USA vs IRE ମ୍ୟାଚ୍ ବର୍ଷାରେ ଧୋଇଗଲେ ବିଶ୍ଵକପ୍ରୁ ବାଦ୍ ପଡ଼ିବ ପାକିସ୍ତାନ !
ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ଵକପ୍ ୨୦୨୪ର ୩୦ତମ ମୁକାବିଲାରେ ମୁହାଁମୁହିଁ ହେବେ ଆମେରିକା ଓ ଆୟରଲାଣ୍ଡ। ଏହି ମ୍ୟାଚ୍ ଫ୍ଲୋରିଡାର ସେଣ୍ଟ୍ରାଲ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡ ଲଡରହିଲରେ ଖେଳାଯିବ। ଏହି ମ୍ୟାଚ୍ ଉପରେ ପାକିସ୍ତାନର ମଧ୍ୟ ନଜର ରହିଛି। କିନ୍ତୁ ମ୍ୟାଚ୍ ଉପରେ ବର୍ଷାର କଳାବାଦଲ ଛାଇ ରହିଛି। ଯଦି ବର୍ଷା ଯୋଗୁଁ ଆମେରିକା ବନାମ ଆୟରଲାଣ୍ଡ ମ୍ୟାଚ୍ ବାତିଲ ହୁଏ ତେବେ ବାବର ଆଜମଙ୍କ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରେ। ସେପଟେ ଭାରତ ପରେ ୟୁଏସକୁ ସୁପର-୮ ପାଇଁ ଟିକେଟ୍ ମିଳିଯିବ। Also read: ଟିମ୍ ଇଣ୍ଡିଆ ଜର୍ସି ଏବଂ ପ୍ଲାଷ୍ଟିକ୍ ବୋତଲରେ କଣ ରହିଛି କନେକ୍ସନ୍ ? ଜାଣନ୍ତୁଫ୍ଲୋରିଡ଼ାର ଲଡରହିଲରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ସମୟ ସକାଳ ସାଢେ ୧୦ଟାରେ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଆଜି ରାତି ୮ଟାରେ ମ୍ୟାଚ୍ ଖେଳାଯିବ। କିନ୍ତୁ ପାଣିପାଗ ବିଭାଗ ସ୍ଥାନୀୟ ସମୟ ଅନୁସାରେ ୧୨ଟା ବର୍ଷା ଆଲର୍ଟ ଜାରି କରିଛି। ତେଣୁ ମ୍ୟାଚ୍ ପୁରା ହେବାର ସମ୍ଭାବନା କମ ରହିଛି। ଯଦି ବର୍ଷାରେ ମ୍ୟାଚ୍ ଧୋଇ ହୋଇଯାଏ ଆମେରିକା ଓ ଆୟରଲାଣ୍ଡକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏହି ଗୋଟିଏ ପଏଣ୍ଟ ସହ ଆମେରିକା ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟପଟେ ପାକିସ୍ତାନ ଓ ଆୟରଲାଣ୍ଡର ଅଭିଯାନ ସମାପ୍ତ ହୋଇଯିବ। ଆମେରିକା ପ୍ରଥମ ଦୁଇଟି ମୁକାବିଲାରେ କାନାଡା ଓ
ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ଵକପ୍ ୨୦୨୪ର ୩୦ତମ ମୁକାବିଲାରେ ମୁହାଁମୁହିଁ ହେବେ ଆମେରିକା ଓ ଆୟରଲାଣ୍ଡ। ଏହି ମ୍ୟାଚ୍ ଫ୍ଲୋରିଡାର ସେଣ୍ଟ୍ରାଲ ରିଜନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡ ଲଡରହିଲରେ ଖେଳାଯିବ। ଏହି ମ୍ୟାଚ୍ ଉପରେ ପାକିସ୍ତାନର ମଧ୍ୟ ନଜର ରହିଛି। କିନ୍ତୁ ମ୍ୟାଚ୍ ଉପରେ ବର୍ଷାର କଳାବାଦଲ ଛାଇ ରହିଛି। ଯଦି ବର୍ଷା ଯୋଗୁଁ ଆମେରିକା ବନାମ ଆୟରଲାଣ୍ଡ ମ୍ୟାଚ୍ ବାତିଲ ହୁଏ ତେବେ ବାବର ଆଜମଙ୍କ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରେ। ସେପଟେ ଭାରତ ପରେ ୟୁଏସକୁ ସୁପର-୮ ପାଇଁ ଟିକେଟ୍ ମିଳିଯିବ।
Also read: ଟିମ୍ ଇଣ୍ଡିଆ ଜର୍ସି ଏବଂ ପ୍ଲାଷ୍ଟିକ୍ ବୋତଲରେ କଣ ରହିଛି କନେକ୍ସନ୍ ? ଜାଣନ୍ତୁ
ଫ୍ଲୋରିଡ଼ାର ଲଡରହିଲରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ସମୟ ସକାଳ ସାଢେ ୧୦ଟାରେ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଆଜି ରାତି ୮ଟାରେ ମ୍ୟାଚ୍ ଖେଳାଯିବ। କିନ୍ତୁ ପାଣିପାଗ ବିଭାଗ ସ୍ଥାନୀୟ ସମୟ ଅନୁସାରେ ୧୨ଟା ବର୍ଷା ଆଲର୍ଟ ଜାରି କରିଛି। ତେଣୁ ମ୍ୟାଚ୍ ପୁରା ହେବାର ସମ୍ଭାବନା କମ ରହିଛି। ଯଦି ବର୍ଷାରେ ମ୍ୟାଚ୍ ଧୋଇ ହୋଇଯାଏ ଆମେରିକା ଓ ଆୟରଲାଣ୍ଡକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏହି ଗୋଟିଏ ପଏଣ୍ଟ ସହ ଆମେରିକା ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟପଟେ ପାକିସ୍ତାନ ଓ ଆୟରଲାଣ୍ଡର ଅଭିଯାନ ସମାପ୍ତ ହୋଇଯିବ।
ଆମେରିକା ପ୍ରଥମ ଦୁଇଟି ମୁକାବିଲାରେ କାନାଡା ଓ ପାକିସ୍ତାନକୁ ହରାଇ ୪ ପଏଣ୍ଟ ସହ ଗ୍ରୁପ ଏର ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ପାକିସ୍ତାନ, କାନାଡା ଓ ଆୟରଲାଣ୍ଡ ପାଖରେ ସର୍ବାଧିକ ୪ ପଏଣ୍ଟ ପାଇବାର ସୁଯୋଗ ରହିଛି। ତେଣୁ ଗ୍ରୁପ ଏ ରୁ ଦ୍ଵିତୀୟ ଦଳ ଭାବେ କିଏ ସୁପର-୮ରେ ପ୍ରବେଶ କରିବ ତାହା ଆଜିର ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରେ।
ପାକିସ୍ତାନ କେମିତି ପହଞ୍ଚିଯିବ ସୁପର-୮ରେ ?
ପାକିସ୍ତାନକୁ ସୁପର-୮ରେ ପହଞ୍ଚିବାକୁ ହେଲେ ପ୍ରଥମେ ଆଜି ଫ୍ଲୋରିଡ଼ାରେ ଆମେରିକା ଓ ଆୟରଲାଣ୍ଡ ମୁକାବିଲା ପୁରା ହେବା ଦରକାର। ଆଉ ମ୍ୟାଚ୍ରେ ଆୟରଲାଣ୍ଡ ଜିତିବା ଦରକାର। ପୁଣି ପାକିସ୍ତାନକୁ ଜୁନ ୧୬ ତାରିଖରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ଜିତିବାକୁ ପଡ଼ିବ। ଏମିତି ପାକିସ୍ତାନ ଓ ଆମେରିକାର ପଏଣ୍ଟ ସଂଖ୍ୟା ୪ରେ ରହିବ ଏବଂ ନେଟ୍ ରନ ରେଟ୍ ଆଧାରରେ ପାକିସ୍ତାନ ସୁପର-୮କୁ ଯାଇପାରେ। ତେଣୁ ପାକିସ୍ତାନକୁ ପ୍ରାର୍ଥନା କରିବାକୁ ପଡ଼ିବ ଯେ, ବର୍ଷା କୌଣସି ବି ମ୍ୟାଚ୍ରେ ବାଧକ ନ ସାଜୁ।