ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବ୍ୟବସ୍ଥା,ନାହିଁ ବ୍ୟାରିକେଡ଼
ଭୁବନେଶ୍ୱର : ରାଜନୀତିରୁ ସନ୍ୟାସ ଘୋଷଣା ପରେ ପାଣ୍ଡିଆନଙ୍କ ଘର ଆଗରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି I ତାଙ୍କ ୟୁନିଟ -୬ କ୍ୱାର୍ଟର ନଂ ଭିଆଇଆର ୭ ଘର ସମ୍ମୁଖରୁ ସୁରକ୍ଷାକର୍ମୀଙ୍କ ସହିତ ବ୍ୟାରିକେଡ଼ ମଧ୍ୟ ହଟାଯାଇଛି I ଗତକାଲି ପର୍ଯ୍ୟନ୍ତ ବ୍ୟାରିକେଡ, ସିସିଟିଭି ସହିତ କଡ଼ା ସୁରକ୍ଷା ବଳୟ ଭିତରେ ରହିଥିବା ପାଣ୍ଡିଆନଙ୍କ ଘର ଆଜି ଖାଁ ଖାଁ ଲାଗୁଛି । ବର୍ତ୍ତମାନ ଏହି ଘର ତାଲା ପଡ଼ିଥିବା ବେଳେ ଏଠାରେ କୌଣସି […]

ଭୁବନେଶ୍ୱର : ରାଜନୀତିରୁ ସନ୍ୟାସ ଘୋଷଣା ପରେ ପାଣ୍ଡିଆନଙ୍କ ଘର ଆଗରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି I ତାଙ୍କ ୟୁନିଟ -୬ କ୍ୱାର୍ଟର ନଂ ଭିଆଇଆର ୭ ଘର ସମ୍ମୁଖରୁ ସୁରକ୍ଷାକର୍ମୀଙ୍କ ସହିତ ବ୍ୟାରିକେଡ଼ ମଧ୍ୟ ହଟାଯାଇଛି I ଗତକାଲି ପର୍ଯ୍ୟନ୍ତ ବ୍ୟାରିକେଡ, ସିସିଟିଭି ସହିତ କଡ଼ା ସୁରକ୍ଷା ବଳୟ ଭିତରେ ରହିଥିବା ପାଣ୍ଡିଆନଙ୍କ ଘର ଆଜି ଖାଁ ଖାଁ ଲାଗୁଛି । ବର୍ତ୍ତମାନ ଏହି ଘର ତାଲା ପଡ଼ିଥିବା ବେଳେ ଏଠାରେ କୌଣସି ପୋଲିସ କର୍ମୀ, ସିସିଟିଭି କିମ୍ବା ବ୍ୟାରିକେଡ ବ୍ୟବସ୍ଥା ନାହିଁ । ପୂର୍ବରୁ ଆଇଏଏସ ଚାକିରିରୁ ସ୍ପେଚ୍ଛାକୃତ ଅବସର ନେବା ପରେ ଗତକାଲି ରାଜନୀତିରୁ ମଧ୍ୟ ସେ ସନ୍ନ୍ୟାସ ନେଇଛନ୍ତି । ତେଣୁ ବର୍ତ୍ତମାନ ଏହି ବାସଭବନରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି । ବିଜେଡି ସରକାରରେ ଦଳର ନେତା ଭାବରେ ପାଣ୍ଡିଆନଙ୍କୁ ଏହି ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଥିଲା
ସୂଚନାନୁସାରେ,ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ ଭି.କେ. ପାଣ୍ଡିଆନ୍।