୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ଗିରଫ ହେଲେ ଡିଏସ୍ପି
ଗୁଆହାଟୀ,୧୮।୩: ଆସାମରେ ଜଣେ ନାବାଳିକା ଚାକରାଣୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଡିଏସ୍ପିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡିଏସ୍ପି କିରନ ନାଥ ଗୋଲାଘାଟ ଜିଲାର ଲଚିତ ବୋର୍ଫୁକାନ ପୋଲିସ ଏକାଡେମୀରେ ନିଯୁକ୍ତି ହୋଇଥିଲେ। ସେ ନାବାଳିକାଙ୍କୁ ଏକାଧିକ ଥର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଥିସହିତ ସେ ପୀଡ଼ାତାଙ୍କୁ ଘରେ ବନ୍ଦ କରି ରଖି ଥିବା ଜଣାପଡିଛି। ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଥିଲା। ଡିଏସ୍ପି କିରନଙ୍କ ନାମରେ […] The post ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ଗିରଫ ହେଲେ ଡିଏସ୍ପି appeared first on Dharitri Odia News.
ଗୁଆହାଟୀ,୧୮।୩: ଆସାମରେ ଜଣେ ନାବାଳିକା ଚାକରାଣୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଡିଏସ୍ପିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡିଏସ୍ପି କିରନ ନାଥ ଗୋଲାଘାଟ ଜିଲାର ଲଚିତ ବୋର୍ଫୁକାନ ପୋଲିସ ଏକାଡେମୀରେ ନିଯୁକ୍ତି ହୋଇଥିଲେ। ସେ ନାବାଳିକାଙ୍କୁ ଏକାଧିକ ଥର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଥିସହିତ ସେ ପୀଡ଼ାତାଙ୍କୁ ଘରେ ବନ୍ଦ କରି ରଖି ଥିବା ଜଣାପଡିଛି।
ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଥିଲା। ଡିଏସ୍ପି କିରନଙ୍କ ନାମରେ ଆଇପିସିର ଧାରା ୩୭୬, ୫୦୬ ଏବଂ ପୋକ୍ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଛି।
The post ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ଗିରଫ ହେଲେ ଡିଏସ୍ପି appeared first on Dharitri Odia News.