Military Aircraft Crashed: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୪୬ ମୃତ, ବଢିପାରେ ମୃତ୍ୟୁସଂଖ୍ୟା
ସୁଡାନ,୨୬।୨: ସୁଡାନର ସାମରିକ ବିମାନ ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମ୍ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସାମରିକ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଦୁର୍ଘଟଣାର ମୁଖ୍ୟ କାରଣ କ’ଣ ତାହା ମଧ୍ୟ କୁହାଯାଇ ନାହିଁ। ସୁଡାନ ସେନା […] The post Military Aircraft Crashed: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୪୬ ମୃତ, ବଢିପାରେ ମୃତ୍ୟୁସଂଖ୍ୟା appeared first on Dharitri Odia News.
ସୁଡାନ,୨୬।୨: ସୁଡାନର ସାମରିକ ବିମାନ ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମ୍ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସାମରିକ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଦୁର୍ଘଟଣାର ମୁଖ୍ୟ କାରଣ କ’ଣ ତାହା ମଧ୍ୟ କୁହାଯାଇ ନାହିଁ। ସୁଡାନ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସେନାର ଆଣ୍ଟୋନୋଭ ବିମାନ ଓମଡୁରମାନର ଉତ୍ତରରେ ଥିବା ୱାଡି ସୟେଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
The post Military Aircraft Crashed: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୪୬ ମୃତ, ବଢିପାରେ ମୃତ୍ୟୁସଂଖ୍ୟା appeared first on Dharitri Odia News.