ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ
ଯାଜପୁର,୬।୪: ଯାଜପୁର ଜିଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବାଣଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି। ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାର ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ […] The post ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ appeared first on Dharitri Odia News.
ଯାଜପୁର,୬।୪: ଯାଜପୁର ଜିଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବାଣଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି। ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାର ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ। ଦମ୍ପତ୍ତି ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଅଶୋକଙ୍କ ଦୁଇ ବଖରା ଆଜବେଷ୍ଟସ୍ ଉଡ଼ି ଯାଇଥିଲା।
The post ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ appeared first on Dharitri Odia News.