ଆର ଜେ ରୌନକ, ଜୟା କିଶୋରି, ମୈଥିଲି ଠାକୁରଙ୍କୁ ନାଶନାଲ କ୍ରିଏଟର୍ସ ଆଓ୍ବାର୍ଡରେ ସମ୍ମାନୀତ କଲେ ମୋଦି
ନୂଆଦିଲ୍ଲୀ,୮।୩: ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈଥିଲି ଠାକୁର, ଜୟା କିଶୋରିଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ଭାରତ ମଣ୍ଡପମରେ ନାଶନାଲ କ୍ରିଏଟର୍ସ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଲୋକପ୍ରିୟ ଗାୟକ ମୈଥିଲି ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ରାଷ୍ଟ୍ରଦୂତ ପୁରସ୍କାର ପ୍ରଦାନ କରିଥିଲେ। ଏଥି ସହିତ ସେ ଜୟା କିଶୋରୀଙ୍କୁ ସାମାଜିକ ପରିବର୍ତ୍ତନ ପାଇଁ ଶ୍ରେଷ୍ଠ ଲେଖକ ପୁରସ୍କାର ପ୍ରଦାନ କରିଥିଲେ। ଏହାସହ ଡ୍ରୁ ହିକ୍ସଙ୍କୁ ମଧ୍ୟ ମୋଦି ସମ୍ମାନିତ କରିଥିଲେ। […] The post ଆର ଜେ ରୌନକ, ଜୟା କିଶୋରି, ମୈଥିଲି ଠାକୁରଙ୍କୁ ନାଶନାଲ କ୍ରିଏଟର୍ସ ଆଓ୍ବାର୍ଡରେ ସମ୍ମାନୀତ କଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈଥିଲି ଠାକୁର, ଜୟା କିଶୋରିଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ଭାରତ ମଣ୍ଡପମରେ ନାଶନାଲ କ୍ରିଏଟର୍ସ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଲୋକପ୍ରିୟ ଗାୟକ ମୈଥିଲି ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ରାଷ୍ଟ୍ରଦୂତ ପୁରସ୍କାର ପ୍ରଦାନ କରିଥିଲେ। ଏଥି ସହିତ ସେ ଜୟା କିଶୋରୀଙ୍କୁ ସାମାଜିକ ପରିବର୍ତ୍ତନ ପାଇଁ ଶ୍ରେଷ୍ଠ ଲେଖକ ପୁରସ୍କାର ପ୍ରଦାନ କରିଥିଲେ। ଏହାସହ ଡ୍ରୁ ହିକ୍ସଙ୍କୁ ମଧ୍ୟ ମୋଦି ସମ୍ମାନିତ କରିଥିଲେ। ସେ ଡ୍ରୁ ହିକ୍ସଙ୍କୁ ଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିଏଟର୍ସ ବା ରଚନାକାର ପୁରସ୍କାର ପ୍ରଦାନ କରିଥିଲେ।
ଖେଳ ବର୍ଗରେ ନିଶ୍ଚୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରେଷ୍ଠ କ୍ରିଏଟର୍ସ ପୁରସ୍କାର ପ୍ରଦାନ କରିଥିଲେ। ଏଥି ସହିତ ଅଙ୍କିତ ବାଇୟାନପୁରିଆ ଶ୍ରେଷ୍ଠ ସ୍ବାସ୍ଥ୍ୟ ଏବଂ ଫିଟନେସ କ୍ରିଏଟର୍ସ ପୁରସ୍କାର ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷା ବର୍ଗରେ ଶ୍ରେଷ୍ଠ ଲେଖକ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେତେବେଳେ ସମୟ ବଦଳିଯାଏ, ଯେତେବେଳେ ଏକ ନୂତନ ଯୁଗ ଆରମ୍ଭ ହୁଏ, ସେତେବେଳେ ଏହା ସହିତ ଗତି କରିବା ଦେଶର ଦାୟିତ୍ୱ ଅଟେ। ଆଜି ଦେଶ ଭାରତ ମଣ୍ଡପମରେ ନିଜର ଦାୟିତ୍ୱ ପାଳନ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ସେହି ଲୋକ ଯେଉଁମାନେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ସେଥିପାଇଁ ଆପଣ ଭରତ ମଣ୍ଡପମରେ ଅଛନ୍ତି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଜି -୨୦ ଅନୁଷ୍ଠିତ ହୋଇଥିଲା।
The post ଆର ଜେ ରୌନକ, ଜୟା କିଶୋରି, ମୈଥିଲି ଠାକୁରଙ୍କୁ ନାଶନାଲ କ୍ରିଏଟର୍ସ ଆଓ୍ବାର୍ଡରେ ସମ୍ମାନୀତ କଲେ ମୋଦି appeared first on Dharitri Odia News.