ବ୍ରେକଅପ ଡିପ୍ରେସନ
ବ୍ରେକଅପ ପରେ ଜଣେ ବ୍ୟକ୍ତି ଦୁଃଖୀ ଏବଂ ବିବ୍ରତ ହେବା ସାଧାରଣ କଥା, କିନ୍ତୁ ଏଭଳି ପରିସ୍ଥିତିରେ କେତେକ କ୍ରୋଧିକ ହୋଇ ବା ଅତ୍ୟଧିକ ଭାବପ୍ରବଣ ହୋଇ ଭୁଲ୍ ନିଷ୍ପତ୍ତି ନେବା ଦୁର୍ବଳ ମାନସିକତାକୁ ବୁଝାଏ । ନିକଟରେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ଧାରାବାହିକ “ଆଲ୍ଲାଉଦ୍ଦିନ୍’ର ଅଭିନେତ୍ରୀ ତୁନିଷା ଶର୍ମା ବ୍ରେକ୍ଅପ୍ ଡିପ୍ରେସନ୍ର ଶିକାର ହୋଇଥିଲେ । ବ୍ରେକ୍ଅପ୍ର ସେ ଅତ୍ୟଧିକ ବିବ୍ରତ ଓ ଦୁଃଖୀ ହୋଇଯାଇ ସେ ଆତ୍ମହତ୍ୟାର ରାସ୍ତା ଚୟନ କରିଥିଲେ । […]

ବ୍ରେକଅପ ପରେ ଜଣେ ବ୍ୟକ୍ତି ଦୁଃଖୀ ଏବଂ ବିବ୍ରତ ହେବା ସାଧାରଣ କଥା, କିନ୍ତୁ ଏଭଳି ପରିସ୍ଥିତିରେ କେତେକ କ୍ରୋଧିକ ହୋଇ ବା ଅତ୍ୟଧିକ ଭାବପ୍ରବଣ ହୋଇ ଭୁଲ୍ ନିଷ୍ପତ୍ତି ନେବା ଦୁର୍ବଳ ମାନସିକତାକୁ ବୁଝାଏ । ନିକଟରେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ଧାରାବାହିକ “ଆଲ୍ଲାଉଦ୍ଦିନ୍’ର ଅଭିନେତ୍ରୀ ତୁନିଷା ଶର୍ମା ବ୍ରେକ୍ଅପ୍ ଡିପ୍ରେସନ୍ର ଶିକାର ହୋଇଥିଲେ । ବ୍ରେକ୍ଅପ୍ର ସେ ଅତ୍ୟଧିକ ବିବ୍ରତ ଓ ଦୁଃଖୀ ହୋଇଯାଇ ସେ ଆତ୍ମହତ୍ୟାର ରାସ୍ତା ଚୟନ କରିଥିଲେ । ପ୍ରେମ ସମ୍ପର୍କ ଆଗରେ ନିଜ ଜୀବନ ଓ ପରିବାର ଲୋକଙ୍କ ପ୍ରେମ ତୁଚ୍ଛ ସେ ମଣିଥିଲେ । କମ୍ ବୟସ ହେତୁ ତାଙ୍କ ବ୍ରେକ୍ଅପ୍ ଡିପ୍ରେସନ୍ ତାଙ୍କ ମାନସିକ ପରିସ୍ଥିତିକୁ ବିଗାଡ଼ି ଦେଇଥିଲା ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତେବେ ଏହିପରି ପରିସ୍ଥତି ଘଟିଲେ, ଧର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଉଚିତ୍ । ଯୁବପିଢ଼ିଙ୍କ ମଧ୍ୟରେ ବ୍ରେକଅପ୍ ଅଧିକାଶଂ ହୋଇଥାଏ । ବୟସ କମ୍ ହୋଇଥିବା ହେତୁ ସେମାନେ ଏହି ପରିସ୍ଥିତିକୁ ମୁକାବିଲା କରିପାରନ୍ତି ନାହିଁ । ଏଥିରେ ସେମାନଙ୍କ ମାନସିକ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । କେତେକେ ଏଥିପାଇଁ ନିଜ ଶରୀରକୁ ହାନି କରିବାକୁ ମଧ୍ୟ ପଛାଇନଥାନ୍ତି । ଆଉ କେତେକେ ମାନସିକ ସ୍ଥିତି ହଜାଇ ବସନ୍ତି ଓ ଅପରାଧ କରିଥାନ୍ତି । ହେଲେ ବ୍ରେକଅପ୍ ପରେ ଅଧିକାଶଂ ଯୁବପିଢ଼ିଙ୍କୁ ଡିପ୍ରେସନ୍ ବା ଅବସାଦ ଘାରିଥାଏ । ଏହିସମୟରେ ପରିବାର ଲୋକ ଓ ବନ୍ଧୁଙ୍କ ସହଯୋଗ ଅବସାଦକୁ ଦୂର କରିବାରେ ସାହାଯ୍ୟ କରେ ।
ଲକ୍ଷଣ: ବ୍ରେକଅପ୍ ପରେ ମାନସିକ ପ୍ରଭାବିତ ହୋଇଥାଏ । ଅନ୍ୟ ସମ୍ପର୍କକୁ ଗ୍ରହଣ କରିବାରେ ବହୁ ସମସ୍ୟା ଲାଗେ । ଏହିପରିସ୍ଥିତିରେ ପରିବାର ଓ ସାଙ୍ଗମାନେ ସମସ୍ୟାକୁ ବୁଝି ସାହାଯ୍ୟ ହାତ ବଢ଼ାଇବା ଦରକାର ।
– ବ୍ରେକଅପ୍ ପରେ ଜଣେ ହଠାତ୍ ସମସ୍ତଙ୍କଠାରୁ ଅଗଲା ହେବାକୁ ଚେଷ୍ଟା କରିଥାଏ । କଥାବର୍ତ୍ତା ଓ ମିଳାମିଶା ବନ୍ଦ କରିଦିଏ । କାରଣ ଅନ୍ୟ ସମ୍ପର୍କକୁ ଗ୍ରହଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇଯାଏ ।
– ବ୍ରେକଅପ୍ ଅବସାଦ ବଢ଼ିବା ପରେ କେତେକେଙ୍କ କ୍ଷେତ୍ରରେ ଚିଡ଼ିଚିଡ଼ାପଣ ବଢ଼େ । ଛୋଟ ଛୋଟ କଥାରେ ବିରକ୍ତ ପ୍ରକାଶ ପାଏ । ହସିବା କମିଯାଏ ଓ ବ୍ୟବହାରରେ ରୁକ୍ଷତା ବଢ଼େ ।
– ସମ୍ପର୍କ ଭାଙ୍ଗିଯିବା କାରଣରୁ ମନ ଦୁଖ ରହିଥାଏ । ଏଥିରେ ଜଣେ ଖାଦ୍ୟପେୟ ଛାଡ଼ି ଦିଏ । ଫଳରେ ଶରୀର ଦୁର୍ବଳ ହେବାକୁ ଲାଗେ ଓ ଥକାପଣ ବୃଦ୍ଧି ପାଏ । ଅନ୍ୟ କେତେକ କ୍ଷେତ୍ରରେ ବ୍ରେକଅପ୍ ଅବସାଦରେ “ଇଟିଂ ଡିସ୍ଅର୍ଡର’ ଲକ୍ଷଣ ବୃଦ୍ଧି ପାଏ । ଅର୍ଥାତ୍ ଅଧିକ ଭୋକ ଲାଗେ ଓ ଖାଇବାକୁ ଇଚ୍ଛା ହୋଇଥାଏ । ଫଳରେ ଚର୍ବି ବୃଦ୍ଧି ପାଇ ନାନା ରୋଗ ସୃଷ୍ଟି କରେ । ଜଣେ ବ୍ୟକ୍ତି ବ୍ରେକଅପ୍ ଡିପ୍ରେସନ୍ର ଶିକାର ହେଲେ, ସେମାନଙ୍କଠାରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଏ । ମନରେ ଥିବା ସୃଜନାତ୍ମକ ଶକ୍ତି କମିଥାଏ । ଫଳରେ ବ୍ୟକ୍ତିଙ୍କ କ୍ୟାରିଅର୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ବ୍ରେକଅପ୍ରେ ମାନସିକ ପ୍ରଭାବ ହେତୁ ନିଦ ହୋଇନଥାଏ, ଚିନ୍ତା ଗ୍ରାସ କରେ ।
ବ୍ରେକଅପ୍ ଡିପ୍ରେସନ୍ର ଚିକିତ୍ସା
ଜଣେ ବ୍ରେକଅପ୍ ଡିପ୍ରେସନ୍ର ଶିକାର ହୋଇଥିଲେ, ସେମାନଙ୍କୁ କେବଳ ପରିବାର ଲୋକ ଓ ବନ୍ଧୁମାନେ ହିଁ ଉଦ୍ଧାର କରିପାରିବେ । ଏହିପରି ପରିସ୍ଥିତିରେ ଜଣେ ଚାହିଁଲେ ନିଜକୁ ନିଜେ ଡିପ୍ରେସନ୍ରୁ ମୁକୁଳିବା ପାଇଁ ଚେଷ୍ଟା ମଧ୍ୟ କରିପାରିବେ ।
– କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ବା କୌଣସି ସାମାଜିକ ଜନମଙ୍ଗଳ କାର୍ଯ୍ୟରେ ଯୋଗ ଦେଲେ ବ୍ରେକଅପ୍ ଡିପ୍ରେସନ୍ ଦୂର ହୋଇଥାଏ । ଏହାଛଡ଼ା ରୂଚି ଥିବା ବିଷୟ ଉପରେ କାର୍ଯ୍ୟ କଲେ ମଧ୍ୟ ଡିପ୍ରେସନ୍ କମେ ।
– ଡାକ୍ତର ଓ ମନୋଚିକିତ୍ସକଙ୍କ ସାହାଯ୍ୟ ନେଇ ବ୍ରେକ୍ଅପ୍ ଡିପ୍ରେସନ୍କୁ ଦୂର କାରାଯାଇପାରେ ।
– ଜିମ୍ କିମ୍ବା ଯୋଗ କଲେ ମଧ୍ୟ ବ୍ରେକଅପ୍ ଡିପ୍ରେସନ୍ରୁ ମୁକ୍ତି ମିଳିଥାଏ ଓ ମନର ଇଚ୍ଛା ଶକ୍ତି ବୃଦ୍ଧି ପାଏ ।
– ପରିବାର ଲୋକ କିମ୍ବା ସାଙ୍ଗମାନଙ୍କ ସହିତ ଛୁଟି କଟାଇବା । ଏହାଛଡ଼ା ଆଡ୍ଭେଞ୍ଚର ସ୍ଥାନରେ ଭ୍ରମଣ କରିବା । ସାଙ୍ଗମାନଙ୍କ ସହିତ ପାର୍ଟି ଓ ଜିରୋ ନାଇଟ୍ରେ ଯୋଗ ଦେଲେ ବ୍ରେକଅପ୍ ଡିପ୍ରେସନ୍ ହ୍ରାସ ପାଇଥାଏ ।
– ସଂଙ୍ଗୀତ ଅବସାଦକୁ ଦୂର କରିବାରେ ବିଶେଷ ସହାୟ ହୁଏ । ଏହିପରି ପରିସ୍ଥିତିରେ ମନକୁ ପ୍ରଫୁଲ୍ଲ ପ୍ରଦାନ କରୁଥିବା ସଙ୍ଗୀତ ଶୁଣିବା ଉଚିତ୍ ।