NEET ମକ୍‌ ଟେଷ୍ଟରେ କମ୍ ନମ୍ବର ରହିବାରୁ ଝିଅକୁ ମାରି ଦେଲେ ବାପା

ସାଧନାଙ୍କ ବାପା ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ତାଙ୍କୁ ପୁଲିସ ଗିରଫ କରିଛି।

NEET ମକ୍‌ ଟେଷ୍ଟରେ କମ୍ ନମ୍ବର ରହିବାରୁ ଝିଅକୁ ମାରି ଦେଲେ ବାପା

ସେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୨.୬% ନମ୍ବର ରଖିଥିଲେ। କିନ୍ତୁ ବର୍ଷେ ପରେ ନିଟ୍‌ (NEET) ମକ୍ ଟେଷ୍ଟରେ କମ୍ ନମ୍ବର ରଖିବାରୁ ତାଙ୍କ ବାପା ତାଙ୍କୁ ଏକ ବାଡ଼ିରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ସାଙ୍ଗଲିରେ ଏହି ଘଟଣା ଘଟିଛି।

ମୃତ ଛାତ୍ରୀଙ୍କ ନାଁ ସାଧନା ଭୋସଲେ (୧୭)। ସେ ସାଙ୍ଗଲିରେ ତାଙ୍କ ପରିବାର ସହିତ ରହୁଥିଲେ। ସେ ଯୁକ୍ତ ଦୁଇରେ ପଢୁଥିଲେ ଓ ତା’ ସହିତ NEET ପାଇଁ ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ମକ୍ ଟେଷ୍ଟ ଦେଉଥିଲେ। ତେବେ ମକ୍ ଟେଷ୍ଟରେ ତାଙ୍କର କମ୍ ନମ୍ବର ରହୁଥିଲା। ସେଥିପାଇଁ ତାଙ୍କ ବାପା ଧୋଣ୍ଡିରାମ ଭୋସଲେ ଖୁବ୍ ରାଗି ଯାଇଥିଲେ।

ଶିକ୍ଷକତା କରୁଥିବା ଧୋଣ୍ଡିରାମ ରାଗିଯାଇ ଏକ ବାଡ଼ିରେ ସାଧାନାଙ୍କୁ ପ୍ରବଳ ପିଟିଥିଲେ। ଏଥିରେ ସାଧନା ଗୁରୁତର ଆହତ ହୋଇଥିଲା। ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ସାଙ୍ଗଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା।

ସାଧନାଙ୍କ ବାପା ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ତାଙ୍କୁ ପୁଲିସ ଗିରଫ କରିଛି।

ପୁଲିସ କହିଛି, ସାଧନାଙ୍କ ମା’ ଘଟଣା ସଂପର୍କରେ ଜୁନ୍ ୨୨ ତାରିଖରେ ଏତଲା ଦେଇଥିଲେ। କମ୍ ନମ୍ବର ରଖିବା ଯୋଗୁ ତାଙ୍କ ସ୍ୱାମୀ ତାଙ୍କ ଝିଅଙ୍କୁ ପିଟି ପିଟି ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।