ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ପ୍ରଶାସନକୁ ଗୁହାରି କଲେ ଶୁଣୁନାହିଁ

ଆନନ୍ଦପୁର: ରାସ୍ତା ପାଲଟିଛି ମରଣ ଯନ୍ତା । ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପ୍ରଶାସନକୁ ଗୁହାରି କଲେ ଶୁଣୁନାହାନ୍ତି । ଓଲଟା ଏନଏଚର ପିଚୁ ରାସ୍ତା ଉପରେ ମାଟି ପକାଉଛନ୍ତି । ଜାତୀୟ ରାଜପଥ ୨୦ ଘସିପୁ୍ରା ଥାନା ଶାଳପଡା ନିକଟରେ ଅଧପନ୍ତରିଆ ରାସ୍ତାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଜାତୀୟ ରାଜପଥ କତୃପକ୍ଷଙ୍କ ଦ୍ୱାରା ଅନେକ ଦିନରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ […] The post ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ପ୍ରଶାସନକୁ ଗୁହାରି କଲେ ଶୁଣୁନାହିଁ appeared first on KNews Odisha.

ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ପ୍ରଶାସନକୁ ଗୁହାରି କଲେ ଶୁଣୁନାହିଁ

ଆନନ୍ଦପୁର: ରାସ୍ତା ପାଲଟିଛି ମରଣ ଯନ୍ତା । ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପ୍ରଶାସନକୁ ଗୁହାରି କଲେ ଶୁଣୁନାହାନ୍ତି । ଓଲଟା ଏନଏଚର ପିଚୁ ରାସ୍ତା ଉପରେ ମାଟି ପକାଉଛନ୍ତି । ଜାତୀୟ ରାଜପଥ ୨୦ ଘସିପୁ୍ରା ଥାନା ଶାଳପଡା ନିକଟରେ ଅଧପନ୍ତରିଆ ରାସ୍ତାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଜାତୀୟ ରାଜପଥ କତୃପକ୍ଷଙ୍କ ଦ୍ୱାରା ଅନେକ ଦିନରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସର୍ଭିସ ରୋଡ଼କୁ ସଠିକ ଭାବେ ନିର୍ମାଣ ନକରି ସେହି ରାସ୍ତାରେ ସମସ୍ତ ଗାଡି ଯାତାୟାତ କରୁଛି । ସର୍ଭିସ ରୋଡ଼ରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିଯାଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତା କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି । ଅସରାଏ ବର୍ଷା ହେଲେ ପିଲାମାନେ ସ୍କୁଲ ଯାଇପାରୁନାହାନ୍ତି । ଏଥି ସହିତ ଲମ୍ବା ଲାଇନ ରେ ଗାଡି ଗୁଡିକ ଠିଆ ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ। ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରିବାକୁ ଦାବି ରଖିଥିବା ବେଳେ ଯଦି ଏଥିରେ ବିଳମ୍ବ ହୁଏ ତେବେ ଆଗକୁ ରାସ୍ତାରୋକ ସହିତ ଜନ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ରାସ୍ତା ମରାମତି କରାଗଲେ ଲୋକ ମାନେ ସୁବିଧାରେ ଯିବାଆସିବା କରିପାରନ୍ତେ l ତେବେ ଏ ରାସ୍ତା ଉପରେ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।

Also Read: ବନ୍ୟା ପାଣି ଉଜାଡି ଦେଲା ଚାଷୀମାନଙ୍କ ସୁନାର ଫସଲ, ଚିନ୍ତାରେ ଚାଷୀ କୂଳ

The post ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ପ୍ରଶାସନକୁ ଗୁହାରି କଲେ ଶୁଣୁନାହିଁ appeared first on KNews Odisha.