ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ

ବାରଙ୍ଗ,୬।୧୨(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅଧିନସ୍ତ ବାରଶୀଙ୍ଗା ଗାଁରେ ବୋହୁପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଆଗରୁ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ଘଟିଛି। ଗତ ୩୦ ତାରିଖ ରାତିରେ ପିଶାଚ ବାପା ଗୋଭର୍ଦ୍ଧନ ରାଉତ ନିଜ ଓ ବୋହୁ ପୁଅଙ୍କୁ ନିଆଁ ଲଗାଇ ପୋଡ଼ିଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୧ରେ […] The post ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ appeared first on Dharitri Odia News.

ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ

ବାରଙ୍ଗ,୬।୧୨(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅଧିନସ୍ତ ବାରଶୀଙ୍ଗା ଗାଁରେ ବୋହୁପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଆଗରୁ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ଘଟିଛି।
ଗତ ୩୦ ତାରିଖ ରାତିରେ ପିଶାଚ ବାପା ଗୋଭର୍ଦ୍ଧନ ରାଉତ ନିଜ ଓ ବୋହୁ ପୁଅଙ୍କୁ ନିଆଁ ଲଗାଇ ପୋଡ଼ିଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୧ରେ ଦିନବନ୍ଧୁଙ୍କ ପତ୍ନୀ ସସ୍ମିତାଙ୍କ ମୃତ୍ୟୁ ହୋଇଛି।ଏହି ଘଟଣାରେ ନିର୍ଦ୍ଦୟ ବାପା ଗୋବର୍ଦ୍ଧନକୁ ପୋଲିସ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଘଟଣା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

The post ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ appeared first on Dharitri Odia News.