ଆଇସିସି ଚମ୍ପିଆନ ଟ୍ରଫି ସେମିଫାଇନାଲ,ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତି
ନୂଆଦିଲ୍ଲୀ : ଆଜି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ତେବେ ଆଜିର ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବା ବେଳେ ଭାରତୀୟ ଖେଳାଳି ବ୍ଲାକ୍ ଆର୍ମବ୍ୟାଣ୍ଡ (କଳା ପଟି) ପିନ୍ଧି ଓହ୍ଲାଇଛନ୍ତି । ଆଜି ପ୍ରଥମେ ବୋଲିଂ କରିବ ଭାରତ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଭାରତ । ଅଷ୍ଟ୍ରେଲିଆ […]

ନୂଆଦିଲ୍ଲୀ : ଆଜି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ତେବେ ଆଜିର ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବା ବେଳେ ଭାରତୀୟ ଖେଳାଳି ବ୍ଲାକ୍ ଆର୍ମବ୍ୟାଣ୍ଡ (କଳା ପଟି) ପିନ୍ଧି ଓହ୍ଲାଇଛନ୍ତି ।
ଆଜି ପ୍ରଥମେ ବୋଲିଂ କରିବ ଭାରତ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଭାରତ । ଅଷ୍ଟ୍ରେଲିଆ ଦଳରେ ୨ ପରିବର୍ତ୍ତନ ହୋଇଥିବା ବେଳେ ତନବୀର,କୁପର ସାମିଲ ହୋଇଛନ୍ତି । ସ୍ପିନରଙ୍କୁ ଉଭୟ ଦଳ ଭରସା କରିଛନ୍ତି ।
ଚମ୍ପିଆନ୍ସ ଟ୍ରଫି ଇତିହାସରେ ଅଷ୍ଟ୍ରେଲିଆ ଓ ଭାରତ ଦୁଇ ସଫଳତମ ଦଳ। ଉଭୟ ଦଳ ୨ ଥର ଲେଖାଏଁ ଚମ୍ପିଆନ୍ ହୋଇଛନ୍ତି। ତେଣୁ କ୍ରିକେଟ୍ ଦୁନିଆର ଏହି ଦୁଇ ମହାଶକ୍ତି ମଧ୍ୟରେ ଲଢ଼େଇକୁ ସାରା ବିଶ୍ବ ଅପେକ୍ଷା କରିଛି। ତେବେ କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ ।
ସୂଚନାନୁସାରେ,ଭାରତୀୟ ଟିମ୍ ଘରୋଇ କ୍ରିକେଟର କିମ୍ୱଦନ୍ତୀ ଖେଳାଳି ପଦ୍ମାକାର ଶିବାଲକରଙ୍କ ସ୍ମୃତି ଓ ସମ୍ମାନର୍ଥେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ବାମ ହାତରେ କଳା ପଟି ବାନ୍ଧି ଓହ୍ଲାଇଛନ୍ତି । ବାର୍ଦ୍ଧକଜନିତ କାରଣରୁ ସୋମବାର ୮୪ ବର୍ଷ ବୟସରେ ପଦ୍ମାକର ଶିବାଲକରଙ୍କ ନିଧନ ହୋଇଥିଲା । ଏହି ବାମହାତୀ ସ୍ପିନର ୨୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ୪୮ ବର୍ଷ ଯାଏ ଖେଳିଥିଲେ । ରଣଜୀରେ ସେ ୩୬୧ ୱିକେଟ୍ ନେଇଥିଲେ । ଏଥିରେ ସେ ୧୧ଥର ୧୦ ୱିକେଟ୍ ନେଇଥିଲେ । ସେହିପରି ଲିଷ୍ଟ ଏ’ରେ ୧୨ଟି ମ୍ୟାଚ୍ ଖେଳି ୧୬ ୱିକେଟ୍ ନେଇଥିଲେ । ଘରୋଇ କ୍ରିକେଟରେ ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାର ଭାରତୀୟ କ୍ରିକେଟ୍ ବୋର୍ଡ ତାଙ୍କୁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରିଥିଲା ।