NEET ପରୀକ୍ଷାର୍ଥୀଙ୍କୁ ଯୋଗାଉଥିଲେ ସହାୟତା, ୫ ଗିରଫ

ନିଟ୍‌ ପରୀକ୍ଷାରେ ପାସ୍‌ କରାଇବା ପାଇଁ ୨୭ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ଏମାନେ ୧୦ ଲକ୍ଷ ଲେଖାଏଁ ଲାଞ୍ଚ ନେଇ ସହାୟତା ଯୋଗାଇଥିବା ଅଭିଯୋଗ ହୋଇଛି।

NEET ପରୀକ୍ଷାର୍ଥୀଙ୍କୁ ଯୋଗାଉଥିଲେ ସହାୟତା, ୫ ଗିରଫ

NEET UG ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ଏହାକୁ ନେଇ ବିବାଦ ଜାରି ରହିଛି। ଏଥିରେ ହେରଫେର ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାରି ଭିତରେ ନିଟ୍‌ ପରୀକ୍ଷାର୍ଥୀଙ୍କୁ ପାସ୍‌ କରାଇବା ପାଇଁ ସହାୟତା ଯୋଗାଇବା ଅଭିଯୋଗରେ ୫ ଜଣ ବନ୍ଧା ହୋଇଛନ୍ତି।

ଗୁଜରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଅଞ୍ଚଳରେ ଥିବା ଏକ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ୨୭ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ୧୦ ଲକ୍ଷ ଲେଖାଏଁ ଲାଞ୍ଚ ନେଇ ଏମାନେ ନିଟ୍‌ ପରୀକ୍ଷାରେ ସେମାନଙ୍କୁ ପସ୍‌ କରାଇବା ଲାଗି ସହାୟତା ଯୋଗାଇଥିବା ଅଭିଯୋଗ ହୋଇଛି।

ମେ' ୯ ରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଗୋଧ୍ରା ସ୍ଥିତ ଏକ ବିଦ୍ୟାଳୟରେ ଏହି ମାମଲା ସାମ୍ନାକୁ ଆସିଥିଲା ​​ଯାହା NEET-UG ପରୀକ୍ଷା ପାଇଁ ସେଣ୍ଟର କରାଯାଇଥିଲା। ମେଡିକାଲ କଲେଜରେ ଆଡମିଶନ ପାଇଁ କିଛି ଲୋକ ଭୁଲ କାମ କରୁଛନ୍ତି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଗୁପ୍ତ ସୂଚନା ପାଇଥିଲେ। ଏହାପରେ ମେ ମେଡିକାଲ କଲେଜରେ ଆଡମିଶନ ପାଇଁ କରାଯାଇଥିବା ପରୀକ୍ଷାରେ ଉପସ୍ଥିତ ଅଭ୍ୟାର୍ଥୀଙ୍କୁ ଅଟକ ରଖାଯାଇଥିଲା।

ପୋଲିସ ଅଧୀକ୍ଷକ ହିମାଂଶୁ ସୋଲଙ୍କି କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତୁଷାର ଭଟ୍ଟ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଶର୍ମା, ଭଦୋଦରା ଶିକ୍ଷା ପରାମର୍ଶଦାତା ପର୍ଶୁରାମ ରାୟ, ତାଙ୍କ ସହଯୋଗୀ ବିବେକ ଆନନ୍ଦ ଏବଂ ମଧ୍ୟସ୍ଥି ଆରିଫ ଭୋରା ଅଛନ୍ତି।

ତୁଷର ଭଟ୍ଟଙ୍କ ନିକଟରୁ ପୁଲିସ ନଗଦ ୭ ଲକ୍ଷ ଟଙ୍କା ଜବତ କରିଛି। ତୁଷାର ଭଟ୍ଟ ଜୟ ଜଳାରାମ ସ୍କୁଲରେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ। ସେ ସହରରେ NEET ପାଇଁ ଡେପୁଟି ସେଣ୍ଟର ଅଧୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ସେପଟେ ଚଢ଼ାଉ ବେଳେ ଭଦୋଦରା ଶିକ୍ଷା ପରାମର୍ଶଦାତା ପର୍ଶୁରାମ ରାୟଙ୍କ ଅଫିସରୁ ୨. ୩୦ କୋଟି ଟଙ୍କାର ଚେକ୍‌ ଜବତ ହୋଇଥିବା ପୁଲିସ କହିଛି।