିବସ ପାଳିତ ହୋଇଯାଇଛି। ଏପରିକି ସୋମବାର ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୦ ପ୍ରିମାଚ୍ୟୁର ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ସେହିଭଳି ଏହି ଶିଶୁମାନେ ୩୦ ସପ୍ତାହ ପୂର୍ବରୁ ଜନ୍ମ ନେଇଥିଲେ ଏବଂ ଜନ୍ମ ସମୟରେ ତାଙ୍କର ଓଜନ ୫୦୦ ରୁ ୧୫୦୦ ଗ୍ରାମ୍‌ ମଧ୍ୟରେ ଥିଲା। ମଣିପାଲ […] The post ମଣିପାଲ ହସ୍ପିଟାଲରେ ନବଜାତ ଶିଶୁ ସପ୍ତାହ appeared first on Dharitri Odia News.

ମଣିପାଲ ହସ୍ପିଟାଲରେ ନବଜାତ ଶିଶୁ ସପ୍ତାହ

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ବିଶ୍ୱ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ୱ ପ୍ରିମାଚ୍ୟୁର ଦିବସ ପାଳିତ ହୋଇଯାଇଛି। ଏପରିକି ସୋମବାର ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୦ ପ୍ରିମାଚ୍ୟୁର ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ସେହିଭଳି ଏହି ଶିଶୁମାନେ ୩୦ ସପ୍ତାହ ପୂର୍ବରୁ ଜନ୍ମ ନେଇଥିଲେ ଏବଂ ଜନ୍ମ ସମୟରେ ତାଙ୍କର ଓଜନ ୫୦୦ ରୁ ୧୫୦୦ ଗ୍ରାମ୍‌ ମଧ୍ୟରେ ଥିଲା। ମଣିପାଲ ହସ୍ପିଟାଲରେ ସେମାନଙ୍କୁ ଅତ୍ୟାଧୁନିକ ନିଓନେଟାଲ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ (ଏନ୍‌ଆଇସିୟୁ)ରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ମଣିପାଲ ହସ୍ପିଟାଲର ଏମ୍‌ଡି ଡା. ଶକ୍ତିମୟ ମହାପାତ୍ର କହିଥିଲେ, ନବଜାତ ଶିଶୁମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ପାଇଁ ହସ୍ପିଟାଲର ଅବିଚ୍ଛିନ୍ନ ପ୍ରତିଶ୍ରୁତି ପ୍ରତି ଗବ୍‌ ଅଭିବ୍ୟକ୍ତ କରିଥିଲେ। ପ୍ରତ୍ୟେକ ନବଜାତ ଶିଶୁ, ବିଶେଷ କରି ପ୍ର୍ରିମାଚ୍ୟୁର ଶିଶୁମାନେ, ଶ୍ରେଷ୍ଠ ସେବା ପାଇବାକୁ ନିଶ୍ଚିତ କରିବାରେ ଆମେ ପ୍ରତିବଦ୍ଧ ରହିଛୁ। ଆଜି ଆମେ ଦେଖୁଥିବା ସଫଳତା ଗାଥାଗୁଡ଼ିକ ଆମ ଡାକ୍ତରମାନଙ୍କର ଦକ୍ଷତା ଏବଂ ଆମର ସହାୟକ ବ୍ୟବସ୍ଥାର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

The post ମଣିପାଲ ହସ୍ପିଟାଲରେ ନବଜାତ ଶିଶୁ ସପ୍ତାହ appeared first on Dharitri Odia News.