ଚଳନ୍ତା କାର୍‌ ସହ ପିଟି ହେଲା ବିମାନ, ଜଳିଗଲେ ଯାତ୍ରୀ

ବିମାନରେ ପାଇଲଟଙ୍କୁ ମିଶାଇ ୫ ଜଣ ଯାତ୍ରୀ ଥିଲେ।

ଚଳନ୍ତା କାର୍‌ ସହ ପିଟି ହେଲା ବିମାନ, ଜଳିଗଲେ ଯାତ୍ରୀ

ଜାତୀୟ ରଜପଥରେ ଘଟିଲା ଅଘଟଣ। ଚଳନ୍ତା କାର୍‌ ସହ ପିଟି ହେଲେ ବିମାନ। ଜଳିଗଲେ ଦୁଇ ଯାତ୍ରୀ। ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଘଟିଲା ଏଭଳି କିଛି ଅଘଟଣ।

ଶୁକ୍ରବାର ମଧ୍ୟାହ୍ଣ ୩ଟା୧୫। ଦକ୍ଷିଣ-ପଶ୍ଚିମ ଫ୍ଲୋରିଡାର ଇଣ୍ଟରଷ୍ଟେଟ୍‌ ୭୦ ଜାତୀୟ ରାଜପଥରେ ହଠାତ୍‌ ଏକ ପ୍ରାଇଭେଟ୍‌ ବିମାନ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିବା ବେଳେ ଚଳନ୍ତ କାର୍‌ ସହ ଧକ୍କା ହୋଇଥିଲା। ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବମ୍ବାର୍ଡିୟର୍‌ ଚ୍ୟାଲେଞ୍ଜର ୬୦୦ ସିରିଜର ଥିଲା। ଏହା କଲମ୍ବସ, ଓହିଓରୁ ଓହିଓ ଷ୍ଟେଟ୍‌ ୟୁନିର୍ଭସିଟିରୁ ନେପ୍ଲସ ଯାଉଥିଲା। ବିମାନରେ ପାଇଲଟଙ୍କୁ ମିଶାଇ ୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବିମାନଟି ହୁ ହୁ ହୋଇ ଜଳୁ ଉଠୁଥିବା ଦେଖିବାକୁ ମିଳିଛି।