Myanmar EarthQuake: ମିଆଁମାର ଭୂକଂପ, ମୃତ୍ୟୁ ସଂଖ୍ୟା ୬୯୪ ପାର
ମିଆଁମାର ଭୂକଂପରେ ମୃତ୍ୟୁସଂଖ୍ୟା ୬୯୪ ପାର ହୋଇଛି। ୭ଶହରୁ ଅଧିକ ଆହତ ହୋଇଛନ୍ତି। ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି।