NEET ପେପର ଲିକ୍ କୁ ନେଇ ଆକ୍ସନରେ ସରକାର, ପୂର୍ବତନ ISRO ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ହାଇଲେବଲ ଯାଞ୍ଚ କମିଟି
ନୂଆଦିଲ୍ଲୀ ୨୨।୬: ଦେଶରେ ପେପର ଲିକ୍ ମାମଲା ଲଗାତାର ଚର୍ଚ୍ଚାରେ ରହିଛି। ମାସକ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ୪ ଥର ଫେଲ ହେଲେଣି। ଫଳରେ ଯୁବ ପିଢୀର ଭବିଷ୍ୟ ଏବେ ଅଧାରେ ଲଟକି ରହିଛି। ଏଣୁ ଶିକ୍ଷାମନ୍ତ୍ରାଳୟ ଏବେ ଆକ୍ସନ ମୋଡକୁ ଆସିଥିବା ବେଳେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି କମିଟି ଗଠନ କରିଥିବା ବେଳେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ଙ୍କ ପୂର୍ବତନ ମୁଖ୍ୟଙ୍କୁ ଏହାର ଅଧ୍ୟକ୍ଷ କରିଛନ୍ତି। ଏହି କମିଟି ଆଗାମୀ ୨ ମାସ ମଧ୍ୟରେ ମାମଲାର ଯାଞ୍ଚ କରି ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ। ଦେଶରେ ପରୀକ୍ଷାଗୁଡିକୁ ସୁଚାରୁ, ପାରଦର୍ଶି ଓ ନିରପେକ୍ଷ ସଞ୍ଚାଳନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗଠନ ହୋଇଥିବା ବେଳେ କମିଟି ପରୀକ୍ଷା ପ୍ରକ୍ରିୟା ଓ ଡାଟା ସୁରକ୍ଷା ପ୍ରୋଟକଲରେ ସୁଧାର, ଏନଟିଏର ସଂରଚନା ଓ କାର୍ଯ୍ୟପ୍ରଣାଳୀ ନେଇ ସୁପାରିଶ କରିବ। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ. ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ହାଇଲେବଲ କମିଟି ଯାଞ୍ଚ କରିବ। Ministry of Education constitutes a High-Level Committee of Experts to ensure transparent, smooth and fair conduct of examinations. Committee to make recommendations on Reform in the mechanism of the examination process, i
ନୂଆଦିଲ୍ଲୀ ୨୨।୬: ଦେଶରେ ପେପର ଲିକ୍ ମାମଲା ଲଗାତାର ଚର୍ଚ୍ଚାରେ ରହିଛି। ମାସକ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ୪ ଥର ଫେଲ ହେଲେଣି। ଫଳରେ ଯୁବ ପିଢୀର ଭବିଷ୍ୟ ଏବେ ଅଧାରେ ଲଟକି ରହିଛି। ଏଣୁ ଶିକ୍ଷାମନ୍ତ୍ରାଳୟ ଏବେ ଆକ୍ସନ ମୋଡକୁ ଆସିଥିବା ବେଳେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି କମିଟି ଗଠନ କରିଥିବା ବେଳେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ଙ୍କ ପୂର୍ବତନ ମୁଖ୍ୟଙ୍କୁ ଏହାର ଅଧ୍ୟକ୍ଷ କରିଛନ୍ତି।
ଏହି କମିଟି ଆଗାମୀ ୨ ମାସ ମଧ୍ୟରେ ମାମଲାର ଯାଞ୍ଚ କରି ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ। ଦେଶରେ ପରୀକ୍ଷାଗୁଡିକୁ ସୁଚାରୁ, ପାରଦର୍ଶି ଓ ନିରପେକ୍ଷ ସଞ୍ଚାଳନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗଠନ ହୋଇଥିବା ବେଳେ କମିଟି ପରୀକ୍ଷା ପ୍ରକ୍ରିୟା ଓ ଡାଟା ସୁରକ୍ଷା ପ୍ରୋଟକଲରେ ସୁଧାର, ଏନଟିଏର ସଂରଚନା ଓ କାର୍ଯ୍ୟପ୍ରଣାଳୀ ନେଇ ସୁପାରିଶ କରିବ। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କେ. ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ହାଇଲେବଲ କମିଟି ଯାଞ୍ଚ କରିବ।
Ministry of Education constitutes a High-Level Committee of Experts to ensure transparent, smooth and fair conduct of examinations. Committee to make recommendations on Reform in the mechanism of the examination process, improvement in Data Security protocols and structure and… pic.twitter.com/TJ9NqqUJMi— ANI (@ANI) June 22, 2024
ଏହି କମିଟିରେ ଦିଲ୍ଲୀ ଏମସ୍ର ପୂର୍ବତନ ଡାଇରେକ୍ଟର ଡା.ରଣଦୀପ ଗୁଲେରିଆ, ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ଭାଇସ ଚାନ୍ସେଲର ପ୍ରଫେସର ବି.ଜେ ରାଓ, ଆଇଆଇଟି ମାଡ୍ରାସର ପ୍ରଫେସର ରାମମୂର୍ତ୍ତି, ଆଇଆଇଟି ଦିଲ୍ଲୀର ପ୍ରଫେସର ଆଦିତ୍ୟ ମିତ୍ତଲ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ୱାଲ ଓ କର୍ମଯୋଗୀ ଭାରତର ସହ ସଂସ୍ଥାପକ ପ୍ରଫେସର ପଙ୍କଜ ବଂଶଜ ପ୍ରମୁଖଙ୍କୁ ସାମିଲ କରାଯାଇଛି।
ଇତିମଧ୍ୟରେ ବିହାର ଆର୍ଥିକ ଅପରାଧ ୟୁନିଟ୍ (ଇଓୟୁ) ଶିକ୍ଷାମନ୍ତ୍ରାଳୟକୁ ନିଟ୍ ପେପର ଲିକ୍ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟରେ ପ୍ରମାଣ ସହିତ ଅଭିଯୁକ୍ତଙ୍କ ବୟାନ ମଧ୍ୟ ରହିଛି। ଏବେ ଇଓୟୁ ଯାଞ୍ଚ ରିପୋର୍ଟ ଅନୁସାରେ ଶିକ୍ଷାମନ୍ତ୍ରାଳୟ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ। ନିଟ୍ ପେପର ଲିକ୍ ଘଟଣା ପରେ ଦେଶରେ ଜାତୀୟ ସ୍ତରର ମେଧା ସନ୍ଧାନ ପରୀକ୍ଷା କରାଉଥିବା ଏନଟିଏ ୪ଟି ବଡ଼ ପରୀକ୍ଷା ରଦ୍ଦ ଅଥବା ସ୍ଥଗିତ କରିଦେଇଛନ୍ତି। ଏଥିରେ ଜୁନ ୨୧ରେ ହେବାକୁ ଥିବା ସିଏସଆଇଆର ୟୁଜିସି ନିଟ୍ ପରୀକ୍ଷା, ଏହା ପୂର୍ବରୁ ଜୁନ ୧୯ରେ ୟୁଜିସି ନିଟ୍ ପରୀକ୍ଷା ରଦ୍ଦ କରିଥିଲେ। ଏହା ଛଡା ଏନସିଇଟି ୨୦୨୪ ପରୀକ୍ଷା ବି ରଦ୍ଦ ହୋଇଥିବାର ସାମ୍ନାକୁ ଆସୁଛି।