ଯୁବକଙ୍କୁ ପିଟି ପିଟି ହତ୍ୟା

ବୌଦ୍ଧ : ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତକ ହେଲେ ୩୦ ବର୍ଷୀୟ ସତ୍ୟ ନାରାୟର ସ୍ୱାଇଁ । କୌଣସି କଥାକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ I ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ସତ୍ୟ ନାରାୟର ସ୍ୱାଇଁ ଗାଁ ଦାଣ୍ଡରେ ବୁଲୁଥିବା ବେଳେ, ଦୁଇ ଯୁବକ ନିମାଇଁ ଥାଟି ଓ ଦୁର୍ଯ୍ୟୋଧନ ଥାଟିଙ୍କ […]

ଯୁବକଙ୍କୁ ପିଟି ପିଟି ହତ୍ୟା
ଯୁବକଙ୍କୁ ପିଟି ପିଟି ହତ୍ୟା

ବୌଦ୍ଧ : ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତକ ହେଲେ ୩୦ ବର୍ଷୀୟ ସତ୍ୟ ନାରାୟର ସ୍ୱାଇଁ । କୌଣସି କଥାକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ I ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I

ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ସତ୍ୟ ନାରାୟର ସ୍ୱାଇଁ ଗାଁ ଦାଣ୍ଡରେ ବୁଲୁଥିବା ବେଳେ, ଦୁଇ ଯୁବକ ନିମାଇଁ ଥାଟି ଓ ଦୁର୍ଯ୍ୟୋଧନ ଥାଟିଙ୍କ ସହ ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକ ସତ୍ୟ ନାରାୟରଙ୍କୁ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ବଚସା ହୋଇଥିବା ଜଣ ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି I ଖବର ପାଇ ବୌଦ୍ଧ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।