L&T ସିଇଓଙ୍କୁ ମହିନ୍ଦ୍ରାଙ୍କ କଟାକ୍ଷ: ମୋ ସ୍ତ୍ରୀ ବହୁତ ଭଲ, ମୁଁ ତାଙ୍କ ମୁହଁକୁ ଦେଖିବାକୁ ଭଲ ପାଏ

ନୂଆଦିଲ୍ଲୀ: ଲାର୍ସେନ୍ ଆଣ୍ଡ ଟୁବ୍ରୋ ସିଇଓ ଏସଏନ ସୁବ୍ରମଣିୟମଙ୍କ ୯୦ ଘଣ୍ଟା କାମ କରିବା କଥାର ମଜାରେ ମଜାରେ ଉତ୍ତର ଦେଇଛନ୍ତି ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। କାମର କ୍ୱାଣ୍ଟିଟି ଅପେକ୍ଷା କାମର କ୍ୱାଲିଟି ଉପରେ ଧ୍ୟାନ ଦେବା ଦରକାର ବୋଲି ମହିନ୍ଦ୍ରା କହିଛନ୍ତି। ବିକଶିତ ଭାରତ ୟଙ୍ଗ ଲିଡର ୨୦୨୫ରେ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏଭଳି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଭଲ ନିଷ୍ପତ୍ତି ନେବା ପାଇଁ ଏକ ସନ୍ତୁଳିତ ଜୀବନ ଆବଶ୍ୟକ ବୋଲି ସେ କହିଛନ୍ତି।ଆନନ୍ଦ ମହିନ୍ଦ୍ରା ଏସଏନ ସୁବ୍ରମଣ୍ୟମଙ୍କ ବକ୍ତବ୍ୟ ଉପରେ କଟାକ୍ଷ କରି କହିଛନ୍ତି ଯେ କାମର କ୍ୱାଣ୍ଟିଟି ଅପେକ୍ଷା କାମର କ୍ୱାଲିଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି “'ଏହି ବିତର୍କ ଭୁଲ ଦିଗରେ ଯାଉଛି।' ଏହା କାମର କ୍ୱାଣ୍ଟିଟି ବିଷୟରେ ହେଉଛି। ହେଲେ ଏହା କ୍ୱାଲିଟି ବିଷୟରେ ହେବା ଉଚିତ। ଆପଣ ୧୦ ଘଣ୍ଟା କାମ କଲେ ବି ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର ଆଉଟପୁଟ୍ କ’ଣ? ଯଦି ଆପଣ ୪୦ ଘଣ୍ଟା କିମ୍ବା ୯୦ ଘଣ୍ଟା କାମ କରୁଛନ୍ତି ହେଲେ ଭଲ କାମ କରୁ ନାହାନ୍ତି ତେବେ କିଛି ଲାଭ ନାହିଁ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି।ସେହିଭଳି ସୁବ୍ରିମଣିୟମଙ୍କ ପତ୍ନୀଙ୍କ ମୁହଁ କେତେ ଆଉ ଦେଖିବ ବୟାନ୍‌ରେ ତେର୍ଛା ବାଣ ମାରିଛନ୍ତି ମହିନ୍ଦ୍ରା। ସେ କହିଛନ୍ତି ଯେ ମୁଁ ଏକୁଟିଆ ରହୁଛି ସେଥିପାଇଁ ସୋସିଆଲ୍ ମିଡିଆ ବ୍ୟବହାର କରୁଛି ତାହା ନୁହେଁ, ମୋ ପତ୍ନୀ ବହ

L&T ସିଇଓଙ୍କୁ ମହିନ୍ଦ୍ରାଙ୍କ କଟାକ୍ଷ: ମୋ ସ୍ତ୍ରୀ ବହୁତ ଭଲ, ମୁଁ ତାଙ୍କ ମୁହଁକୁ ଦେଖିବାକୁ ଭଲ ପାଏ

ନୂଆଦିଲ୍ଲୀ: ଲାର୍ସେନ୍ ଆଣ୍ଡ ଟୁବ୍ରୋ ସିଇଓ ଏସଏନ ସୁବ୍ରମଣିୟମଙ୍କ ୯୦ ଘଣ୍ଟା କାମ କରିବା କଥାର ମଜାରେ ମଜାରେ ଉତ୍ତର ଦେଇଛନ୍ତି ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। କାମର କ୍ୱାଣ୍ଟିଟି ଅପେକ୍ଷା କାମର କ୍ୱାଲିଟି ଉପରେ ଧ୍ୟାନ ଦେବା ଦରକାର ବୋଲି ମହିନ୍ଦ୍ରା କହିଛନ୍ତି। ବିକଶିତ ଭାରତ ୟଙ୍ଗ ଲିଡର ୨୦୨୫ରେ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏଭଳି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଭଲ ନିଷ୍ପତ୍ତି ନେବା ପାଇଁ ଏକ ସନ୍ତୁଳିତ ଜୀବନ ଆବଶ୍ୟକ ବୋଲି ସେ କହିଛନ୍ତି।

ଆନନ୍ଦ ମହିନ୍ଦ୍ରା ଏସଏନ ସୁବ୍ରମଣ୍ୟମଙ୍କ ବକ୍ତବ୍ୟ ଉପରେ କଟାକ୍ଷ କରି କହିଛନ୍ତି ଯେ କାମର କ୍ୱାଣ୍ଟିଟି ଅପେକ୍ଷା କାମର କ୍ୱାଲିଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି “'ଏହି ବିତର୍କ ଭୁଲ ଦିଗରେ ଯାଉଛି।' ଏହା କାମର କ୍ୱାଣ୍ଟିଟି ବିଷୟରେ ହେଉଛି। ହେଲେ ଏହା କ୍ୱାଲିଟି ବିଷୟରେ ହେବା ଉଚିତ। ଆପଣ ୧୦ ଘଣ୍ଟା କାମ କଲେ ବି ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର ଆଉଟପୁଟ୍ କ’ଣ? ଯଦି ଆପଣ ୪୦ ଘଣ୍ଟା କିମ୍ବା ୯୦ ଘଣ୍ଟା କାମ କରୁଛନ୍ତି ହେଲେ ଭଲ କାମ କରୁ ନାହାନ୍ତି ତେବେ କିଛି ଲାଭ ନାହିଁ ବୋଲି ଆନନ୍ଦ ମହିନ୍ଦ୍ରା କହିଛନ୍ତି।

ସେହିଭଳି ସୁବ୍ରିମଣିୟମଙ୍କ ପତ୍ନୀଙ୍କ ମୁହଁ କେତେ ଆଉ ଦେଖିବ ବୟାନ୍‌ରେ ତେର୍ଛା ବାଣ ମାରିଛନ୍ତି ମହିନ୍ଦ୍ରା। ସେ କହିଛନ୍ତି ଯେ ମୁଁ ଏକୁଟିଆ ରହୁଛି ସେଥିପାଇଁ ସୋସିଆଲ୍ ମିଡିଆ ବ୍ୟବହାର କରୁଛି ତାହା ନୁହେଁ, ମୋ ପତ୍ନୀ ବହୁତ ଭଲ। ମୋତେ ତାଙ୍କ ମୁହଁ ଦେଖିବାକୁ ଭଲ ଲାଗେ। ତେଣୁ ମୁଁ ଏଠି ବନ୍ଧୁ ବନାଇବାକୁ ଆସି ନାହିଁ। ସୋସିଆଲ୍ ମିଡିଆ ଏକ ଅଦଭୁତ ବିଜ୍‌ନେସର ଟୁଲ୍ ସେଥିପାଇଁ ମୁଁ ବ୍ୟବହାର କରେ ବୋଲି ମହିନ୍ଦ୍ରା କହିଛନ୍ତି।

ଏହା ପୂର୍ବରୁ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ କହିଥିଲେ ଯେ ସପ୍ତାହକୁ ୯୦ ଦିନ କାମ କରିବା ଉଚିତ। ରବିବାର ବି କାମ କରିବା ଉଚିତ୍। ଏନେଇ ସେ କହିଥିଲେ “ ଘର ବସି କ’ଣ କରୁଛ? କେତେ ପର୍ଯ୍ୟନ୍ତ ଆପଣ ପତ୍ନୀ ମହୁଁ ଦେଖିପାରିବେ? ପତ୍ନୀମାନେ ମଧ୍ୟ କେତେସମୟ ନିଜ ସ୍ୱାମୀକୁ ଦେଖିପାରିବେ?” ସୁବ୍ରମଣ୍ୟମ ସ୍ୱାମୀଙ୍କର ଏହି ବୟାନ ବିବାଦ ସୃଷ୍ଟି କରିଥିଲା। ଚାରିଆଡୁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହାକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ବିରୋଧ କରିଥିଲେ।