Mount Everestରେ ଦୁଇ ଟୁରିଷ୍ଟ ଗ୍ରୁପ୍ଙ୍କ ଝଗଡ଼ା, ସେଲଫି ପାଇଁ ମାରପିଟ୍
ନୂଆଦିଲ୍ଲୀ ୧୧।୦୭: ୨୯,୦୩୦ ଫୁଟ ଉପରେ ମାରପିଟ୍ । ତାହା ପୁଣି ସେଲ୍ଫି ନେବା ପାଇଁ । ଅବିଶ୍ୱସନୀୟ ଓ ମଜାଦାର ଲାଗିଲେ ବି କଥାଟା ସତ । ନିକଟରେ ଚୀନ୍ର ଦୁଇଟି ଭିନ୍ନ ଭିନ୍ନ ଗ୍ରୁପ୍ର ପର୍ଯ୍ୟଟକ ଚୀନ୍ର ତିବ୍ବତ ଅଟୋନମସ୍ କ୍ଷେତ୍ରରେ ସ୍ଥିତ ୮୮୪୮ ଭ୍ୟୁଇଙ୍ଗ୍ ପଏଣ୍ଟ୍ରେ ପହଞ୍ଚିଥିଲେ । ପର୍ବତାରୋହଣ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସେମାନେ ସେଲ୍ଫି ନେବାକୁ ଚିନ୍ତାକଲେ । ଟୁର୍ ଗାଇଡ୍ ସେମାନଙ୍କୁ ଏଭରେଷ୍ଟ୍ ଏଲିଭେସନ୍ ମନୁମେଣ୍ଟ୍ ନିକଟରେ ଏକାଠି ଫଟୋ ଉଠାଇବାକୁ କହିଲେ । ଦୁଇ ଗ୍ରୁପ୍ ସେଲ୍ଫି ପାଇଁ ସବୁଠୁ ଭଲ ସ୍ଥାନ ବାଛିଲେ । ପ୍ରଥମେ ଫଟୋ ପୋଜ୍କୁ ନେଇ ଦୁଇ ଗ୍ରୁପ୍ ମଧ୍ୟରେ ଝଗଡ଼ା ହେଲା। ତା’ପରେ ଆରମ୍ଭ ହୋଇଗଲା ମୁଥ-ଲାତ। ହଁ, ଏ ସବୁ ମାଉଣ୍ଟ୍ ଏଭରେଷ୍ଟ୍ରେ ଚାଲିଲା । ମାମଲାଟି ଗତ ଜୁନ୍ ୨୫ ତାରିଖର, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଦୁଇ ଗ୍ରୁପ୍କୁ ଅଟକାଉଥିବା ନଜର ଆସିଛନ୍ତି । କିନ୍ତୁ ମାମଲା ଥମିବା ବଦଳରେ ବଢ଼ିବାରେ ଲାଗିଛି। ଶେଷରେ ସୀମା ପୁଲିସ ସିବିରର ଅଧିକାରୀମାନେ ମାମଲାରେ ହସ୍ତକ୍ଷେପ କଲେ ଏବଂ ଦୁଇ ସମୂହକୁ ଅଲଗା କଲେ। ଏଥିରେ ସାମିଲ ୪ ପର୍ଯ୍ୟଟକଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଗିରଫ କରାଗଲା । ସୂଚନାଯୋଗ୍ୟ, କରୋନା ପରେ ପ୍ରଥମ ଥର ଗତ ଏପ୍ରିଲରେ ଚୀନ୍ ମାଉଣ୍ଟ୍ ଏଭରେଷ୍ଟ୍ର ତି
ନୂଆଦିଲ୍ଲୀ ୧୧।୦୭: ୨୯,୦୩୦ ଫୁଟ ଉପରେ ମାରପିଟ୍ । ତାହା ପୁଣି ସେଲ୍ଫି ନେବା ପାଇଁ । ଅବିଶ୍ୱସନୀୟ ଓ ମଜାଦାର ଲାଗିଲେ ବି କଥାଟା ସତ । ନିକଟରେ ଚୀନ୍ର ଦୁଇଟି ଭିନ୍ନ ଭିନ୍ନ ଗ୍ରୁପ୍ର ପର୍ଯ୍ୟଟକ ଚୀନ୍ର ତିବ୍ବତ ଅଟୋନମସ୍ କ୍ଷେତ୍ରରେ ସ୍ଥିତ ୮୮୪୮ ଭ୍ୟୁଇଙ୍ଗ୍ ପଏଣ୍ଟ୍ରେ ପହଞ୍ଚିଥିଲେ । ପର୍ବତାରୋହଣ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସେମାନେ ସେଲ୍ଫି ନେବାକୁ ଚିନ୍ତାକଲେ ।
ଟୁର୍ ଗାଇଡ୍ ସେମାନଙ୍କୁ ଏଭରେଷ୍ଟ୍ ଏଲିଭେସନ୍ ମନୁମେଣ୍ଟ୍ ନିକଟରେ ଏକାଠି ଫଟୋ ଉଠାଇବାକୁ କହିଲେ । ଦୁଇ ଗ୍ରୁପ୍ ସେଲ୍ଫି ପାଇଁ ସବୁଠୁ ଭଲ ସ୍ଥାନ ବାଛିଲେ । ପ୍ରଥମେ ଫଟୋ ପୋଜ୍କୁ ନେଇ ଦୁଇ ଗ୍ରୁପ୍ ମଧ୍ୟରେ ଝଗଡ଼ା ହେଲା। ତା’ପରେ ଆରମ୍ଭ ହୋଇଗଲା ମୁଥ-ଲାତ। ହଁ, ଏ ସବୁ ମାଉଣ୍ଟ୍ ଏଭରେଷ୍ଟ୍ରେ ଚାଲିଲା । ମାମଲାଟି ଗତ ଜୁନ୍ ୨୫ ତାରିଖର, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଦୁଇ ଗ୍ରୁପ୍କୁ ଅଟକାଉଥିବା ନଜର ଆସିଛନ୍ତି । କିନ୍ତୁ ମାମଲା ଥମିବା ବଦଳରେ ବଢ଼ିବାରେ ଲାଗିଛି।
ଶେଷରେ ସୀମା ପୁଲିସ ସିବିରର ଅଧିକାରୀମାନେ ମାମଲାରେ ହସ୍ତକ୍ଷେପ କଲେ ଏବଂ ଦୁଇ ସମୂହକୁ ଅଲଗା କଲେ। ଏଥିରେ ସାମିଲ ୪ ପର୍ଯ୍ୟଟକଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଗିରଫ କରାଗଲା । ସୂଚନାଯୋଗ୍ୟ, କରୋନା ପରେ ପ୍ରଥମ ଥର ଗତ ଏପ୍ରିଲରେ ଚୀନ୍ ମାଉଣ୍ଟ୍ ଏଭରେଷ୍ଟ୍ର ତିବ୍ବତ ପାଶ୍ୱର୍କୁ ପର୍ବତାରୋହୀଙ୍କ ପାଇଁ ପୁଣି ଖୋଲିଛି । ବିଶ୍ୱର ଏହି ସର୍ବୋଚ୍ଚ ପର୍ବତରେ ଭିଡ଼ ସମସ୍ୟା ବଢ଼ିବାରେ ଲାଗିଛି । ଗତ ମାସ ଏଠାରେ ଦୁଇ ପର୍ବତାରୋହୀ ନିଖୋଜ ହେବା ପରେ ସମସ୍ୟା ପୁଣି ଥରେ ଖବରର ଶିରୋନାମା ହୋଇଥିଲା ।