ଲୁଚାଛପାରେ ୬୫ ବର୍ଷରେ ବିବାହ କରିଥିଲେ ଏହି ଅଭିନେତା, ଗର୍ଭବତୀ ହେବା ପରେ ସ୍ତ୍ରୀଙ୍କୁ ଦେଲେ ଧୋକା…

ମୁମ୍ବାଇ,୫।୨ : ପ୍ରସିଦ୍ଧ ଅଭିନେତା ଦର୍ଶନ ଜରିୱାଲାଙ୍କ ବିଷୟରେ ବଡ ଖବର ଆସୁଛି । ଦର୍ଶନ ଜରିୱାଲା ସିନଟା (ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏଶନ)ର ସଭାପତି ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି, ଏହା ପରେ ସେ କ୍ରମାଗତ ଭାବରେ ହେଡଲାଇନରେ ରହିଛନ୍ତି। ତେବେ ଦର୍ଶନ ଜରିୱାଲାଙ୍କ ଏତେ ବଡ ନିଷ୍ପତ୍ତି ପଛର କାରଣ କ’ଣ? ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ମାସ ପୂର୍ବରୁ ଜଣେ ମହିଳା ଦର୍ଶନ ଜରିୱାଲାଙ୍କ ବିରୋଧରେ ଅନେକ ଗମ୍ଭୀର […] The post ଲୁଚାଛପାରେ ୬୫ ବର୍ଷରେ ବିବାହ କରିଥିଲେ ଏହି ଅଭିନେତା, ଗର୍ଭବତୀ ହେବା ପରେ ସ୍ତ୍ରୀଙ୍କୁ ଦେଲେ ଧୋକା… appeared first on Dharitri Odia News.

ଲୁଚାଛପାରେ ୬୫ ବର୍ଷରେ ବିବାହ କରିଥିଲେ ଏହି ଅଭିନେତା, ଗର୍ଭବତୀ ହେବା ପରେ ସ୍ତ୍ରୀଙ୍କୁ ଦେଲେ ଧୋକା…

ମୁମ୍ବାଇ,୫।୨ : ପ୍ରସିଦ୍ଧ ଅଭିନେତା ଦର୍ଶନ ଜରିୱାଲାଙ୍କ ବିଷୟରେ ବଡ ଖବର ଆସୁଛି । ଦର୍ଶନ ଜରିୱାଲା ସିନଟା (ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏଶନ)ର ସଭାପତି ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି, ଏହା ପରେ ସେ କ୍ରମାଗତ ଭାବରେ ହେଡଲାଇନରେ ରହିଛନ୍ତି। ତେବେ ଦର୍ଶନ ଜରିୱାଲାଙ୍କ ଏତେ ବଡ ନିଷ୍ପତ୍ତି ପଛର କାରଣ କ’ଣ?

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ମାସ ପୂର୍ବରୁ ଜଣେ ମହିଳା ଦର୍ଶନ ଜରିୱାଲାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯେଉଁଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ପ୍ରକୃତରେ, କଥା ହେଉଛି କୋଲକାତାର ଜଣେ ମହିଳାଙ୍କୁ ଦର୍ଶନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ କହିଛନ୍ତି ଦର୍ଶନ ତାଙ୍କୁ ଲଚାଛପାରେ ଗାନ୍ଧର୍ବ ବିବାହ ଏକ ମନ୍ଦିରରେ କରିଥିଲେ ଏବଂ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ଦର୍ଶନ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇ ଧୋକା ଦେଇଥିଲେ।

ଏନେଇ ସିନଟାର ସାଧାରଣ ସମ୍ପାଦକ ଅଭିନେତା ଅମିତ ବହଲ କହିଛନ୍ତିସଂସ୍ଥାର ପ୍ରତିଷ୍ଠା ଉପରେ ଏହା ପ୍ରଭାବ ପକାଉଛି ଏବଂ ତେଣୁ ସେ ଇସ୍ତଫା ଦେଇଛନ୍ତି। ଅମିତ କହିଛନ୍ତି ମହିଳା ଆମର ସଦସ୍ୟ ନୁହଁନ୍ତି, କିନ୍ତୁ ଆମର ଅନେକ ସହକର୍ମୀ ସୋସିଆଲ ମିଡିଆରେ ତାଙ୍କର ବନ୍ଧୁ ଅଛନ୍ତି।

ମହିଳା ଜଣକ ଦର୍ଶନ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଏବଂ ଏହି ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଦର୍ଶନ ମଧ୍ୟ ମହିଳାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ଦର୍ଶନ ଜଣେ ପ୍ରସିଦ୍ଧ ଅଭିନେତା। ସେ ହିନ୍ଦୀ ଏବଂ ଗୁଜୁରାଟୀ ଚଳଚ୍ଚିତ୍ର ସହିତ ହିନ୍ଦୀ ୱେବ ଶୋ ମଧ୍ୟ କରିଛନ୍ତି। ଦର୍ଶନ ତାଙ୍କ କ୍ୟାରିୟରରେ ୯୦ ରୁ ଅଧିକ ପ୍ରୋଜେକ୍ଟରେ କାମ କରିଛନ୍ତି। ଦର୍ଶନଙ୍କ ଶେଷ ଗୁଜୁରାଟୀ ଚଳଚ୍ଚିତ୍ର ହେଉଛି କାମଥାନ, ୨ ଫେବୃଆରୀରେ ମୁକ୍ତିଲାଭ କରିଛି ।

 

The post ଲୁଚାଛପାରେ ୬୫ ବର୍ଷରେ ବିବାହ କରିଥିଲେ ଏହି ଅଭିନେତା, ଗର୍ଭବତୀ ହେବା ପରେ ସ୍ତ୍ରୀଙ୍କୁ ଦେଲେ ଧୋକା… appeared first on Dharitri Odia News.