କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ
ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଶନିବାର ଅନୁଗୋଳ ଟିକରପଡ଼ା ମହାନଦୀ କୂଳରେ […] The post କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ appeared first on Dharitri Odia News.
ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଶନିବାର ଅନୁଗୋଳ ଟିକରପଡ଼ା ମହାନଦୀ କୂଳରେ ନାବାଳକ ଜଣକ ଖେଳୁଥିବା ବେଳେ ହଠାତ୍ କୁମ୍ଭୀରଟି ପଛପଟୁ ଆସି ଟାଣି ନେଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ମହାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତ ନାବାଳକ ଜଣକ ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ସୂଚନା ମିଳିଛି। ପିଟାଟିର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଏଥିସହ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି।
The post କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ appeared first on Dharitri Odia News.