NEET ପେପର ଲିକ୍କୁ ନେଇ ରାଷ୍ଟ୍ରପତି କହିଲେ…
ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଟ୍ ପେପର ଲିକ୍କୁ ନେଇ ମଧ୍ୟ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଠିକ୍ ନୁହେଁ। ନିକଟରେ ସରକାର ପେପର ଲିକ୍ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ […] The post NEET ପେପର ଲିକ୍କୁ ନେଇ ରାଷ୍ଟ୍ରପତି କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଟ୍ ପେପର ଲିକ୍କୁ ନେଇ ମଧ୍ୟ ତାଙ୍କ ଅଭିଭାଷଣ ରଖିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଠିକ୍ ନୁହେଁ। ନିକଟରେ ସରକାର ପେପର ଲିକ୍ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ପେପର ଲିକ୍ ମାମଲା ସାମ୍ନାକୁ ଆସିଛି। ପରୀକ୍ଷାରେ ପାରଦର୍ଶିତା ଓ ନିରପେକ୍ଷତା ନିହାତି ଜରୁରୀ। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ଅଣାଯିବା ପାଇଁ ଉଦ୍ୟମ ହେଉଛି। ଏହା ବିରୋଧରେ ଦଳ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି କାମ କରିବା ଉଚିତ୍। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି।
ଏଥିସହିତ ରାଷ୍ଟ୍ରପତି ପାର୍ଲାମେଣ୍ଟର ମିଳିିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର। ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢ଼ିବ। ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ କହିଲେ ରାଷ୍ଟ୍ରପତି। ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଯିବ। ଏଥର କଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା। ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି। ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ମୋ ସରକାର ଆରମ୍ଭରୁ ଏମ୍ଏସ୍ପି ବୃଦ୍ଧି କରିଛନ୍ତି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ।
The post NEET ପେପର ଲିକ୍କୁ ନେଇ ରାଷ୍ଟ୍ରପତି କହିଲେ… appeared first on Dharitri Odia News.