Miami Open 2024, ଟ୍ରଫି ହାତେଇଲେ ୨୨ ବର୍ଷୀୟ ଜାନିକ୍ ସିନେର
ନୂଆଦିଲ୍ଲୀ ୦୧।୦୪ : ମିଆମି ଓପନ ୨୦୨୪ । ୨୨ ବର୍ଷୀୟ ଜାନିକ୍ ସିନେର (Jannik-sinner ) ହାତେଇଲେ ଟ୍ରଫି । ଫାଇନାଲ ମୁକାବିଲାରେ ବୁଲଗାରିଆର ଗିଗ୍ରୋ ଦିମିତ୍ରୋ (Grigor Dimitrov )କୁ ପରାସ୍ତ କରି ହାଇଛନ୍ତି ମିଆମି ଓପନ ୨୦୨୪ର ଟାଇଟଲ ।ଆମେରିକାର ମିଆମି ଗାର୍ଡନେରେ ଖେଳାଯାଇଥିଲା ମିଆମି ଓପନ ୨୦୨୪ର ଫାଇନାଲ ମୁକାବିଲା । ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଇଟାଲୀର ଜାନିକ ସିନେର ଏବଂ ବୁଲଗାରିଆର ଗିଗ୍ରୋ ଦିମିତ୍ରୋ । ଉଭୟ ଉଭୟଙ୍କ ଲିଗ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ ବଳରେ ଫାଇନାଲରେ କରିଥିଲେ ଏଣ୍ଟ୍ରି । ହେଲେ ଫାଇନାଲ ମ୍ୟାଚ୍ଟି ଏକତରଫା ହୋଇଯାଇଥିଲା । କିଛି ସମୟରେ ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ହେଲେ ଫାଇନାଲର ଦୁଇଟି ସେଟ୍ରେ ବାଜି ମାରିନେଇଥିଲେ ଇଟାଲୀର ଜାନିକ ସିନେର । ଫାଇନାଲର ଦୁଇଟି ସେଟ୍ରେ ଯଥାକ୍ରମେ ୩-୬ ଏବଂ ୧-୬ରେ ନିଜ ନାଁରେ କରିଥିଲେ ଇଟାଲିଆ ଖେଳାଳି ଜାନିକ ସିନେର । ଆଉ ଶେଷରେ ପ୍ରଥମ ଇଟାଲୀୟ ଭାବେ ଏହି ଟ୍ରଫି ହାତେଇବା ସୌଭାଗ୍ୟ ନିଜ ନାଁରେ କରିଛନ୍ତି । ଏହି ବିଜୟ ପରେ ନିଜ କ୍ୟାରିୟରର ସବୁଠୁ ଟପ୍ ରାଙ୍କରେ ପହଞ୍ଚିଛନ୍ତି ଜାନିକ ସିନେର। ସିଙ୍ଗଲ ରାଙ୍କିରେ ନମ୍ବର-୨ରେ ରହିଛନ୍ତି ଜାନିକ ସିନେର । ତେବେ ଜାନିକ ସିନେର ସାଜିଛନ୍ତି ପ୍ରଥମ ଟେନିସ ଖେଳାଳି । ଯିଏକି ଏତେ କମ୍ ବୟସରେ ହାତେଇଛନ୍ତି ମିଆମି କପ୍ ୨୦୨୪ । ସିନାର ଏକମାତ୍ର ଖେଳାଳି ଯିଏ
ନୂଆଦିଲ୍ଲୀ ୦୧।୦୪ : ମିଆମି ଓପନ ୨୦୨୪ । ୨୨ ବର୍ଷୀୟ ଜାନିକ୍ ସିନେର (Jannik-sinner ) ହାତେଇଲେ ଟ୍ରଫି । ଫାଇନାଲ ମୁକାବିଲାରେ ବୁଲଗାରିଆର ଗିଗ୍ରୋ ଦିମିତ୍ରୋ (Grigor Dimitrov )କୁ ପରାସ୍ତ କରି ହାଇଛନ୍ତି ମିଆମି ଓପନ ୨୦୨୪ର ଟାଇଟଲ ।
ଆମେରିକାର ମିଆମି ଗାର୍ଡନେରେ ଖେଳାଯାଇଥିଲା ମିଆମି ଓପନ ୨୦୨୪ର ଫାଇନାଲ ମୁକାବିଲା । ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଇଟାଲୀର ଜାନିକ ସିନେର ଏବଂ ବୁଲଗାରିଆର ଗିଗ୍ରୋ ଦିମିତ୍ରୋ । ଉଭୟ ଉଭୟଙ୍କ ଲିଗ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ ବଳରେ ଫାଇନାଲରେ କରିଥିଲେ ଏଣ୍ଟ୍ରି । ହେଲେ ଫାଇନାଲ ମ୍ୟାଚ୍ଟି ଏକତରଫା ହୋଇଯାଇଥିଲା । କିଛି ସମୟରେ ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ହେଲେ ଫାଇନାଲର ଦୁଇଟି ସେଟ୍ରେ ବାଜି ମାରିନେଇଥିଲେ ଇଟାଲୀର ଜାନିକ ସିନେର । ଫାଇନାଲର ଦୁଇଟି ସେଟ୍ରେ ଯଥାକ୍ରମେ ୩-୬ ଏବଂ ୧-୬ରେ ନିଜ ନାଁରେ କରିଥିଲେ ଇଟାଲିଆ ଖେଳାଳି ଜାନିକ ସିନେର । ଆଉ ଶେଷରେ ପ୍ରଥମ ଇଟାଲୀୟ ଭାବେ ଏହି ଟ୍ରଫି ହାତେଇବା ସୌଭାଗ୍ୟ ନିଜ ନାଁରେ କରିଛନ୍ତି ।
ଏହି ବିଜୟ ପରେ ନିଜ କ୍ୟାରିୟରର ସବୁଠୁ ଟପ୍ ରାଙ୍କରେ ପହଞ୍ଚିଛନ୍ତି ଜାନିକ ସିନେର। ସିଙ୍ଗଲ ରାଙ୍କିରେ ନମ୍ବର-୨ରେ ରହିଛନ୍ତି ଜାନିକ ସିନେର । ତେବେ ଜାନିକ ସିନେର ସାଜିଛନ୍ତି ପ୍ରଥମ ଟେନିସ ଖେଳାଳି । ଯିଏକି ଏତେ କମ୍ ବୟସରେ ହାତେଇଛନ୍ତି ମିଆମି କପ୍ ୨୦୨୪ । ସିନାର ଏକମାତ୍ର ଖେଳାଳି ଯିଏକି ତିନୋଟି ମିଆମି ଫାଇନାଲ ଖେଳିସାରିଛନ୍ତି । ପ୍ରଥମେ ୨୦୨୧, ପରେ ୨୦୨୩, ଆଉ ଏବେ ୨୦୨୪ ।