NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ…
ନୂଆଦିଲ୍ଲୀ,୨୩।୧ : ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ମାଧ୍ୟମରେ କରାଯାଇଥାଏ। ଏଥିରେ ଏମବିବିଏସ,ଏମଡି, ବିଡିଏସ ତଥା ଏମଡିଏସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ। ୩୧ ମାର୍ଚ୍ଚ ୨୦୨୪ ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ ହେବ। ଗତ ବର୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ସହିତ ଜଡିତ ସମସ୍ତ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ nbe.edu.in ରେ ଯାଞ୍ଚ କରାଯାଇପାରିବ। ଭାରତୀୟ […] The post NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୧ : ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ମାଧ୍ୟମରେ କରାଯାଇଥାଏ। ଏଥିରେ ଏମବିବିଏସ,ଏମଡି, ବିଡିଏସ ତଥା ଏମଡିଏସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ। ୩୧ ମାର୍ଚ୍ଚ ୨୦୨୪ ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ ହେବ। ଗତ ବର୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ।
ଏହି ପରୀକ୍ଷା ସହିତ ଜଡିତ ସମସ୍ତ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ nbe.edu.in ରେ ଯାଞ୍ଚ କରାଯାଇପାରିବ। ଭାରତୀୟ ମେଡିକାଲ କଲେଜରେ ଆଡମିଶନ ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।
ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୩ ଘଣ୍ଟା ଦିଆଯିବ। ଏଥିରେ ସେମାନଙ୍କୁ ୨୪୦ ପ୍ରଶ୍ନର ସମାଧାନ କରିବାକୁ ପଡିବ। ଏହି ପ୍ରଶ୍ନଗୁଡିକ ଦୁଇଟି ବିଭାଗରେ ବିଭକ୍ତ ହୋଇଛି, ଭାଗ କ ଏବଂ ଭାଗ
ଖ। ସମସ୍ତ ପ୍ରଶ୍ନ ମଲ୍ଟିପୁଲ ଚଏସ ପ୍ରକାରର ହେବ। ପରୀକ୍ଷାର ମୋଟ ମାର୍କ ୯୬୦ । ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷଣର ମାଧ୍ୟମ ହେଉଛି ଇଂଲିଶ୍।
ସଠିକ ଉତ୍ତର ପାଇଁ ୪ ମାର୍କ ମିଳୁଥିବାବେଳେ ଭୁଲ ଉତ୍ତର ପାଇଁ ୧ ନମ୍ବର ମାଇନସ ହୋଇଥାଏ। ଏନେଇ ଆଶାୟୀ ପ୍ରାର୍ଥୀ ସତର୍କ ରହିଲେ ପରୀକ୍ଷାରେ ସଫଳ ହେବାର ସମ୍ଭାବନା ଅଧିକ ରହିବ।
The post NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ… appeared first on Dharitri Odia News.