MKCG ପରେ ଏବେ ଏସିସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ

କଟକ: ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷ ଛାତ୍ର ଫାଇନାଲ ଇୟର୍ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି। ଆଉ ଛାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଂ କମିଟି ବୈଠକ କରିଛି। ସୂଚନା ଅନୁଯାୟୀ, ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ଫାଇନାଲ ଇୟର ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଖରାପ ବ୍ୟବହାର କରିଥିଲେ। ତେବେ ଏକଥାକୁ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ  ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ । ଏହାପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଏସସିବି ମେଡିକାଲ କଲେଜ ଡିନ୍‌, ପ୍ରିନସିପାଲ ଓ   ଆଣ୍ଟି ରାଗିଂ କମିଟିକୁ ଜଣାଇଥିଲେ। ଆଉ ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟି ଏକ ବୈଠକ ଡକାଇ ଉଭୟ ଛାତ୍ରଙ୍କୁ କାଉନସେଲିଂ କରାଯାଇଥିବା ନେଇ ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ, ନିକଟରେ ବ୍ରହ୍ମପୁର ଏମକେସିଜିରୁ ମଧ୍ୟ ରାଗିଂ ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲରେ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସେଠାରେ ସିନିୟରମାନେ ସେମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା।ଏହାକୁ ନେଇ ଦ୍ବିତୀୟ ବର୍ଷର ଛାତ୍ରମାନଙ୍କ ଅଭିଭାବକ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଥିଲେ । ଆଉ ଘଟଣାରେ ତଦନ୍ତ କରାଯାଇଛି ରା

MKCG ପରେ ଏବେ ଏସିସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ

କଟକ: ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷ ଛାତ୍ର ଫାଇନାଲ ଇୟର୍ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି। ଆଉ ଛାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଂ କମିଟି ବୈଠକ କରିଛି। 

ସୂଚନା ଅନୁଯାୟୀ, ଛାତ୍ର ନିବାସରେ ରାତିରେ କୌଣସି କାରଣରୁ ଫାଇନାଲ ଇୟର ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ଖରାପ ବ୍ୟବହାର କରିଥିଲେ। ତେବେ ଏକଥାକୁ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ  ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ । ଏହାପରେ ପରିବାର ଲୋକେ ଘଟଣା ସମ୍ପର୍କରେ ଏସସିବି ମେଡିକାଲ କଲେଜ ଡିନ୍‌, ପ୍ରିନସିପାଲ ଓ   ଆଣ୍ଟି ରାଗିଂ କମିଟିକୁ ଜଣାଇଥିଲେ। ଆଉ ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟି ଏକ ବୈଠକ ଡକାଇ ଉଭୟ ଛାତ୍ରଙ୍କୁ କାଉନସେଲିଂ କରାଯାଇଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ବ୍ରହ୍ମପୁର ଏମକେସିଜିରୁ ମଧ୍ୟ ରାଗିଂ ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମ ବର୍ଷର ଛାତ୍ରମାନେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲରେ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସେଠାରେ ସିନିୟରମାନେ ସେମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା।ଏହାକୁ ନେଇ ଦ୍ବିତୀୟ ବର୍ଷର ଛାତ୍ରମାନଙ୍କ ଅଭିଭାବକ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଥିଲେ । ଆଉ ଘଟଣାରେ ତଦନ୍ତ କରାଯାଇଛି ରାଗିଂରେ ସମ୍ପୃକ୍ତ ୫ ଜଣ ସିନିୟର ଛାତ୍ରଙ୍କୁ ହଷ୍ଟେଲ ଏବଂ କ୍ୟାମ୍ପସରୁ ୬ ମାସ ପାଇଁ ବିତାଡିତ କରାଯାଇଛି। ଏମିତିକି ୫ ଜଣ ସିନିୟର ଛାତ୍ରଙ୍କ ବିରୋଧରେ ପୋଲିସ ଥାନାରେ ମାମଲା ହେବା ନେଇ ମଧ୍ୟ କହିଥିଲେ ବ୍ରହ୍ମପୁର ଏସପି।