Meta ର ବଡ଼ ଘୋଷଣା, TikTok ବ୍ୟାନ୍ ପରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ନୂଆ ଆପ୍ ‘Edit’

ଆମେରିକାରେ TikTok କିଛି ସମୟ ପାଇଁ ବ୍ୟାନ୍ ଥିଲା । ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଇନ୍ଟରଭେସନ୍ ପରେ TikTok ପୁଣି କାମ କରିବା ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ TikTok କୁ କମ୍ପାନୀର ୫୦% ଓନରସିପ୍ ଆମେରିକାରେ ମିଳିବ । ତେବେ Instagram ଏହାର ଫାଇଦା ଉଠାଇବା ପାଇଁ ଏକ ନୂଆ ଆପ୍ ଘୋଷଣା କରିଛି । ଆପଣଙ୍କର ନିଶ୍ଚିତ ଭାବରେ ମନେ ଥିବ ଯେ ଯେତେବେଳେ ଭାରତରେ TikTok କୁ ବ୍ୟାନ୍ କରାଯାଇଥିଲା, ସେତେବେଳେ […] The post Meta ର ବଡ଼ ଘୋଷଣା, TikTok ବ୍ୟାନ୍ ପରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ନୂଆ ଆପ୍ ‘Edit’ appeared first on KNews Odisha.

Meta ର ବଡ଼ ଘୋଷଣା, TikTok ବ୍ୟାନ୍ ପରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ନୂଆ ଆପ୍ ‘Edit’
edit app

ଆମେରିକାରେ TikTok କିଛି ସମୟ ପାଇଁ ବ୍ୟାନ୍ ଥିଲା । ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ଇନ୍ଟରଭେସନ୍ ପରେ TikTok ପୁଣି କାମ କରିବା ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ TikTok କୁ କମ୍ପାନୀର ୫୦% ଓନରସିପ୍ ଆମେରିକାରେ ମିଳିବ । ତେବେ Instagram ଏହାର ଫାଇଦା ଉଠାଇବା ପାଇଁ ଏକ ନୂଆ ଆପ୍ ଘୋଷଣା କରିଛି ।

ଆପଣଙ୍କର ନିଶ୍ଚିତ ଭାବରେ ମନେ ଥିବ ଯେ ଯେତେବେଳେ ଭାରତରେ TikTok କୁ ବ୍ୟାନ୍ କରାଯାଇଥିଲା, ସେତେବେଳେ କିଛି ଦିନ ପରେ Instagram ରିଲ୍ସ ଲଞ୍ଚ କଲା । ସେହିଭଳି ଯେତେବେଳେ X (ପୂର୍ବ Twitter) ଭାରତରେ ବ୍ୟାନ୍ କରାଯାଇଥିଲା, ଏହାପରେ ତୁରନ୍ତ Meta, Thread ଆପ୍ ଲଞ୍ଚ କଲା ଯାହାକି X ର ଟକ୍କର ହୋଇଛି । ହେଲେ କିଛି ଦିନ ପପୁଲାରିଟି ପରେ ଏହି ଆପ୍ ଫିକା ପଡିଗଲା ।

Reels ସହିତ ଏହା ହୋଇନାହିଁ, ଭାରତରେ TikTok ବ୍ୟାନ୍ ହେବା ପରେ ବର୍ତ୍ତମାନ୍ ସର୍ଟ ଭିଡିଓ ଭଳି ଗ୍ୟାପ୍ Insta Reels ବହୁତ ମାତ୍ରାରେ ଚାଲିଛି । ଆପଣ ଏହାକୁ କପି କହିପାରିବେ କିମ୍ବା ଏଥରେ ଫାଇଦା ମଧ୍ୟ ଉଠାଇ ପାରିବେ । ଏଥର ମଧ୍ୟ କମ୍ପାନୀ ସମାନ କାର୍ଯ୍ୟ କରିଛି ।

TikTok ସହିତ ଆମେରିକୀୟ ଆପ୍ ଷ୍ଟୋର୍ ଏବଂ ପ୍ଲେ ଷ୍ଟୋରରୁ CapCut କୁ ମଧ୍ୟ ହଟା ଯାଇଥିଲା । କାହିଁକିନା ଏହି ଆପ୍ ମଧ୍ୟ TikTok ର ଅଟେ, ଯାହା Bytedance ଦ୍ବାରା ତିଆରି ହୋଇଛି । Instagram ଏହି ମୈକାରେ ଫାଇଦା ଉଠାଇଛି ।

Instagram ର ପ୍ୟାରେଣ୍ଟ କମ୍ପାନୀ Meta ଏକ ନୂଆ ଆପ୍ ସାମ୍ନାକୁ ଆଣିଛି ଯାହାର ନାମ ରଖାଯାଇଛି ‘Edit’ । ଏହି ଆପକୁ CapCut ର କ୍ଲୋନ୍ ବୋଲି କୁହାଯାଉଛି । ଆପଣଙ୍କୁ କହିବୁ ଯେ CapCut ଏଡିଟିଂ ଆପ୍ Bytedance ରୁ ଆସିଛି ଯାହା TikTok ର ମାଲିକ । ଆମେରିକାରେ TikTok ଏବଂ CapCut ବହୁତ ପପୁଲାର ହୋଇଛି ।

Instagram ର ହେଡ୍ କହିଛନ୍ତି ଯେ Edit ଆପ୍ ଆସନ୍ତା ମାସରେ iOS ରେ ଆସିବ ଏବଂ ପରେ ଏହା ଆଣ୍ଡ୍ରଏଡ୍ ପାଇଁ ମଧ୍ୟ ଲଞ୍ଚ ହେବ । Edit ଆପ୍ ସମ୍ପୂର୍ଣ୍ଣ ଭାବରେ ମୋବାଇଲ୍ ଭିଡିଟ ଏଡିଟିଂ ସଫ୍ଟୱେର ହୋଇଛି । କମ୍ପାନୀ କହିଛି ଯେ ଏହା କ୍ରିଏଟର୍ସଙ୍କ ପାଇଁ ବେଷ୍ଟ ପସିବଲ୍ ଟୁଲ୍ ହୋଇପାରିବ । ଏହି ଆପରେ କ୍ରିଏଟିଭ୍ ଟୁଲ୍ ମିଳିବ । ଏଥିରେ ଅନେକ ପ୍ରକାରର ଟ୍ୟାବ୍ ରହିବ ଯେଉଁଥିରେ ଇନ୍ସପିରେସନ୍ ମଧ୍ୟ ହେବ ଯେଉଁଠାରେ ଅନେକ ପ୍ରକାରର Ideas ରହିବ ।

ଏହି ଆପରେ ଏଡିଟ୍ କରାଯାଇପାରିବ, ଭିଡିଓର ଡ୍ରାଫ୍ଟ ମଧ୍ୟ ଫ୍ରେଣ୍ଡଙ୍କ ସହ ସେୟାର କରାଯାଇପାରିବ । ଏହାର ଅର୍ଥ ହେଉଛି ଯେ ଏଡିଟି ଭିଡିଓ କୋଲାବ ପାଇଁ ଫ୍ରେଣ୍ଡ କିମ୍ବା କମ୍ପାନୀକୁ ପଠାଯାଇପାରିବ, ଯାହା ଦ୍ବାରା ଏଡିଟ୍ ଭିଡିଓରେ ଆହୁରି ମଧ୍ୟ ସର୍ଟ୍ସ ଆଡ୍ କରାଯାଇପାରିବ ।

Instagram ଅନୁଯାୟୀ, Edit ଆପ୍ ଦ୍ବାରା ଏଡିଟ୍ କରାଯାଇଥିବା ଭିଡିଓକୁ ଇନଷ୍ଟାଗ୍ରାମରେ ପବ୍ଲିସ୍ କରିବା ପରେ କିପରି ପରଫର୍ମ କରୁଛି ତାହା କ୍ରିଏଟର୍ସମାନେ ମଧ୍ୟ ଜାଣିପାରିବେ । କମ୍ପାନୀ ଏହା ମଦ୍ୟ ସ୍ପଷ୍ଟ କରିଛି ଯେ Edit ଆପ୍ କାଜୁଆଲ୍ ଭିଡିଓ ମେକର୍ସ ଅପେକ୍ଷା କ୍ରିଏଟର୍ସଙ୍କୁ ଅଧିକ ଫୋକସ କରି ତିଆରି କରାଯାଇଛି । ଅର୍ଥାତ୍ ଏଥିରେ କ୍ରିଏଟର୍ସଙ୍କ ସହ ଜଡ଼ିତ ଟୁଲ୍ସ ରହିବ ଯାହା ରିଲ୍ସ ଏଡିଟ୍ କରିପାରେ ସାହାଯ୍ୟ କରିବ । ଏଠାରେ ଏକ ଡ୍ୟାସବୋର୍ଡ ମଧ୍ୟ ରହିବ ଯେଉଁଠାରୁ ଭିଡିଓ ଏଡିଟର ଟ୍ରାକ୍ ରଖାଯାଇପାରିବ ।

The post Meta ର ବଡ଼ ଘୋଷଣା, TikTok ବ୍ୟାନ୍ ପରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ନୂଆ ଆପ୍ ‘Edit’ appeared first on KNews Odisha.