ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବ୍ରୁଆରୀ ୨୯ ଯାଏ ସ୍ଥଗିତ, ସଂଯୁକ୍ତ କୃଷକ ମୋର୍ଚ୍ଚାର ଘୋଷଣା

ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବ୍ରୁଆରୀ ୨୯ ଯାଏ ନିଜର ଦିଲ୍ଲୀ ଚଲୋ ଅଭିଯାନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି । କୃଷକ ସଂଗଠନର ନେତା ସରବନ ସିଂ ପଣ୍ଡେର ଖାନେରି ସୀମାରେ ମିଡିଆକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ଏହାସହ ଫେବ୍ରୁଆରୀ ୨୯ରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି, 'ଆମେ ସମସ୍ତେ ଦୁଃଖୀ, ଆମର ଯୁବ ଚାଷୀ ଶୁଭକରଣ ସିଂଙ୍କୁ ହରାଇଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତାକାଲି ଫେବ୍ରୁଆରୀ ୨୪ରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବୁ'। ଚାଷୀ ନେତା ପଣ୍ଡେର କହିଛନ୍ତି, 'ଫେବ୍ରୁଆରୀ ୨୬ରେ ଡବ୍ଲୁଟିଓର ଏକ ବୈଠକ ଅଛି ଏବଂ ଫେବ୍ରୁଆରୀ ୨୫ରେ ଶମ୍ଭୁ ଏବଂ ଖନୋରି ଉଭୟ ସ୍ଥାନରେ ଆମେ ସେମିନାର କରିବୁ । ଆମେ ଡବ୍ଲୁଟିଓର ପୁତଳିକା ଦାହ କରିବୁ । ଡବ୍ଲୁଟିଓ ସହ ଆମେ କର୍ପୋରେଟ୍ ଏବଂ ସରକାରଙ୍କ ପୁତଳିକା ଦାହ କରିବୁ'। ପଢନ୍ତୁ: ବିକ୍ଷୋଭକାରୀ ଚାଷୀଙ୍କ ବିରୋଧରେ କଠୋର ହେଲେ ସରକାର, ଜବତ ହେବ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ନେତା ସରବନ ସିଂ ପଣ୍ଡେର କହିଛନ୍ତି, 'ପୋଲିସର ବର୍ବରତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନରେ ହରିୟାଣାରେ ଜରୁରୀ ସ୍ଥିତି ସୃଷ୍ଟି ହୋଇଛି । ରବିବାର ସଂଧ୍ୟାରେ ଆମେ ଦୁଇ ସୀମାରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବୁ । ଡବ୍ଲୁଟିଓ ଚାଷୀଙ୍କ ପାଇଁ କେତେ ଖରାପ, ଏହା ଉପରେ ଚର୍ଚ୍ଚା କରି

ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବ୍ରୁଆରୀ ୨୯ ଯାଏ ସ୍ଥଗିତ, ସଂଯୁକ୍ତ କୃଷକ ମୋର୍ଚ୍ଚାର ଘୋଷଣା

ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚା ଫେବ୍ରୁଆରୀ ୨୯ ଯାଏ ନିଜର ଦିଲ୍ଲୀ ଚଲୋ ଅଭିଯାନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି । କୃଷକ ସଂଗଠନର ନେତା ସରବନ ସିଂ ପଣ୍ଡେର ଖାନେରି ସୀମାରେ ମିଡିଆକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ଏହାସହ ଫେବ୍ରୁଆରୀ ୨୯ରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି, 'ଆମେ ସମସ୍ତେ ଦୁଃଖୀ, ଆମର ଯୁବ ଚାଷୀ ଶୁଭକରଣ ସିଂଙ୍କୁ ହରାଇଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତାକାଲି ଫେବ୍ରୁଆରୀ ୨୪ରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବୁ'।

ଚାଷୀ ନେତା ପଣ୍ଡେର କହିଛନ୍ତି, 'ଫେବ୍ରୁଆରୀ ୨୬ରେ ଡବ୍ଲୁଟିଓର ଏକ ବୈଠକ ଅଛି ଏବଂ ଫେବ୍ରୁଆରୀ ୨୫ରେ ଶମ୍ଭୁ ଏବଂ ଖନୋରି ଉଭୟ ସ୍ଥାନରେ ଆମେ ସେମିନାର କରିବୁ । ଆମେ ଡବ୍ଲୁଟିଓର ପୁତଳିକା ଦାହ କରିବୁ । ଡବ୍ଲୁଟିଓ ସହ ଆମେ କର୍ପୋରେଟ୍ ଏବଂ ସରକାରଙ୍କ ପୁତଳିକା ଦାହ କରିବୁ'।

ପଢନ୍ତୁ: ବିକ୍ଷୋଭକାରୀ ଚାଷୀଙ୍କ ବିରୋଧରେ କଠୋର ହେଲେ ସରକାର, ଜବତ ହେବ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ନେତା ସରବନ ସିଂ ପଣ୍ଡେର କହିଛନ୍ତି, 'ପୋଲିସର ବର୍ବରତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନରେ ହରିୟାଣାରେ ଜରୁରୀ ସ୍ଥିତି ସୃଷ୍ଟି ହୋଇଛି । ରବିବାର ସଂଧ୍ୟାରେ ଆମେ ଦୁଇ ସୀମାରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବୁ । ଡବ୍ଲୁଟିଓ ଚାଷୀଙ୍କ ପାଇଁ କେତେ ଖରାପ, ଏହା ଉପରେ ଚର୍ଚ୍ଚା କରିବା ପାଇଁ ଆମେ କୃଷି କ୍ଷେତ୍ରର ବୁଦ୍ଧିଜୀବୀଙ୍କୁ ଡାକିବୁ । ଫେବ୍ରୁଆରୀ ୨୭ରେ ଆମେ କୃଷକ ୟୁନିୟର ବୈଠକ କରିବୁ । ଫେବ୍ରୁଆରୀ ୨୯ରେ ଆମେ ଅନ୍ଦୋଳନ ପାଇଁ ନିଜର ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିବୁ ।

The post ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଫେବ୍ରୁଆରୀ ୨୯ ଯାଏ ସ୍ଥଗିତ, ସଂଯୁକ୍ତ କୃଷକ ମୋର୍ଚ୍ଚାର ଘୋଷଣା appeared first on Prameya News7.