ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍ଡିଏ
ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ହୋଇଥିବାବେଳେ ଏନ୍ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ […] The post ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍ଡିଏ appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୮: ରାଜ୍ୟ ସଭାକୁ ୧୨ ସଦସ୍ୟ ମଙ୍ଗଳବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉପନିର୍ବାଚନରେ ଭାଜପାରୁ ୯ ଜଣ ସଦସ୍ୟ ନିର୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ସହଯୋଗୀ ଦଳରୁ ୨ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଛନ୍ତି। ଫଳରେ ଉଚ୍ଚ ସଦନରେ ଭାଜପା ସଦସ୍ୟ ସଂଖ୍ୟା ୯୬ ହୋଇଥିବାବେଳେ ଏନ୍ଡିଏ ସଦସ୍ୟ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।
ଶାସକ ଦଳକୁ ୬ ଜଣ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଥିବାରୁ ଏନ୍ଡିଏ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୧୯ ମାର୍କ ହାସଲ କରିପାରିଛି। ସୂଚନାଯୋଗ୍ୟ, ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବାବେଳେ ଜମ୍ମୁ-କଶ୍ମୀର ପାଇଁ ୪ ଆସନ ଏବଂ ୪ ମନୋନୀତ ସଦସ୍ୟ ଆସନ ଖାଲି ପଡ଼ିଥିବାରୁ ବର୍ତ୍ତମାନ ସଂଖ୍ୟା ୨୩୭ ରହିଛି। ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଭାଜପା ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶାରୁ ମମତା ମହାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ, ବହୁବର୍ଷ ହେଲା ରାଜ୍ୟ ସଭାରେ ଶାସକ ମେଣ୍ଟ ଏନ୍ଡିଏ ସଂଖ୍ୟାଗରିଷ୍ଠ ନ ଥିଲା। ଏହା ସତ୍ତ୍ୱେ ବିଭିନ୍ନ ସମଭାବାପନ୍ନ ଦଳର ସହଯୋଗରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇ ନେଉଥିଲେ। ଏବେ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିଲ୍ ଗୃହୀତ କରାଇବା ସହଜ ହେବ।
The post ରାଜ୍ୟ ସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍ଡିଏ appeared first on Dharitri Odia News.