ଥାର୍ଡ ପାର୍ଟି ପେମେଣ୍ଟ୍‌ ଆପ୍ କମ୍ପାନିଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଭଲ୍ୟୁମ୍‌ କ୍ୟାପ୍‌ ଲାଗୁ ସମୟସୀମା

ନୂଆଦିଲ୍ଲୀ: ଥାର୍ଡ ପାର୍ଟୀ ପେମେଣ୍ଟ ଆପ୍‌ ଫୋନ୍‌ପେ ଏବଂ ‘ଗୁଗଲ ପେ’କୁ ଆଶ୍ବସ୍ତି। କାରଣ ଭଲ୍ୟୁମ୍‌ କ୍ୟାପ୍‌ ଲାଗୁ ସମୟସୀମାକୁ ବୃଦ୍ଧି କରିଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ ବା ଏନପିସିଆଇ। ଏନପିସିଆଇ ଏହି ସୀମାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଦ୍ବିତୀୟ ଥର ଯେତେବେଳେ ଏନପିସିଆଇ ସମୟସୀମା ବଢ଼ାଇଛି। ପ୍ରକୃତରେ ଏହି ନିୟମ ଦ୍ବାରା ଥାର୍ଡ ପାର୍ଟି ପେମେଣ୍ଟ ଆପ୍‌ଙ୍କୁ ୟୁପିଆଇ ମାର୍କେଟରେ ସେମାନଙ୍କ ଆଧିପତ୍ୟକୁ କମ୍‌ କରିଥାନ୍ତା। କାରଣ ଏହି ଦୁଇ ଆପ୍‌ଙ୍କ ମାର୍କେଟ କ୍ୟାପ୍‌, ମାର୍କେଟରେ ନୂଆ କମ୍ପାନିଙ୍କ ସତ୍ତ୍ବେବି କ୍ରମଶଃ ୪୮ ପ୍ରତିଶତ ଏବଂ ୩୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ତେବେ ଏହା ଦ୍ବିତୀୟ ଥର ଯେତେବେଳେ ଏନପିସିଆଇ ଏହି ସମୟସୀମା ବଢ଼ାଇଛି। ପୂର୍ବରୁ ନଭେମ୍ବର ୨୦୨୦ରେ ଏନପିସିଆଇ କହିଥିଲା ଯେ ଏହି ନିୟମ ୨୦୨୪ ଡିସେମ୍ବର ୩୧ରେ ଲାଗୁ ହେବ। ତେଣୁ ଥାର୍ଡ ପାର୍ଟି ଆପଙ୍କୁ ସେହି ହିସାବରେ ପ୍ରସ୍ତୁତି କରିବାକୁ ହେବ। ନିୟମରେ ରହିଥିଲା ଯେ, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ କୌଣସି ଥାର୍ଡ ପାର୍ଟି ଆପ୍‌ ପ୍ରୋଭାଇଡରଙ୍କ ପାଖରେ ଦେଶରେ ହେଉଥିବା ସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର ୩୦ ପ୍ରତିଶତରୁ ଅଧିକ ନହେବା ଦରକାର। ହେଲେ ଏବେ ଏହି ନିୟମ ଲାଗୁ ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି।ସୂଚନାଥାଉକି, ଗତ ମାସରେ ୨୨.୩ ଲକ୍ଷ କୋଟି ଟଙ୍କାର ୧,୬୧୩ କୋଟି ୟୁପିଆଇ ଟ୍ରାଞ୍

ଥାର୍ଡ ପାର୍ଟି ପେମେଣ୍ଟ୍‌ ଆପ୍ କମ୍ପାନିଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଭଲ୍ୟୁମ୍‌ କ୍ୟାପ୍‌ ଲାଗୁ ସମୟସୀମା

ନୂଆଦିଲ୍ଲୀ: ଥାର୍ଡ ପାର୍ଟୀ ପେମେଣ୍ଟ ଆପ୍‌ ଫୋନ୍‌ପେ ଏବଂ ‘ଗୁଗଲ ପେ’କୁ ଆଶ୍ବସ୍ତି। କାରଣ ଭଲ୍ୟୁମ୍‌ କ୍ୟାପ୍‌ ଲାଗୁ ସମୟସୀମାକୁ ବୃଦ୍ଧି କରିଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ ବା ଏନପିସିଆଇ। ଏନପିସିଆଇ ଏହି ସୀମାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଦ୍ବିତୀୟ ଥର ଯେତେବେଳେ ଏନପିସିଆଇ ସମୟସୀମା ବଢ଼ାଇଛି। 

ପ୍ରକୃତରେ ଏହି ନିୟମ ଦ୍ବାରା ଥାର୍ଡ ପାର୍ଟି ପେମେଣ୍ଟ ଆପ୍‌ଙ୍କୁ ୟୁପିଆଇ ମାର୍କେଟରେ ସେମାନଙ୍କ ଆଧିପତ୍ୟକୁ କମ୍‌ କରିଥାନ୍ତା। କାରଣ ଏହି ଦୁଇ ଆପ୍‌ଙ୍କ ମାର୍କେଟ କ୍ୟାପ୍‌, ମାର୍କେଟରେ ନୂଆ କମ୍ପାନିଙ୍କ ସତ୍ତ୍ବେବି କ୍ରମଶଃ ୪୮ ପ୍ରତିଶତ ଏବଂ ୩୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ତେବେ ଏହା ଦ୍ବିତୀୟ ଥର ଯେତେବେଳେ ଏନପିସିଆଇ ଏହି ସମୟସୀମା ବଢ଼ାଇଛି। 

ପୂର୍ବରୁ ନଭେମ୍ବର ୨୦୨୦ରେ ଏନପିସିଆଇ କହିଥିଲା ଯେ ଏହି ନିୟମ ୨୦୨୪ ଡିସେମ୍ବର ୩୧ରେ ଲାଗୁ ହେବ। ତେଣୁ ଥାର୍ଡ ପାର୍ଟି ଆପଙ୍କୁ ସେହି ହିସାବରେ ପ୍ରସ୍ତୁତି କରିବାକୁ ହେବ। ନିୟମରେ ରହିଥିଲା ଯେ, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ କୌଣସି ଥାର୍ଡ ପାର୍ଟି ଆପ୍‌ ପ୍ରୋଭାଇଡରଙ୍କ ପାଖରେ ଦେଶରେ ହେଉଥିବା ସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର ୩୦ ପ୍ରତିଶତରୁ ଅଧିକ ନହେବା ଦରକାର। ହେଲେ ଏବେ ଏହି ନିୟମ ଲାଗୁ ଅବଧିକୁ ପୁଣି ଥରେ ବୃଦ୍ଧି କରାଯାଇଛି।

ସୂଚନାଥାଉକି, ଗତ ମାସରେ ୨୨.୩ ଲକ୍ଷ କୋଟି ଟଙ୍କାର ୧,୬୧୩ କୋଟି ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥିଲା। ପେମେଣ୍ଟ କ୍ଷେତ୍ରରେ ପେଟିଏମ ପୁଣି ଥରେ ବଜାର ଅଂଶଧନ ହାସଲ କରୁଛି। ଏହା ସହ ନାଭି, କ୍ରେଡ, ଭୀମ୍, ହ୍ବାଟ୍ସଆପ୍ ପେ ଏବଂ ଅନ୍ୟ ନୂଆ ଆପ୍ ମଜଭୁତର ସହ ବଢ଼ୁଛି। ବ୍ୟାଙ୍କ୍‌ ମଧ୍ୟ ଏହାର ୟୁପିଆଇ ରଣନୀତି କରୁଛନ୍ତି। ଏମିତିରେ ଆଗାମୀ ସମୟରେ ଗୁଗଲ ଏବଂ ଫୋନ ପେ ମନକୁ ମନ ଅଂଶଧନ କମିପାରେ।